Matriculation exam: ମାଟ୍ରିକ ପରୀକ୍ଷା ଫର୍ମପୂରଣ ନଭେମ୍ବର ୨ରୁ
କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପରିଚାଳିତ ଚଳିତ ବର୍ଷର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ-୨୦୨୭, ରେଗୁଲାର ଓ ଏକ୍ସ-ରେଗୁଲାର) ଓ ପତ୍ରବିନିମୟ-୨୦୨୭ (ରେଗୁଲାର ଓ ଏକ୍ସରେଗୁଲାର)ର ଫର୍ମପୂରଣ ନଭେମ୍ବର ୨ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୨୧ତାରିଖ ରାତି ୧୧ଟା ୪୫ମିନିଟ୍ ପର୍ଯ୍ୟନ୍ତ ଚାଲିବ। ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା (ମାଟ୍ରିକ-୨୦୨୭, ରେଗୁଲାର ଓ ଏକ୍ସ-ରେଗୁଲାର)ର ପରୀକ୍ଷାର୍ଥୀ ଅନ୍ଲାଇନ୍ରେ ଓ ବିଦ୍ୟାଳୟର ମୁଖ୍ୟଙ୍କ ଦ୍ବାରା ଫର୍ମପୂରଣ କରିବେ।
Patanjali university: ପତଞ୍ଜଳି ବିଶ୍ବବିଦ୍ୟାଳୟରେ ଅଖିଳ ଭାରତୀୟ ପ୍ରାଚ୍ୟ ବିଦ୍ୟା ସମ୍ମିଳନୀ
ସେହିପରି ପତ୍ରବିନିମୟ-୨୦୨୭ (ରେଗୁଲାର ଓ ଏକ୍ସ-ରେଗୁଲାର) ପରୀକ୍ଷାର୍ଥୀ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟର ଉପସଂପାଦକଙ୍କ ଦ୍ବାରା ଅଫ୍ଲାଇନ୍ରେ ଫର୍ମ ପୂରଣ କରିବେ। ଫର୍ମପୂରଣର ଅନ୍ଲାଇନ ଲିଙ୍କ୍, ସମସ୍ତ ନିର୍ଦ୍ଦେଶାବଳୀ, ସୂଚନା ବୋର୍ଡର ୱେବ୍ସାଇଟ୍ www.bseodisha.ac.in ରେ ଉପଲବ୍ଧ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
US Iran attack: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଇରାନ ଉପରେ ଆକ୍ରମଣ ଆଶଙ୍କା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
