Marriage: ପାଞ୍ଜି ମନ୍ଥନ: ଆଷାଢ଼ ଓ ଶ୍ରାବଣରେ ବିବାହ
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା
ଗୋବିନ୍ଦବାବୁଙ୍କର ନିଜର ଝିଅ ନ ଥିବାରୁ ଝିଆରୀକୁ ସେ ଅତି ଆଦର କରନ୍ତି। ଭାଇକୁ କହିଦେଇଛନ୍ତି, ତୋ ଝିଅ ସୁଜାତା ତୋର ନୁହେଁ, ମୋ ଝିଅ। ପାଠପଢ଼ାଠାରୁ ବାହାଘରଯାଏ ସବୁ ଦାୟିତ୍ବ ମୋର। ଝିଅ ବିଏସ୍ସି ପାସ କରିବା ପରଠାରୁ ତା’ପାଇଁ ବରପାତ୍ର ଖୋଜା ଚାଲିଛି। ୟା ଭିତରେ ଝିଅର ଏମ୍ଏସ୍ସି ସରିଗଲାଣି। ତେବେ ଯାହାହେଉ, ଏଇ ମାସରେ ଭଲ ବରପାତ୍ରଟିଏ ଜୁଟିଛି। ତାଙ୍କର ଇଚ୍ଛା, ଯେମିତି ହେଉ ଏଇ ଜୁଲାଇ ମାସ ଭିତରେ ବାହାଘରଟା ସାରିଦେବା ପାଇଁ। କାରଣ ଦକ୍ଷିଣାୟନ ହେତୁ ଜୁଲାଇ ୧୨ ପରେ ଏବଂ ସିଂହ-ବୃହସ୍ପତି ଯୋଗ ହେତୁ ନଭେମ୍ବର-ଡିସେମ୍ବର ମାସରେ ବାହାଘର ନାହିଁ। ପୁଣି ବାହାଘର ଯାଇ ୨୦୨୭ ଜାନୁଆରି ୨୪ ପରେ ଅଛି। ଏତେ କମ୍ ଦିନ ଭିତରେ ଭଲ ଦିନଟାଏ ଖୋଜିବା ବି କଷ୍ଟ। ତେଣୁ ନିଜର ଜ୍ଞାନଗରିମା ଉପରେ ଭରସା ନ କରି ପତ୍ନୀଙ୍କ କଥା ମାନି ଆସିଛନ୍ତି ମାଗୁଣି ପଣ୍ଡିତଙ୍କ ପାଖକୁ।
Maa Rambhadevi: ମା’ ରମ୍ଭାଦେବୀଙ୍କ ଯାତ୍ରା
ଗୋବିନ୍ଦବାବୁଙ୍କୁ ଦେଖି ପଣ୍ଡିତେ ପତ୍ନୀଙ୍କୁ ଚା ପାଇଁ ବରାଦ ଦେଇ ପଚାରିଲେ- କ’ଣ ସବୁ କୁଶଳ ତ ଗୋବିନ୍ଦବାବୁ? ଝିଅ ବାହାଘର ଠିକ୍ ହେଲା?
ଗୋବିନ୍ଦବାବୁ- ସେଇଥିପାଇଁ ପରା ଆଜି ସକାଳୁ ସକାଳୁ ଆପଣଙ୍କ ଘରକୁ ଆସିଛି। ପୁଅ ସରକାରୀ କଲେଜରେ ଅଧ୍ୟାପକ। ସେମାନେ ଆମ ଝିଅର ରୂପ, ଗୁଣ ଓ ପାଠ ଦେଖି ରାଜି ହୋଇ ଯାଇଛନ୍ତି। ଜାତକ ବି ପଡ଼ିଛି ରାଜଯୋଟକ। ଏଥର ତ ମଳମାସ ହେତୁ ହରିଶୟନ ଟିକେ ଡେରିରେ ପଡୁଛି- ଜୁଲାଇ ୨୫ରେ। ତେଣୁ ତା’ ପୂର୍ବରୁ ଗୋଟିଏ ଭଲ ଦିନ ଦେଖିଦିଅନ୍ତୁ।
ପଣ୍ଡିତେ- କେବଳ କ’ଣ ହରିଶୟନ? ଆଉ ଦକ୍ଷିଣାୟନ ଓ ଚତୁର୍ମାସ୍ୟା କୁଆଡ଼େ ଯିବ କି? ଚତୁର୍ମାସ୍ୟାରେ କ’ଣ ବାହାଘର ହୁଏ?
