Maoist: କୁଖ୍ୟାତ ମାଓବାଦୀ ମୁକେଶ ଗଞ୍ଜୁ ଗିରଫ
"ବିଶ୍ରା: ଝାଡ଼ଖଣ୍ଡର ଲାତେହାର ଜିଲ୍ଲାର ଚନ୍ଦୱା ପୁଲିସ ଜଣେ କୁଖ୍ୟାତ ମାଓବାଦୀକୁ ଗିରଫ କରିଛି।
ସେ ହେଲେ ମାଓବାଦୀ କମାଣ୍ଡର ରବୀନ୍ଦ୍ର ଗଞ୍ଜୁ ଦଳର ସକ୍ରିୟ ସଦସ୍ୟ ମୁକେଶ ଗଞ୍ଜୁ।
ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
୨୦୨୩ରେ ଜମୁଆରୀ ଗାଁର ବାସିନ୍ଦା ତଥା ବନ ସୁରକ୍ଷା ସମିତିର ସଦସ୍ୟ ପ୍ରଦ୍ୟୁମ୍ନ ଯାଦବଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କରାଯାଇଥିଲା।
Advertisment ଏହି ହତ୍ୟାକାଣ୍ଡ ମାଓ କମାଣ୍ଡର ରବୀନ୍ଦ୍ର ଗଞ୍ଜୁଙ୍କ ନିର୍ଦେଶରେ ମୁକେଶ ଗଞ୍ଜୁ ଓ ରାଜନ ମହନ୍ତ ଅସୁର ମିଶି ସଂଘଟିତ କରିଥିବା ପୁଲିସ କହିଛି।
ମୁକେଶ ଗଞ୍ଜୁଙ୍କ ବିରୋଧରେ ଲାତେହାର, ଲୋହାରଦାଗା ଓ ଗୁମଲା ସମେତ ବିଭିନ୍ନ ଜିଲ୍ଲାରେ ହତ୍ୟା, ଦାଦାବଟି ଆଦାୟ, ଧମକ ଓ ଅଗ୍ନିକାଣ୍ଡ ସମ୍ବନ୍ଧୀୟ ୯ରୁ ଅଧିକ ସଙ୍ଗିନ ମାମଲା ରହିଛି।
ଆହୁରି ପଢ଼ନ୍ତୁ: Security forces: ସରଣ୍ଡାରେ ସୁରକ୍ଷାବଳ-ମାଓବାଦୀ ଗୁଳି ବିନିମୟ ୨୦୨୨ରେ ଚନ୍ଦୱା ଥାନା ଅଞ୍ଚଳର କଠପୁଲିଆ ନିକଟରେ ଗାଡ଼ିରେ ଅଗ୍ନିକାଣ୍ଡ ଘଟଣାରେ ମଧ୍ୟ ସେ ଜଡ଼ିତ ଥିଲେ।
ସେହିପରି ୨୦୨୩ରେ ଲପରା ରେଳ ସେତୁ ନିର୍ମାଣ କାର୍ଯ୍ୟ ସମୟରେ ଅଗ୍ନିକାଣ୍ଡ ଘଟାଇଥିଲେ।
ଦୀର୍ଘଦିନ ଧରି ଫେରାର ଥିବା ମୁକେଶ ଗଞ୍ଜୁ ନିଜ ଗାଁ ବଜରମରୀରେ ଲୁଚି ରହିଥିବା ପୁଲିସ ସୂଚନା ପାଇଥିଲା।
ପରେ ତାଙ୍କୁ ଗିରଫ କରାଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।