Puri Rath Yatra: ତାଳଧ୍ବଜ ପରେ ଗଡ଼ିଲା ଦର୍ପଦଳନ, ପଛରେ ଆସୁଛି ନନ୍ଦିଘୋଷ

Jul 16, 2026 - 18:36
Puri Rath Yatra: ତାଳଧ୍ବଜ ପରେ ଗଡ଼ିଲା ଦର୍ପଦଳନ, ପଛରେ ଆସୁଛି ନନ୍ଦିଘୋଷ

"ପୁରୀ: ରଥଯାତ୍ରାର ମୁଖ୍ୟ ଆକର୍ଷଣ କୁହାଯାଉଥିବା "ରଥ"ର ଗତି ଦେଖିବାକୁ ମିଳିଛି ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ।

ଯେଉଁ ମୁହୂର୍ତ୍ତକୁ ଦେଖିବା ପାଇଁ ଭକ୍ତମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ ସେହି ଆଶା ପୂରା ହୋଇଛି।

ସନ୍ଧ୍ୟା ପ୍ରାୟ ୫ଟାରେ ବଡ଼ଦାଣ୍ଡରେ ରଥ ଗଡ଼ିଛି।

ଶରଧାବାଲି ଅଭିମୁଖେ ବଡ଼ ଠାକୁରଙ୍କ ରଥ "ତାଳଧ୍ବଜ" ଗଡ଼ିଛି।

ଘଣ୍ଟ, ଘଣ୍ଟି ଏବଂ ହରିବୋଲରେ ବଡ଼ଦାଣ୍ଡ କମ୍ପି ଉଠିଛି।

ଭକ୍ତମାନେ ଶ୍ରଦ୍ଧାର ସହିତ ରଥ ଟାଣି ନେଉଛନ୍ତି।

ତାଳଧ୍ବଜ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ମଧ୍ୟ ଶରଧାବାଲି ଅଭିମୁଖେ ଗଡ଼ିଛି।

Advertisment ବଡ଼ଦାଣ୍ଡରେ ରଥ ଗଡ଼ିବା ପୂର୍ବରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ସୁବର୍ଣ୍ଣ ଖଡ଼ିକାରେ ଛେରାପହଁରା ନୀତି କରିଥିଲେ।

ପରମ୍ପରା ଅନୁଯାୟୀ ଗଜପତି ମହାରାଜା ତିନି ରଥରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ ସୁବର୍ଣ୍ଣ ଖଡ଼ିକାରେ ରଥକୁ ପରିଷ୍କାର କରି ଏହି ପବିତ୍ର ନୀତି ସମ୍ପାଦନ କରିଥିଲେ।

ମହାପ୍ରଭୁଙ୍କ ସମ୍ମୁଖରେ ରାଜା ମଧ୍ୟ ସେବକ।

ଏହି ଅନନ୍ୟ ପରମ୍ପରା ସମତା, ବିନମ୍ରତା ଓ ସେବାଭାବର ଚିରନ୍ତନ ବାର୍ତ୍ତା ଦେଇଥାଏ।

ଭକ୍ତି ଓ ଉଲ୍ଲାସରେ ପରିପୂର୍ଣ୍ଣ ଏହି ଦିବ୍ୟ ମୁହୂର୍ତ୍ତ।

Rath Yatra In New Delhi: ନୂଆଦିଲ୍ଲୀ ହାଉଜଖାସ ମନ୍ଦିରରେ ରଥଯାତ୍ରା ପବିତ୍ର ରଥଯାତ୍ରା ଅବସରରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ।

ପାରମ୍ପରିକ ରୀତିନୀତି ଅନୁଯାୟୀ ସେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପ୍ରଣାମ ଜଣାଇ ଦେଶ ଓ ବିଶ୍ୱର ଶାନ୍ତି, ସମୃଦ୍ଧି ଏବଂ ସର୍ବଜନଙ୍କ ମଙ୍ଗଳ କାମନା କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।