07 JULY 2026

Welcome!

Unlock your personalized experience.
Sign Up

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାନବିକତା: ଓଡ଼ିଶା ଗସ୍ତ ବେଳେ ଡ୍ରାଇଭରଙ୍କୁ ପାଣି ପିଆଇଲେ, ଭଲମନ୍ଦ ବୁଝି ମନ ଜିତିଲେ...

Jul 07, 2026 - 10:33
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାନବିକତା: ଓଡ଼ିଶା ଗସ୍ତ ବେଳେ ଡ୍ରାଇଭରଙ୍କୁ ପାଣି ପିଆଇଲେ, ଭଲମନ୍ଦ ବୁଝି ମନ ଜିତିଲେ...

ଭୁବନେଶ୍ୱର,୦୭/୦୭: ସାଧାରଣ ଜନତାଙ୍କ ସହ ବ୍ୟକ୍ତିଗତ ଭାବେ କଥାବାର୍ତ୍ତା ହୋଇ ଅନେକ ଥର ଚର୍ଚ୍ଚାକୁ ଆସିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏବେ ପୁଣି ନିଜ ଡ୍ରାଇଭରଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ଆଚରଣ ଦେଖାଇ ରେଳମନ୍ତ୍ରୀ ଚାରିଆଡ଼ୁ ପ୍ରଶଂସା ସାଉଁଟୁଛନ୍ତି । ସରକାରୀ ଗସ୍ତ ସମୟରେ କେବେ ଡ୍ରାଇଭର୍‌ଙ୍କୁ ପାଣି ପିଇବାକୁ ଦିଅନ୍ତି ତ କେବେ ସେମାନଙ୍କ କାମକୁ ପ୍ରଶଂସା କରନ୍ତି ରେଳମନ୍ତ୍ରୀ । ଜଣେ କେନ୍ଦ୍ରମନ୍ତ୍ରୀ ହୋଇ ବି ସେ ନିଜର ସରଳତା ଭୁଲି ନାହାନ୍ତି । ତାଙ୍କର ଏପରି ଆଚରଣ ଡ୍ରାଇଭରଙ୍କୁ ସମ୍ମାନିତ ଓ ଗୁରୁତ୍ୱ ପ୍ରଦାନ କରିଛି ।

ସୋମବାର ଓଡ଼ିଶା ଗସ୍ତ ସମୟରେ ରେଳମନ୍ତ୍ରୀ ଅଶ୍ୱିନୀଙ୍କ ଡ୍ରାଇଭର୍ ଥିଲେ ସନ୍ତୋଷ । ଅଶ୍ୱିନୀ ଗସ୍ତ ବେଳେ କାର୍‌ରେ ସଡ଼କ ପଥରେ ଭୁବନେଶ୍ୱରରୁ ପୁରୀ ଯାଇଥିଲେ । ସେତେବେଳେ ଅଶ୍ୱିନୀ ଡ୍ରାଇଭର୍ ସନ୍ତୋଷଙ୍କ ସହ କଥାବାର୍ତ୍ତା ହେବା ସହ ପିଲାଛୁଆ ଓ ଘର ସଂସାର କଥା ପଚାରି ବୁଝିଥିଲେ । ସନ୍ତୋଷଙ୍କୁ ନିଜ ବୋତଲରୁ ପାଣି ପିଇବାକୁ ଦେଇଥିଲେ ରେଳମନ୍ତ୍ରୀ । ସନ୍ତୋଷ ଦୀର୍ଘ ୭ ବର୍ଷ ଧରି ରେଳମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ବେଳେ ଡ୍ରାଇଭର୍ ଦାୟିତ୍ୱ ତୁଲାଇ ଆସିଛନ୍ତି । କିନ୍ତୁ ଏତେ ବର୍ଷ ଭିତରେ ବି ରେଳମନ୍ତ୍ରୀଙ୍କ ନମ୍ରତା ଓ ଉଦାରତା ଅପରିବର୍ତ୍ତିତ ରହିଛି ।

ଅଧିକ ପଢ଼ନ୍ତୁ :-  Student Grievance Portal: ଛାତ୍ରଛାତ୍ରୀଙ୍କଠୁ ସିଧାସଳଖ ସମସ୍ୟା ଶୁଣିବ ଗଣଶିକ୍ଷା ବିଭାଗ, ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର ପୋର୍ଟାଲ୍

ରେଳମନ୍ତ୍ରୀ ପ୍ରଥମରୁ ଯେମିତି ଥିଲେ, ତାଙ୍କ ଆଚରଣ ପରିବର୍ତ୍ତନ ହୋଇନାହିଁ ବୋଲି ସନ୍ତୋଷ କହିଛନ୍ତି । ଯାତ୍ରା ସମୟରେ ତାଙ୍କୁ ଶୋଷ ଲାଗୁଥିବାବେଳେ ରେଳମନ୍ତ୍ରୀ ପାଣି ପିଇବାକୁ ଦେଇ ମାନବିକତା ଦେଖାଇଥିଲେ ବୋଲି ସେ କୃତଜ୍ଞତା ଜଣାଇଛନ୍ତି । ଏଥିସହ ସେ ବ୍ୟକ୍ତିଗତ ଭାବରେ ମୋର ଘର ପରିବାର, ସୁଖ ଦୁଃଖ କଥା ପଚାରି ବୁଝିଥିଲେ । ରେଳମନ୍ତ୍ରୀଙ୍କ ଏପରି ବ୍ୟବହାର କେବେ ଭୁଲିପାରିବେ ନାହିଁ ବୋଲି ସନ୍ତୋଷ କହିଛନ୍ତି । ସେହିପରି ଗୁଜରାଟ ଗସ୍ତ ବେଳେ ମଧ୍ୟ ଡ୍ରାଇଭରଙ୍କ ସହ ଆନ୍ତରିକତାର ସହ ଆଲୋଚନା ଓ ସେମାନଙ୍କ କର୍ତ୍ତବ୍ୟନିଷ୍ଠା ପାଇଁ ରେଳମନ୍ତ୍ରୀ ପ୍ରଶଂସା କରିଥିଲେ । ଡ୍ରାଇଭରଙ୍କ ସହ ସହକର୍ମୀ ଭଳି ଆଚରଣ ଦେଖାଇ ନିଜର ଉଦାର ମାନବିକତା ପ୍ରଦର୍ଶନ କରିଛନ୍ତି ରେଳମନ୍ତ୍ର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।