Maoist Dump Recovered ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ନକ୍ସଲ ଡମ୍ପର ଠାବ, ୮ଟି ବନ୍ଧୁକ, ବିସ୍ଫୋରକ ଓ ୨୨୯ଟି ଅଫୁଟା ଗୁଳି ଜବତ

Nov 25, 2026 - 19:21
Maoist Dump Recovered ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ନକ୍ସଲ ଡମ୍ପର ଠାବ, ୮ଟି ବନ୍ଧୁକ, ବିସ୍ଫୋରକ ଓ ୨୨୯ଟି ଅଫୁଟା ଗୁଳି ଜବତ

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ନକ୍ସଲ ଦମନ ଅଭିଯାନରେ ଓଡ଼ିଶାର ପଡ଼ୋଶୀ ଛତିଶଗଡ଼ ସୁକମା ଜିଲ୍ଲାର ସୁରକ୍ଷା ବଳକୁ ଆଉ ଏକ ବଡ଼ ସଫଳତା ମିଳିଛି।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତଲନାର ଥାନା ଅଞ୍ଚଳର ଗୁଣ୍ଡରାଜଗୁଡ଼େମ ଓ ରାସାପଲ୍ଲୀ ଜଙ୍ଗଲରେ ମିଳିଥିବା ନକ୍ସଲଙ୍କ ଗୁପ୍ତ ଡମ୍ପରୁ ୮ଟି ଦେଶୀ ବନ୍ଧୁକ, ୨୨୯ଟି ଜୀବନ୍ତ ଗୁଳି,ଟିଫିନ୍ ଆଇଇଡି,ହ୍ୟାଣ୍ଡ ଗ୍ରେନେଡ୍ ସହ ବିପୁଳ ପରିମାଣର ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।

Advertisment Maoist Dump Seized ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓବାଦୀ ଡମ୍ପ ଠାବ, ୨ ଲଞ୍ଚର ଓ ୩୬ଟି ଗୁଳି ଜବତ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କଠାରୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ଜିଲ୍ଲା ପୁଲିସ, ଡିଆରଜି ଓ ବସ୍ତର ଫାଇଟର୍ସଙ୍କ ମିଳିତ ଟିମ୍ ଜଙ୍ଗଲରେ ସର୍ଚ୍ଚିଂ ଓ ଏରିଆ ଡୋମିନେସନ୍ ଅଭିଯାନ ଚଳାଇଥିଲେ।

ଅଭିଯାନ ସମୟରେ ୨ଟି ସିଙ୍ଗଲ୍ ସଟ୍ ରାଇଫଲ୍ ଓ ୬ଟି ଭରମାର ବନ୍ଧୁକ ସହ ଏକ ଟିଫିନ୍ ଆଇଇଡି, ୩ଟି ହ୍ୟାଣ୍ଡ ଗ୍ରେନେଡ୍, ୪ଟି ଦେଶୀ ତୀର ବୋମା ଓ ୧୦ଟି ଇଲେକ୍ଟ୍ରିକ୍ ଡେଟୋନେଟର ଜବତ ହୋଇଛି।

ଏଥିସହ ଗନ୍ ପାଉଡର୍, କୋଡେକ୍ସ ଓ ଇଲେକ୍ଟ୍ରିକ୍ ତାର, ବିଭିନ୍ନ ମ୍ୟାଗାଜିନ୍, ବିଜିଏଲ୍ ସେଲ୍ ଓ କାର୍ତ୍ତୁଜ ମଧ୍ୟ ମିଳିଛି।

ଜବତ ସାମଗ୍ରୀ ମଧ୍ୟରେ ୱାୟାରଲେସ୍ ସେଟ୍, ବ୍ୟାଟେରୀ,ରିମୋଟ୍ ରିସିଭର୍,ନକ୍ସଲ ପୋଷାକ,ବ୍ୟାଗ୍, ଔଷଧ ଓ ନକ୍ସଲ ସାହିତ୍ୟ ରହିଛି।

ପୁଲିସ ପକ୍ଷରୁ କୁହାଯାଇଛି, ଜଙ୍ଗଲରେ ଲୁଚାଇ ରଖାଯାଇଥିବା ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଡମ୍ପ ଠାବ ପାଇଁ ଅଭିଯାନ ଆଗକୁ ମଧ୍ୟ ଜାରି ରହିବ।

ଜବତ ସାମଗ୍ରୀକୁ ସୁରକ୍ଷିତ ରଖି ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଚାଲିଥିବା ପୁଲିସ କହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)