Masked Robbers in BBSR ୩ ମୁଖାଧାରୀ ଆସିଲେ, ସଟର ତାଡ଼ି ଲୁଟିନେଲେ ଗହଣା ଦୋକାନ
"ଭୁବନେଶ୍ବର (ସୂରଯ ମଲ୍ଲିକ): ବୁଧବାର ବିଳମ୍ବିତ ରାତିରେ ଯାଁଳା ବଜାରସ୍ଥିତ ଏକ ଗହଣା ଦୋକାନର ସଟର୍ ତାଡ଼ି ୩ଜଣ ମୁଖାପିନ୍ଧା ଦୁର୍ବୃତ୍ତ ପ୍ରାୟ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟି ନେଇଛନ୍ତି।
ଏନେଇ ଗହଣାଦୋକାନ ମାଲିକ ରବୀନ୍ଦ୍ର କୁମାର ନାୟକ ଇନ୍ଫୋଭ୍ୟାଲି ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଭିତ୍ତିରେ ପୁଲିସ ସିସିଟିଭି ଫୁଟେଜ୍ ଯଞ୍ଚ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
ଅପରପଟେ ଲୁଟେରଙ୍କୁ ଧରିବା ପାଇଁ ପୁଲିସ ଡଗ୍ ସ୍କ୍ବାଡ୍ ଏବଂ ଫରେନ୍ସିକ୍ ଟିମ୍ର ସହାୟତା ନେଇଛି।Advertisment ଦୋକାନି ପତ୍ନୀଙ୍କ ୧୦୩ ଟଙ୍କା ନ ଫେରାଇବାରୁ ଦୋକାନ ଲୁଟ୍ କରି ଫେରାର୍ ହେଲେ ପତି ଖବର ଅନୁସାରେ, ଗହଣା ବ୍ୟବସାୟୀ ରବୀନ୍ଦ୍ର ଯାଁଳାସ୍ଥିତ ଓଗାଳପଡ଼ାରେ ରୁହନ୍ତି।
ତାଙ୍କର ଯାଁଳା ବଜାରରେ ମା" ଜୁଏଲର୍ସ ନାମରେ ଏକ ଦୋକାନ ରହିଛି।
ଗତକାଲି (ବୁଧବାର) ରବୀନ୍ଦ୍ର ସବୁଦିନ ଭଳି ରାତି ପ୍ରାୟ ୧୦ଟାରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ।
ଆଜି ଭୋର୍ରୁ କିଛି ଲୋକ ପ୍ରାତଃଭ୍ରମଣରେ ଯାଇଥିବା ବେଳେ ରବୀନ୍ଦ୍ରଙ୍କ ଗହଣା ଦୋକାନ ସଟର୍ ଭଙ୍ଗାହୋଇଥିବା ଦେଖି ତାଙ୍କୁ ଖବର ଦେଇଥିଲେ।
ରବୀନ୍ଦ୍ର ଦେକେନରେ ପହଞ୍ଚି ଦୋକାନର ଲୁହା ଗେଟ୍ ଓ ସଟର୍ କଟା ହୋଇଥିବା ଏବଂ ସିସିଟିଭି ଫୁଟେଜ୍ ଭଙ୍ଗାଯାଇ ଗହଣା ଲୁଟ୍ପାଟ୍ କରାଯାଇଥିବ ଦେଖି ଇନ୍ଫୋଭ୍ୟାଲି ଥାନାରେ ଅଭିଯୋଗ କରିଥିଲେ।
ବନ୍ଧୁକମୁନରେ ସୁନା ଦୋକାନୀଙ୍କ ଘରୁ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ପ୍ରାଥମିକ ତଦନ୍ତ କରି ପୁଲିସ ସୂଚନା ଦେଇଛି ଯେ ବୁଧବାର ରାତି ପ୍ରାୟ ୧ଟା ୫୦ମିନିଟ୍ରେ ୩ଜଣ ଦୁର୍ବୃତ୍ତ ଏକ ଧଳା କାର୍ରେ ଆସିଥିଲେ।
ସେମାନେ ମୁହଁରେ ରୁମାଲ୍ ଗୁଡ଼ାଇ ପ୍ରଥମେ ଦୋକାନର ଗ୍ରିଲ୍ ଭାଙ୍ଗିଥିଲେ।
ଏହା ପରେ ସିସି କ୍ୟାମେରା ଭାଙ୍ଗି ଦୋକାନର ସଟର୍ ତାଡ଼ି ଭିତରକୁ ପଶିଥିଲେ।
ଦୋକାନର ଡ୍ର ବକ୍ସରେ ଥିବା ପ୍ରାୟ ୩୦୦ଗ୍ରାମ୍ର ରୁପା ଅଳଙ୍କାର ଓ ଅଳ୍ପ କିଛି ସୁନା ଗହଣା ଲୁଟ୍ କରିଥିଲେ।
ପରେ ସିକ୍ରେଟ୍ ଚାମ୍ବର୍ ତାଡ଼ିବାକୁ ଉଦ୍ୟମ କରିଥିଲେ ହେଁ ସଫଳ ହୋଇନଥିଲେ।
ଅପରପଟେ ସମୟ ରାତି ୩ଟା ଟପିଯାଇଥିବାରୁ ଧରାପଡ଼ିବା ଭୟରେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ।
ତେଣୁ ଏକ ବଡ଼ଧରଣର ଲୁଟ୍ରୁ ଗହଣା ବ୍ୟବସାୟୀ ବର୍ତ୍ତିଯାଇଛନ୍ତି।
ସେହିଭଳି ପୁଲିସ ସିସି କ୍ୟାମେରା ଓ ସାଇଣ୍ଟିଫିକ୍ ଟିମ୍ ଜରିଆରେ ଚୋରଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।