Marraige: ନଭେମ୍ବର ୨୧ରୁ ଡିସେମ୍ବର ୧୫: ୨୫ ଦିନରେ ହେବ ୫୨ ଲକ୍ଷ ବାହାଘର

Nov 20, 2026 - 10:11
Marraige: ନଭେମ୍ବର ୨୧ରୁ ଡିସେମ୍ବର ୧୫: ୨୫ ଦିନରେ ହେବ ୫୨ ଲକ୍ଷ ବାହାଘର

ନୂଆଦିଲ୍ଲୀ: ଦେଶରେ ଆଗାମୀ ବିବାହ ଋତୁରେ ବଜାରରେ ବଡ଼ ଧରଣର କାରବାର ହେବାକୁ ଯାଉଛି।

ନଭେମ୍ବର ୨୧ରୁ ଡିସେମ୍ବର ୧୫ ମଧ୍ୟରେ ଦେଶରେ ପ୍ରାୟ ୫୨ ଲକ୍ଷ ବିବାହ ହେବାର ଆକଳନ କରିଛି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି)।

ଏହି ବିବାହ ଋତୁରେ ପ୍ରାୟ ୭.୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ଏହା ଆଶା ରଖିଛି।

ଏହାଦ୍ୱାରା ପ୍ରାୟ ୧.୨୫ କୋଟି ଲୋକଙ୍କ ପାଇଁ ଅସ୍ଥାୟୀ ଓ ଋତୁକାଳୀନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।

Advertisment ଆହୁରି ପଢନ୍ତୁ: Alia Bhatt : ସବ୍ୟସାଚୀଙ୍କ ରୁବି-ରେଡ୍ ଗାଉନ୍‌ରେ ଆଲିଆ ଭଟ୍ଟଙ୍କ ରାଜକୀୟ ଅନ୍ଦାଜ: 'TIME100 Next India' କଭରରେ ଚମକିଲେ ଅଭିନେତ୍ରୀ ସିଏଆଇଟିର ଆକଳନ ଅନୁଯାୟୀ, ମୋଟ ବ୍ୟବସାୟ ମଧ୍ୟରୁ ୪.୦୫ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଓ ଖୁଚୁରା ସାମଗ୍ରୀ କିଣାବିକା ହେବ।

ଅବଶିଷ୍ଟ ୩.୪୫ ଲକ୍ଷ କୋଟି ଟଙ୍କା ବିଭିନ୍ନ ସେବା କ୍ଷେତ୍ରରୁ ଆସିବ।

ଅର୍ଥାତ୍ ମୋଟ ବ୍ୟବସାୟର ୫୪ ପ୍ରତିଶତ ସାମଗ୍ରୀ କିଣାବିକା ଓ ୪୬ ପ୍ରତିଶତ ସେବା କ୍ଷେତ୍ରରୁ ଆସିବା ଆଶା କରାଯାଉଛି।

ବିବାହ ଋତୁରେ ସବୁଠାରୁ ଅଧିକ କାରବାର ଗହଣା ଓ ମୂଲ୍ୟବାନ ଧାତୁ କ୍ଷେତ୍ରରେ ହେବାର ଆକଳନ କରାଯାଇଛି।

ଏହି କ୍ଷେତ୍ରରେ ପ୍ରାୟ ୧.୨୦ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବା ଆଶା କରାଯାଉଛି।

ସେହିପରି ପୋଷାକ, ଶାଢ଼ି ଓ ଅନ୍ୟାନ୍ୟ ବସ୍ତ୍ର କ୍ଷେତ୍ରରେ ୯୦ ହଜାର କୋଟି ଟଙ୍କାର କାରବାର ଆଶା ରହିଛି।

ସେବା କ୍ଷେତ୍ରରେ କ୍ୟାଟରିଂ ଓ ଖାଦ୍ୟ ଯୋଗାଣରୁ ୭୫ ହଜାର କୋଟି ଟଙ୍କା ଏବଂ ମ୍ୟାରେଜ୍ ହଲ୍, ବ୍ୟାଙ୍କ୍ୱେଟ୍ ହଲ୍ ଓ ହୋଟେଲରୁ ୬୦ ହଜାର କୋଟି ଟଙ୍କାର ବ୍ୟବସାୟ ହେବା ସମ୍ଭାବନା ରହିଛି।

ଏହାବ୍ୟତୀତ ଇଲେକ୍ଟ୍ରୋନିକ୍ସ, ଆସବାବପତ୍ର, ଖାଦ୍ୟ ସାମଗ୍ରୀ, ମିଠା, ଉପହାର, ଯାତାୟାତ, ଫଟୋଗ୍ରାଫି, ସାଜସଜ୍ଜା ଓ ଇଭେଣ୍ଟ ମ୍ୟାନେଜମେଣ୍ଟ କ୍ଷେତ୍ରରେ ମଧ୍ୟ ଭଲ ବ୍ୟବସାୟ ହେବା ଆଶା କରାଯାଉଛି।

ଆହୁରି ପଢନ୍ତୁ: Saudi: ସାଉଦିରୁ ଆସୁଛି ଦ୍ବିତୀୟ ସର୍ବାଧିକ ତେଲ: ପ୍ରଥମ ସ୍ଥାନରେ ରୁଷ, ତୃତୀୟକୁ ଖସିଲା ୟୁଏଇ ସିଏଆଇଟି ଅନୁଯାୟୀ, କେବଳ ଦିଲ୍ଲୀ-ଏନ୍‌ସିଆର୍‌ରେ ପ୍ରାୟ ୫ ଲକ୍ଷ ବିବାହ ହେବ ଏବଂ ଏଥିରୁ ୨.୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବା ଆଶା ରହିଛି।

ବିବାହ ଋତୁରେ ଟେଣ୍ଟ, ସାଜସଜ୍ଜା, ରୋଷେଇ, ହୋଟେଲ, ପରିବହନ, ସୌନ୍ଦର୍ଯ୍ୟ ସେବା ଓ ଫଟୋଗ୍ରାଫି ସହ ଜଡ଼ିତ ଲୋକଙ୍କୁ ମଧ୍ୟ କାମ ମିଳିବ।

ସଂଗଠନର ଆକଳନ ଅନୁଯାୟୀ, ଦେଶରେ ବିବାହ ସମ୍ପର୍କିତ ବ୍ୟବସାୟ ୨୦୨୨ରେ ୩.୭୫ ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୨୩ରେ ୪.୭୪ ଲକ୍ଷ କୋଟି, ୨୦୨୪ରେ ୫.୯୦ ଲକ୍ଷ କୋଟି ଏବଂ ୨୦୨୫ରେ ୬.୫୦ ଲକ୍ଷ କୋଟି ଟଙ୍କା ରହିଥିଲା।

ଚଳିତ ବର୍ଷ ଏହା ୭.୫୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ଆଶା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)