ଗୋବିନ୍ଦବାବୁ- ବରପକ୍ଷ କୋଉ ଗୋଟାଏ ପାଞ୍ଜି ଦେଖି ଜୁଲାଇ ୨୦ ତାରିଖ ସୋମବାରକୁ ଠିକ୍ କରିଛନ୍ତି। ସେମାନେ ଖାଲି ମୋ ସମ୍ମତିକୁ ଅପେକ୍ଷା କରିଛନ୍ତି।
ପଣ୍ଡିତେ- ଶାସ୍ତ୍ର କହିଛି-‘‘ଗୁର୍ବାଦିତ୍ୟେ ଗୁରୌ ସିଂହେ ନଷ୍ଟେ ଶୁକ୍ରେ ମଳୀମ୍ଳୁଚେ।
ଯାମ୍ୟାୟନେ ହରୌ ସୁପ୍ତେ ସର୍ବକର୍ମାଣି ବର୍ଜୟେତ୍।।’’ (ପଣ୍ଡିତସର୍ବସ୍ବ) ଅର୍ଥାତ୍ ରବି-ଗୁରୁ ଏକା ରାଶିରେ ଥିଲେ, ବୃହସ୍ପତି ସିଂହ ରାଶିରେ ଥିଲେ, ଶୁକ୍ର ଅସ୍ତ ହେବା ସମୟରେ, ମଳମାସରେ, ଦକ୍ଷିଣାୟନ ସମୟରେ ଏବଂ ହରିଶୟନ ସମୟରେ ବ୍ରତ-ବିବାହାଦି ସମସ୍ତ ଶୁଭକର୍ମ ବର୍ଜନ କରିବ। କେବଳ ଅନ୍ନପ୍ରାଶନ, ନାମକରଣ ଆଦି କରାଯାଇପାରିବ। ଏଠାରେ ଯାମ୍ୟାୟନ ମାନେ ଦକ୍ଷିଣାୟନ, ଯାହା କର୍କଟ ସଂକ୍ରାନ୍ତିରୁ ଆରମ୍ଭ ହୁଏ। ଏ ବର୍ଷ କର୍କଟ ସଂକ୍ରାନ୍ତି ପଡୁଛି ଜୁଲାଇ ୧୭ ତାରିଖରେ।
ଗୋବିନ୍ଦବାବୁ- ଆଉ ଚତୁର୍ମାସ୍ୟା କାହାକୁ କହନ୍ତି? ତାହା କେବେଠୁ ଆରମ୍ଭ ହୁଏ?
