Mayabati: ‘ଲାଭ ଛାଡ଼ିବାକୁ ପରାମର୍ଶ ଜାତିବାଦୀ ଚିନ୍ତାଧାରା’: ଆରକ୍ଷଣ ପ୍ରସଙ୍ଗରେ ମୋହନ ଭାଗବତଙ୍କୁ ମାୟାବତୀଙ୍କ ଜବାବ
"ଲକ୍ଷ୍ନୌ: ଆରକ୍ଷଣ ପ୍ରସଙ୍ଗକୁ ନେଇ ଆର୍ଏସ୍ଏସ୍ ପ୍ରମୁଖ ମୋହନ ଭାଗବତଙ୍କ ମତ ଉପରେ ବହୁଜନ ସମାଜ ପାର୍ଟି (ବିଏସ୍ପି) ମୁଖ୍ୟ ମାୟାବତୀ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି।
ଆରକ୍ଷଣର ଲାଭ ନେଉଥିବା ଲୋକଙ୍କୁ ସ୍ବେଚ୍ଛାରେ ଏହାର ସୁବିଧା ଛାଡ଼ିବାକୁ ପରାମର୍ଶ ଦେବା ଜାତିବାଦୀ ଚିନ୍ତାଧାରାକୁ ଦର୍ଶାଉଛି ବୋଲି ସେ କହିଛନ୍ତି।
ରବିବାର ସେ ସୋସିଆଲ ମିଡିଆ "ଏକ୍ସ"ରେ ଏନେଇ ନିଜର ମତ ରଖିଛନ୍ତି।Advertisment ମାୟାବତୀ କହିଛନ୍ତି, ଦେଶର ବହୁଜନ ସମାଜ, ବିଶେଷକରି ଅନୁସୂଚିତ ଜାତି (ଏସ୍ସି), ଅନୁସୂଚିତ ଜନଜାତି (ଏସ୍ଟି) ଓ ଅନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ଆରକ୍ଷଣ କେବଳ ଚାକିରି କିମ୍ବା ଶିକ୍ଷାର ସୁବିଧା ନୁହେଁ।
ଏହା ସାମାଜିକ ପରିବର୍ତ୍ତନ, ଆର୍ଥିକ ମୁକ୍ତି ଓ ବଞ୍ଚିତ ବର୍ଗର ଆତ୍ମସମ୍ମାନ ସହ ଜଡ଼ିତ ଏକ ଗୁରୁତ୍ବପୂର୍ଣ୍ଣ ଓ ସମ୍ବେଦନଶୀଳ ପ୍ରସଙ୍ଗ।
ଆହୁରି ପଢନ୍ତୁ: Arunachal Pradesh: ଅରୁଣାଚଳ ପ୍ରଦେଶର ନୂଆ ମାନଚିତ୍ର ଜାରି କଲା ଭାରତ ଶତାବ୍ଦୀ ଶତାବ୍ଦୀ ଧରି ଜାତିଭିତ୍ତିକ ବ୍ୟବସ୍ଥାରେ ନିର୍ଯାତିତ ଓ ପଛରେ ପଡ଼ିଥିବା ଏସ୍ସି ଓ ଏସ୍ଟି ସମାଜ ପାଇଁ ଆରକ୍ଷଣ ବିଶେଷ ଭାବେ ଆବଶ୍ୟକ ବୋଲି ମାୟାବତୀ କହିଛନ୍ତି।
ଆରକ୍ଷଣକୁ କେବଳ ଆର୍ଥିକ ଉନ୍ନତିର ମାପଦଣ୍ଡରେ ବିଚାର କରାଯାଇପାରିବ ନାହିଁ।
ଜାତିଭିତ୍ତିକ ବିଭେଦର ପ୍ରଭାବ ଜୀବନର ବିଭିନ୍ନ କ୍ଷେତ୍ରରେ ଏବେ ବି ରହିଛି ବୋଲି ସେ ଦାବି କରିଛନ୍ତି।
ଆରକ୍ଷଣରେ "କ୍ରିମି ଲେୟର" ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବା ମଧ୍ୟ ଉଚିତ ନୁହେଁ ବୋଲି ସେ କହିଛନ୍ତି।
ଏପରି ମତ ବାବାସାହେବ ଡ.
ଭୀମରାଓ ଆମ୍ବେଦକରଙ୍କ ମାନବତାବାଦୀ ସମ୍ବିଧାନର ଉଦ୍ଦେଶ୍ୟ ବିରୋଧୀ ବୋଲି ସେ ଅଭିଯୋଗ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
