Rath Yatra In Bhadrak: ଭଦ୍ରକାଳୀ ପୀଠରେ ରଥଯାତ୍ରା ମହାଆଡମ୍ବର ସହକାରେ ପାଳିତ

Jul 16, 2026 - 18:36
Rath Yatra In Bhadrak: ଭଦ୍ରକାଳୀ ପୀଠରେ ରଥଯାତ୍ରା ମହାଆଡମ୍ବର ସହକାରେ ପାଳିତ

"ଭଦ୍ରକ (ହରିହର ନାୟକ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠରେ ପାର୍ଶ୍ଵଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଟଣା ହୋଇଛି।

ସକାଳ ୬ଟାରେ ମଙ୍ଗଳ ଆଳତି ସରିବା ପରେ ସ୍ନାନ, ଧୂପଦୀପ, ଭୋଗ ଆଦି ରୀତିନୀତି ହୋଇଥିଲା।

ତିନିଠାକୁରଙ୍କ ପହଣ୍ଡି ବିଜେ ପରେ  ସବାୟତମାନେ ଠାକୁରଙ୍କୁ ରଥାରୂଢ଼ କରାଇଥିଲେ।

Advertisment ଭୂୟାଁ ରାଜାଙ୍କ ବଂଶଧର ରାଜା ପ୍ରଦୀପ ରାୟଙ୍କ ଦ୍ବାରା ରଥରେ ଛେରାପହଁରା କରିଥିଲେl ଭକ୍ତମାନେ ହରିବୋଲ, ହୁଳହୁଳି ଧ୍ୱନି ଓ କୀର୍ତନ  ସହ ରଥରେ ମହାପ୍ରଭୁଙ୍କ ଦର୍ଶନ କରି ରଥ ଟାଣିଥିଲେ।

ମନ୍ଦିର ମୁଖ୍ୟ ଗୋସାଇଁଙ୍କ ଦ୍ବାରା ରଥରେ କଳସ ପୂଜା ସହ ରଥ ପ୍ରତିଷ୍ଠା ହୋଇଥିଲା।

ଭକ୍ତମାନେ ରଥ ଟାଣି ଟାଣି ନେଇ ତିନିଠାକୁରଙ୍କୁ ମାଉସୀମା' ମନ୍ଦିରରେ ପହଞ୍ଚାଇଥିଲେ l "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।