Matric Supplementary Exam : ଏଥର ମାଟ୍ରିକ୍ ସପ୍ଲିମେଣ୍ଟାରୀ ଡିଜିଟାଲ୍ ମୂଲ୍ୟାୟନ, ତ୍ରୁଟିଶୂନ୍ୟ ଓ ସ୍ୱଚ୍ଛତା ପାଇଁ ବୋର୍ଡର ଉଦ୍ୟମ
କଟକ, ୭/୭ : ଆସନ୍ତା ମାଟ୍ରିକ୍ ପରୀକ୍ଷାର ମୂଲ୍ୟାୟନ ଡିଜିଟାଲ୍ ମୋଡ୍ରେ ତଥା ଅନ୍ ସ୍କ୍ରିନ୍ ଭ୍ୟାଲୁଏସେନ୍ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଯୋଜନା ରଖିଛି । ଏଥିଲାଗି ପରୀକ୍ଷାମୂଳକ ଭାବେ ଚଳିତ ସପ୍ଲିମେଣ୍ଟାରୀ ପରୀକ୍ଷା ସହ ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଓଏସସି) ପରୀକ୍ଷାର ଉତ୍ତର ଖାତାଗୁଡ଼ିକର ଡିଜିଟାଲ୍ ଭ୍ୟାଲୁଏସନ୍ କରାଯିବ । ତେଣୁ ଉତ୍ତର ଖାତାରେ ମୂଲ୍ୟାୟନକାରୀଙ୍କର ଲାଲ ରଙ୍ଗ କାଳିର କଲମରେ ଭୁଲ୍ ଠିକ୍ ବାଛି ନମ୍ବର ଦେବା ବଦଳରେ ଲାପ୍ଟପ୍ର ସ୍କ୍ରିନ୍ ଉପରେ ମାଉସ୍ରେ କ୍ଲିକ୍ କରି ରେଡ ମାର୍କ ଦେଇ ମୂଲ୍ୟାୟନ କରିବେ । ଏହି ଡିଜିଟାଲ୍ ମୂଲ୍ୟାୟନ ଲାଗି ବୋର୍ଡ ପକ୍ଷରୁ ଏବେ ପ୍ରସ୍ତୁତି ଆରମ୍ଭ ହୋଇଛି । ଡିଜିଟାଲ୍ ଭ୍ୟାଲୁଏସନ୍ ରାଜ୍ୟର ୩ ଟି ସ୍ଥାନରେ ଯଥା ସମ୍ବଲପୁର, ଭୁବନେଶ୍ୱର ଓ କଟକରେ ହେବ ବୋଲି ବୋର୍ଡ ପକ୍ଷରୁ ସ୍ଥିର ହୋଇଛି ।
ପରୀକ୍ଷା ଆସନ୍ତା ୧୦ ତାରିଖରେ ଶେଷ ହେଉଥିବାରୁ ମୂଲ୍ୟାୟନ ପ୍ରାୟ ୧୯ ତାରିଖରୁ ଆରମ୍ଭ ପାଇଁ ବୋର୍ଡ ଲକ୍ଷ୍ୟ ରଖାଯାଇଛି । ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷାର ପ୍ରଥମ ଥର ପାଇଁ ଡିଜିଟାଲ୍ ଭ୍ୟାଲୁଏସନ୍ ପାଇଁ ଯୋଜନା ଥିବାରୁ ଏହା ପୂର୍ବରୁ ମୂଲ୍ୟାୟନକାରୀଙ୍କୁ ବୋର୍ଡ ପକ୍ଷରୁ ଟ୍ରେନିଂ ଦିଆଯିବ । ଦୁଇ ଦିନ ଧରି ହେବାକୁ ଥିବା ଏହି ତାଲିମ୍ ଶିବିରରେ ୪ ଶହ ଶିକ୍ଷକ ତାଲିମ ନେବେ । ଗତ ୨ ତାରିଖରେ ଆରମ୍ଭ ହୋଇଥିବା ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ଏସ୍ଓଏସ୍ସି ପରୀକ୍ଷା ଆସନ୍ତା ୧୦ ତାରିଖରେ ଶେଷ ହେବ । ପ୍ରଥମ ୩ ଦିନର ପରୀକ୍ଷା ଖାତା ଆସନ୍ତାକାଲିଠାରୁ ବୋର୍ଡ ପକ୍ଷରୁ ପ୍ରତି ପରୀକ୍ଷା କେନ୍ଦ୍ରରୁ ସଂଗ୍ରହ କରାଯିବ । ପରୀକ୍ଷା ଶେଷ ପରେ ଅବଶିଷ୍ଟ ବିଷୟର ଉତ୍ତର ଖାତା ସହ ଏସ୍ଓଏସ୍ସିର ଉତ୍ତରଖାତାଗୁଡ଼ିକ ସଂଗ୍ରହ କରାଯାଇ ଆସନ୍ତା ୧୨ ତାରିଖ ସୁଦ୍ଧା ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିବ । ଖାତା ସ୍କାନ୍ ପରେ ମୂଲ୍ୟାୟନକାରୀମାନେ ଅନ୍ସ୍କ୍ରିନ୍ରେ ମୂଲ୍ୟାୟନ କରିବେ।
ଆହୁରି ପଢନ୍ତୁ- Villages disappearing : ଦେଶରେ ପ୍ରତି ଘଣ୍ଟାରେ ମରୁଛି ଗୋଟିଏ ଗାଁ, ଦ୍ରୁତ ସହରୀକରଣ ପାଇଁ ହଜିଯାଉଛି ଗ୍ରାମ୍ୟ ସଂସ୍କୃତି ଓ ପରମ୍ପରା
Noida Fake Friendship Club Scam: ଇନଷ୍ଟାଗ୍ରାମରେ ଅଜଣା ସୁନ୍ଦରୀଙ୍କ ସହ କଥା ହେଉଛନ୍ତି କି ?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।