Maoists surrender: ଆତ୍ମସମର୍ପଣ କରି ବି ୧୫ବର୍ଷ ଜେଲରେ କାଟିଲି: ମାଓନେତା ଆଜାଦ
"ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ମାଓନେତା ଡୁନା କେଶବ ରାଓ ଓରଫ ଆଜାଦ୍ ଦୀର୍ଘ ୧୫ ବର୍ଷ ଜେଲ ଭୋଗିଲା ପରେ ପ୍ରମାଣ ଅଭାବରୁ ସେ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି।
ଦୀର୍ଘ ଦିନର ସଂଘର୍ଷ ପରେ ଘରକୁ ଫେରିଥିବା ଆଜାଦ୍ ଏବେ ପରିବାର ସହ ସମୟ ବିତାଇ ଖୁସି ଅନୁଭବ କରୁଛନ୍ତି ବୋଲି କହିଛନ୍ତି।
ଆଗାମୀ ଦିନରେ ସେ ସମାଜ ପାଇଁ କାମ କରିବେ ବୋଲି କହିଛନ୍ତି।
Advertisment ଆଜାଦ୍ କହିଛନ୍ତି ସେ ଆନ୍ଧ୍ର ପୁଲିସ୍ ନିକଟରେ ଆତ୍ମସମର୍ପଣ କରିବାର ଦୁଇଦିନ ପରେ ଓଡ଼ିଶା ପୁଲିସ୍ ତାଙ୍କୁ ନେଇଆସିଥିଲା।
କେନ୍ଦୁଝରସ୍ଥିତ ଓଏମ୍ସି ଗେଷ୍ଟ୍ ହାଉସ୍ରେ ଓଡ଼ିଶା ପୁଲିସ୍ର ଅଧିକାରୀ, କ୍ରାଇମ୍ବ୍ରାଞ୍ଚ ଓ ଏସ୍ଆଇଟିର ସଦସ୍ୟମାନେ ତାଙ୍କୁ ପଚରାଉଚରା କରି ଗିରଫ ଦର୍ଶାଇ ଜେଲ୍କୁ ପଠାଇଦେଇଥିଲେ।
ପରବର୍ତ୍ତୀ ସମୟରେ ନୟାଗଡ଼ ସମେତ ଅନ୍ୟାନ୍ୟ ମାମଲାରେ ତାଙ୍କ ନାମକୁ ଯୋଡ଼ାଯାଇଥିବା ସେ ଅଭିଯୋଗ କରିଛନ୍ତି।
ଯାହା ଫଳରେ ଜୀବନର ମୂଲ୍ୟବାନ ୧୫ ବର୍ଷ ଜେଲ୍ରେ ତାଙ୍କୁ କାଟିବାକୁ ପଡ଼ିଲା।
ଜେଲ୍ରେ ରହି ମଧ୍ୟ ସେ ପାଠପଢ଼ା ଜାରି ରଖି ଡିଗ୍ରି ହାସଲ କରିଛନ୍ତି।
ନିଜର ଅବଶିଷ୍ଟ ସମୟ ଜେଲ୍ର ପାଠଶାଳାରେ ବିତାଇ ଅନ୍ୟ ବିଦ୍ୟାର୍ଥୀଙ୍କୁ ପାଠପଢ଼ାରେ ସହଯୋଗ କରୁଥିଲେ ବୋଲି ସେ କହିଛନ୍ତି।
ଏତେ ବର୍ଷ ପରେ ପରିବାର ସଦସ୍ୟଙ୍କ ସହ ପ୍ରକୃତ ଜୀବନ ଜିଇଁବାର ସୁଯୋଗ ପାଇଛି।
ପରିବାର ସହ ରହିବାର ସୁଯୋଗ ପାଇ ସେ ଖୁସି ଅନୁଭବ କରୁଛନ୍ତି ବୋଲି କହିଛନ୍ତି।
ଅନ୍ୟପକ୍ଷରେ, ଆଜାଦ୍ଙ୍କ ବିରୋଧରେ ମାମଲାଗୁଡ଼ିକର ତଦନ୍ତ ପ୍ରକ୍ରିୟାକୁ ନେଇ ଆଇନଜୀବୀମାନେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ଲାଗି ଟିଆଇ ପରେଡ୍ କରାଯାଇନଥିବା, ଅଭିଯୁକ୍ତ ଓ ସାକ୍ଷୀମାନଙ୍କ ସମ୍ପର୍କିତ ଆବଶ୍ୟକ ରେକର୍ଡ ଠିକ୍ ଭାବେ କରାଯାଇନଥିବା ଏବଂ ମାମଲାରେ ଦୃଢ଼ ସାକ୍ଷ୍ୟ ପ୍ରମାଣ ଉପସ୍ଥାପନ ନହେବା ଭଳି ବିଷୟ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି ବୋଲି ସେମାନେ କହିଛନ୍ତି।
ଦୀର୍ଘ ୧୫ ବର୍ଷ ପରେ ଆଜାଦ୍ ସମସ୍ତ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇ ମୁକ୍ତ ହେବା ଘଟଣା ଏବେ ତଦନ୍ତର ଆଧାର, ସାକ୍ଷ୍ୟ ସଂଗ୍ରହ ଓ ମାମଲା ପରିଚାଳନାକୁ ନେଇ ନୂଆ ଆଲୋଚନାର ସୃଷ୍ଟି କରିଛି।
ଆଜାଦ୍ଙ୍କୁ ଏତେ ବର୍ଷ ଧରି ଜେଲ୍ରେ ରହିବାକୁ ପଡ଼ିଥିବାରୁ କ୍ଷତିପୂରଣ ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ତାଙ୍କ ଆଇନଜୀବୀ କହିଛନ୍ତି।
ସପ୍ତଧାରା ପୋଲ ଉଡ଼ାଇବା ଯୋଜନା କରୁଛନ୍ତି ମାଓବାଦୀ ନେତା ଏନ.
କେଶବ ରାଓ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