ପଣ୍ଡିତେ- ଚତୁର୍ମାସ୍ୟାର ବିଚାର ତିନି ପ୍ରକାର। କେହି ହରିଶୟନୀ ଏକାଦଶୀରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ଯାଏ ଚାରିମାସକୁ ଚତୁର୍ମାସ୍ୟା ଧରନ୍ତି, କେହି ଆଷାଢ଼ ପୂର୍ଣ୍ଣିମାରୁ କାର୍ତ୍ତିକ ପୂର୍ଣ୍ଣିମାଯାଏ ଓ ଆଉ କେହି କର୍କଟ ସଂକ୍ରାନ୍ତିରୁ ବିଛା ସଂକ୍ରାନ୍ତିଯାଏ ଚାରିମାସକୁ ବିଚାର କରନ୍ତି। ପୂଜ୍ୟ ଶଙ୍କରାଚାର୍ଯ୍ୟ ଓ ସାଧୁସନ୍ଥମାନେ ପୂର୍ଣ୍ଣମାରୁ ପୂର୍ଣ୍ଣିମାଯାଏ ଚାତୁର୍ମାସ୍ୟ ବ୍ରତ ପାଳନ କରନ୍ତି। ଓଡ଼ିଶାରେ ଆମେ ଏକାଦଶୀରୁ ଧରୁ। କିନ୍ତୁ ବିବାହ ପାଇଁ ଶୁଭଦିନ ବିଚାର କଲାବେଳେ ଆମେ ମାସ ନିର୍ଦ୍ଧାରଣରେ ସୌରମାନ ଉପରେ ଗୁରୁତ୍ବ ଦେଉଥିବାରୁ କର୍କଟ ବା ସୌର ଶ୍ରାବଣ ମାସରୁ କାର୍ତ୍ତିକଯାଏ ଚାରିମାସ ବାହାଘର ବନ୍ଦ। ଦକ୍ଷିଣାୟନରେ କେବଳ ଗୋଟିଏ ମାସରେ ବାହାଘର ହୁଏ, ତାହା ହେଉଛି ବିଛା ବା ମାର୍ଗଶିର ମାସ। ତେବେ ବିଛା ମାସରେ ବି ଯଦି କିଛିଦିନ ହରିଶୟନ ରହୁଥିବ, ତେବେ ହରିଶୟନକୁ ବାଦ୍ ଦେଇ ବିଛା ମାସରେ ବାହାଘର କରିବାକୁ ହେବ। କିନ୍ତୁ ଆଷାଢ଼ ମାସରେ କର୍କଟ ସଂକ୍ରାନ୍ତି ଆଗ ଓ ହରିଶୟନ ପରେ ପଡ଼ିଲେ କର୍କଟ ସଂକ୍ରାନ୍ତିରୁ ଏବଂ ହରିଶୟନ ଆଗ ଓ କର୍କଟ ସଂକ୍ରାନ୍ତି ପଛେ ପଡ଼ିଲେ ହରିଶୟନରୁ ବାହାଘର ବନ୍ଦ ହେବା ବିଧେୟ।
Neglect: ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରାଯାଉ ନାହିଁ ଶବ ବ୍ୟବଚ୍ଛେଦ!
ଗୋବିନ୍ଦବାବୁ- ତେବେ ଗୋଟିଏ ପାଞ୍ଜିରେ ଜୁଲାଇ୨୪ଯାଏ ବାହାଘର ଅଛି। କିନ୍ତୁ ସର୍ବପୁରାତନ ପାଞ୍ଜିରେ ନାହିଁ। ସେଥିରେ କର୍କଟ ସଂକ୍ରାନ୍ତିରୁ ବାହାଘର ନାହିଁ।
ପଣ୍ଡିତେ- ନାନା ମୁନି ନାନା ମତ। ଆମେ ଆମ ମତ କହିଲୁ। ଅନ୍ୟମାନେ ଭିନ୍ନମତ ରଖିବା ପାଇଁ ସ୍ବତନ୍ତ୍ର। କିନ୍ତୁ ଶାସ୍ତ୍ରବିରୋଧୀ ମତ କେବେ ବି ଗ୍ରହଣୀୟ ନୁହେଁ। ଯେଉଁମାନେ ଭିନ୍ନମତ ରଖୁଛନ୍ତି, ସେମାନେ ତା’ ସପକ୍ଷରେ ଉପଯୁକ୍ତ ଶାସ୍ତ୍ରୀୟ ପ୍ରମାଣ ଦେବା ଉଚିତ। ପ୍ରୌଢ଼ାକନ୍ୟାର ବିବାହ ପାଇଁ କେତେକ କୋହଳ ନୀତି ଶାସ୍ତ୍ରରେ ଅଛି। ସେଇ ଆଳରେ କିଛି ପାଞ୍ଜି ଅଶୁଦ୍ଧକାଳରେ ବି ବାହାଘର ଦେଉଛନ୍ତି, ଯାହା ଠିକ୍ ନୁହେଁ।
ମୋ- ୭୦୦୮୯୬୦୫୦୨, [email protected]