Bihar: ଲାଲୁ ଏବଂ ପରିବାରର ଜେଡ୍ ପ୍ଲସ୍ ସୁରକ୍ଷା ପ୍ରତ୍ୟାହାର କଲେ ବିହାର ସରକାର
ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ପତ୍ନୀ ରାବଡ଼ି ଦେବୀଙ୍କୁ ମିଳିଥିବା ଜେଡ୍ ପ୍ଲସ୍ ସୁରକ୍ଷାକୁ ବିହାର ସରକାର ପ୍ରତ୍ୟାହାର କରିନେବାପରେ ଆଜି ରାବଡ଼ି ଦେବୀ ତାଙ୍କ ବାସଭବନ ବାହାରେ ମୁତୟନ ହୋଇଥିବା ସମସ୍ତ ସୁରକ୍ଷାକର୍ମୀଙ୍କୁ ଫେରାଇ ଦେଇଛନ୍ତି। ସରକାର ଜେଡ୍ ପ୍ଲସ୍ ସୁରକ୍ଷା ପ୍ରତ୍ୟାହାର କରିବାପରେ ସେମାନଙ୍କୁ ମିଳିଥିବା ୱାଇ ଶ୍ରେଣୀ ସୁରକ୍ଷାକୁ ଲାଲୁ ପରିବାର ଗ୍ରହଣ କରିନାହାନ୍ତି। ଦଳ ଏହି ନିଷ୍ପତ୍ତିକୁ କଡ଼ା ନିନ୍ଦା କରିଛି ଏବଂ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି।
ପାଟନା ସ୍ଥିତ ୧୦ ସର୍କୁଲାର ରୋଡ୍ ସ୍ଥିତ ସରକାରୀ ବାସଭବନରେ ଆଜି ହୋଇଥିବା ବୈଠକରେ ୱାଇ ଶ୍ରେଣୀ ସୁରକ୍ଷା ଫେରାଇ ଦେବାପାଇଁ ନିଷ୍ପତ୍ତି ହୋଇଛି। ଇତି ମଧ୍ୟରେ ଆରଜେଡି ଦଳର କର୍ମୀମାନେ ଏବେ ପରିବାରର ନୂଆ ଗାର୍ଡ ଭାବେ ବାସଭବନ ବାହାରେ ବାଡ଼ି ଧରି ଜଗିଛନ୍ତି।
ଆହୁରି ପଢ଼ନ୍ତୁ: Lalu Yadav: ଚାକିରି ପାଇଁ ଜମି ଦୁର୍ନୀତିରେ ଲାଲୁ ଯାଦବଙ୍କୁ ଝଟକା
ଲାଲୁ ଏବଂ ରାବଡ଼ିଙ୍କ ପୁଅ ତେଜସ୍ବୀ ଯାଦବ ମଧ୍ୟ ତାଙ୍କୁ ମିଳିଥିବା ୱାଇ ଶ୍ରେଣୀ ସୁରକ୍ଷା ଗ୍ରହଣ କରିନାହାନ୍ତି। ଦଳର ମୁଖପାତ୍ର ଶକ୍ତି ଯାଦବ ମଧ୍ୟ ବଙ୍ଗଳା ବାହାରେ ଠିଆ ହୋଇଛନ୍ତି ଏବଂ ଦାବି କରିଛନ୍ତି ଯେ ବିଜେପି -ଜେଡିୟୁ ନେତୃତ୍ବାଧୀନ ଏନ୍ଡିଏ ସରକାର ଦ୍ବାରା ଦିଆଯାଇଥିବା ସୁରକ୍ଷାକୁ ବରିଷ୍ଠ ନେତାମାନେ ଫେରାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ବିହାର ସରକାର ରାବଡ଼ି ଦେବୀଙ୍କୁ ୧୦ ସର୍କୁଲାର ରୋଡ୍ ବଙ୍ଗଳା ଛାଡ଼ିବାପାଇଁ କହିବା ପରେ ପରିବାରର ଜେଡ୍ ପ୍ଲସ୍ ସୁରକ୍ଷା ପ୍ରତ୍ୟାହାର କରିନେଇଛନ୍ତି।
ଆହୁରି ଦେଖନ୍ତୁ...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।