Manoj Kumar: ସ୍ବାଧୀନତା ଦିବସରେ ମନେପଡ଼ନ୍ତି ‘ମିଷ୍ଟର ଭାରତ’ ଓରଫ ମନୋଜ କୁମାର

Aug 15, 2026 - 15:22
Manoj Kumar: ସ୍ବାଧୀନତା ଦିବସରେ ମନେପଡ଼ନ୍ତି ‘ମିଷ୍ଟର ଭାରତ’ ଓରଫ ମନୋଜ କୁମାର

"ଭୁବନେଶ୍ବର: ଆଜି ହେଉଛି ସ୍ବାଧୀନତାଦିବସ।

ଆଜିର ଦିନରେ କେତେକ ହିନ୍ଦୀ ସିନେମାର ଦେଶାତ୍ମବୋଧକ ଗୀତ ବିଭିନ୍ନ ସ୍ଥାନରେ ବାଜିଥାଏ।

ଆଉ ସେହି ଗୀତ ଭିତରୁ ବୋଧହୁଏ ସବୁଠାରୁ ଅଧିକ ଥାଏ ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ମନୋଜ କୁମାରଙ୍କ ସିନେମାର।

ତାଙ୍କ ସିନେମା "ଉପକାର୍‌"ର ମେରେ ଦେଶକି ଧରତୀ.., "ପୂରବ ଔର୍ ପଶ୍ଚିମ"ର ହେ ପ୍ରୀତ୍ ଯାହାଁକି ରୀତ୍ ସଦା.., "ଶହିଦ୍‌"ର ଏ ବତନ୍ ହେ ବତନ୍ ହମ୍‌କୋ ତେରି କସମ୍...ଆଦି ଉଲ୍ଲେଖଯୋଗ୍ୟ।Advertisment ତାଙ୍କୁ ବଲିଉଡର ମିଷ୍ଟର୍ ଭାରତ ବୋଲି କୁହାଯାଏ।

ଦାଦା ସାହେବ୍‌ ଫାଲକେ ପୁରସ୍କାରପ୍ରାପ୍ତ ମନୋଜ କୁମାରଙ୍କ ସିନେମାରେ ଦେଶପ୍ରେମ  ଓ ସାମାଜିକ  ପ୍ରସଙ୍ଗକୁ ମୁଖ୍ୟ ଆଧାର କରାଯାଇଥିବା ଯୋଗୁଁ ତାଙ୍କୁ "ମିଷ୍ଟର ଭାରତ" ନାଆଁରେ ସମସ୍ତେ ଜାଣନ୍ତି ।

ମନୋଜ କୁମାରଙ୍କ ପ୍ରକୃତ ନାମ ହେଲା  ହରିକିଷନ୍‌ ଗୋସ୍ୱାମୀ।

ତାଙ୍କର ୧୯୩୭ ମସିହା  ଜୁଲାଇ ୨୪ ତାରିଖରେ ପଞ୍ଜାବ ରାଜ୍ୟରେ ହୋଇଥିଲା ।

ତାଙ୍କୁ ଯେତେବେଳେ ଦଶବର୍ଷ  ବୟସ ହୋଇଥିଲା,  ସେତେବେଳେ ତାଙ୍କ ପରିବାର ପଞ୍ଜାବ ଛାଡ଼ି ଦିଲ୍ଲୀ ଚାଲିଆସିଥିଲେ।

ମନୋଜଙ୍କ ପରିବାର ନୂଆଦିଲ୍ଲୀର ପଟେଲନଗରରେ ବସବାସ କରିଲେ ।

ସେ କଲେଜ୍‌  ଶିକ୍ଷା  ହିନ୍ଦୁ କଲେଜ୍‌ରୁ  ଆରମ୍ଭ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ ।

ଦିଲୀପ କୁମାରଙ୍କର ଦୃଢ଼ ପ୍ରଶଂସକ ଥିଲେ ସେ ପିଲାଦିନରୁ ସିନେମା ଦେଖୁଥିଲେ।

ବିଶେଷଭାବେ ସେ ଦିଲୀପ କୁମାରଙ୍କର ଜଣେ ଦୃଢ଼ ପ୍ରଶଂସକ ଥିଲେ, ଦିଲୀପ କୁମାରଙ୍କ  ଅଧିକାଂଶ ଫିଲ୍ମ ଦେଖିଥିଲେ ।

୧୯୪୯ରେ ଦିଲୀପ କୁମାରଙ୍କ  ଅଭିନୀତ " ଶବନମ୍‌ ମୁକ୍ତିଲାଭ କରିଥିଲା ।

ଏହି ସିନେମାଟି ତାଙ୍କୁ  ଖୁବ୍‌ ପ୍ରଭାବିତ କରିଥିଲା ।

ଏଥିରେ  ତାଙ୍କ ଚରିତ୍ରର ନାଆଁ ଥିଲା "ମନୋଜ୍‌" ।

ଏଣୁ ସେ ଯେତେବେଳେ ବଲିଉଡ୍‌ରେ ପ୍ରବେଶ କରିଲେ, ନିଜର ସ୍କ୍ରିନ୍‌  ନାଆଁ ରଖିଥିଲେ ମନୋଜ କୁମାର ।

ଏହିପରି ଭାବେ ହରିକିଷନ ଗୋସ୍ୱାମୀରୁ  ସେ ହୋଇଥିଲେ ମନୋଜ କୁମାର।

Death: ଶ୍ରୀଜଗନ୍ନାଥଙ୍କ ଦର୍ଶନ କରୁଥିବା ସମୟରେ ତଳେ ପଡ଼ିଗଲେ ବୃଦ୍ଧ, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media