Marriage: ସାମ୍ନାକୁ ଆସିଲା ତେନ୍ଦୁଲକରଙ୍କ ଝିଅ ଓ ସନ୍ନି ଦେଓଲଙ୍କ ପୁଅ ବିବାହ ଖବରର ସତ୍ୟତା
ମୁମ୍ବାଇ: କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଓ ବଲିଉଡ୍ ଅଭିନେତା ସନ୍ନି ଦେଓଲ ଙ୍କ ପୁଅ ରାଜବୀର ଦେଓଲଙ୍କ ବିବାହକୁ ନେଇ ଚାଲିଥିବା ଚର୍ଚ୍ଚାରେ ଏବେ ରୋକ୍ ଲାଗିଛି।
ଦୁହେଁ ୨୦୨୭ରେ ବିବାହ କରିବେ ବୋଲି ସୋସିଆଲ ମିଡିଆରେ ଖବର ପ୍ରସାରିତ ହେଉଥିଲା।
ଏହାକୁ ନେଇ ଉଭୟଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଥିଲା।
ତେବେ ଏହି ଖବରରେ କୌଣସି ସତ୍ୟତା ନଥିବା ସ୍ପଷ୍ଟ ହୋଇଛି।
Advertisment ସାରାଙ୍କ ନିକଟତମ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ସାରା ଓ ରାଜବୀରଙ୍କ ବିବାହକୁ ନେଇ ଚାଲିଥିବା ଚର୍ଚ୍ଚା ସମ୍ପୂର୍ଣ୍ଣ ମିଛ।
ଏପରିକି ଉଭୟ ଆଜି ପର୍ଯ୍ୟନ୍ତ ପରସ୍ପରକୁ ଭେଟି ମଧ୍ୟ ନାହାନ୍ତି।
ସାରା ବର୍ତ୍ତମାନ ସିଙ୍ଗଲ୍ ଅଛନ୍ତି ଏବଂ ନିଜ କାମ ଉପରେ ଧ୍ୟାନ ଦେଉଛନ୍ତି।
ଏହି ଅଯଥା ଚର୍ଚ୍ଚା ତାଙ୍କୁ ଅସୁବିଧାରେ ପକାଉଥିବା ମଧ୍ୟ ସୂତ୍ରରୁ ଜଣାପଡ଼ିଛି।
ସମ୍ପର୍କକୁ ନେଇ ବିଭିନ୍ନ ଦାବି କରାଯାଇଥିଲା ବାସ୍ତବରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ପରେ ଏହି ବିବାହ ଗୁଜବ ଆରମ୍ଭ ହୋଇଥିଲା।
ଏଥିରେ ସାରା ଓ ରାଜବୀରଙ୍କ ସମ୍ପର୍କକୁ ନେଇ ବିଭିନ୍ନ ଦାବି କରାଯାଇଥିଲା।
ଏପରିକି ରାଜବୀର ସାରାଙ୍କୁ ଦାମୀ ଉପହାର ଦେଉଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା।
ତେବେ ଏହି ଦାବିଗୁଡ଼ିକର କୌଣସି ବିଶ୍ୱସନୀୟ ପ୍ରମାଣ ନାହିଁ।
ଉଭୟ ପରିବାର ମଧ୍ୟ ଏଭଳି କୌଣସି ବିବାହ ଘୋଷଣା କରିନାହାନ୍ତି।
ଅନ୍ୟପକ୍ଷରେ ସାରା ପୂର୍ବରୁ ଏକ ସାକ୍ଷାତକାରରେ ବିବାହକୁ ନେଇ ନିଜ ମତ ରଖିଥିଲେ।
ତାଙ୍କ ଭାଇ ଅର୍ଜୁନ ତେନ୍ଦୁଲକରଙ୍କ ବିବାହକୁ ସେ ନିଜ ପାଇଁ ଏକ ପ୍ରକାରର ଅଭ୍ୟାସ ବୋଲି କହିଥିଲେ।
ଏହାଦ୍ୱାରା ନିଜ ବିବାହରେ କ'ଣ ଚାହାନ୍ତି ଏବଂ କ'ଣ ଚାହାନ୍ତି ନାହିଁ, ତାହା ବୁଝିବାର ସୁଯୋଗ ମିଳିଥିବା ସେ କହିଥିଲେ।
Sapna Choudhury: 'ମୁଁ ଖାଲି କାହାର ସ୍ତ୍ରୀ ହୋଇ ରହିପାରିବି ନାହିଁ' ସାରା ନିଜ ପେସାଦାର ଜୀବନରେ ମଡେଲିଂ, ଫ୍ୟାଶନ୍ ଓ ନ୍ୟୁଟ୍ରିସନ୍ କ୍ଷେତ୍ରରେ ସକ୍ରିୟ ଅଛନ୍ତି।
ସେହିପରି ରାଜବୀର ୨୦୨୩ରେ ଚଳଚ୍ଚିତ୍ର 'ଦୋନୋ' ଜରିଆରେ ଅଭିନୟ ଜଗତରେ ପାଦ ଥାପିଥିଲେ।
ତେବେ ଉଭୟଙ୍କ ବିବାହ ଖବର କେବଳ ସୋସିଆଲ ମିଡିଆର ଏକ ଅପପ୍ରଚାର ବୋଲି ସ୍ପଷ୍ଟ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
