Manipur Violence: ମଣିପୁରରେ ପୁଣି ତେଜିଲା ହିଂସା: କାଙ୍ଗପୋକପିର ନାଗା ଗାଁରେ ୯ ଘରେ ନିଆଁ ଲଗାଇଲେ ସଶସ୍ତ୍ର ଦୁର୍ବୃତ୍ତ

Aug 12, 2026 - 11:12
Manipur Violence: ମଣିପୁରରେ ପୁଣି ତେଜିଲା ହିଂସା: କାଙ୍ଗପୋକପିର ନାଗା ଗାଁରେ ୯ ଘରେ ନିଆଁ ଲଗାଇଲେ ସଶସ୍ତ୍ର ଦୁର୍ବୃତ୍ତ

"ଆଇଜଲ: ମଣିପୁରରେ ପୁଣି ହିଂସା ତେଜିବାରେ ଲାଗିଛି।

କାଙ୍ଗପୋକପି ଜିଲ୍ଲାର ଏକ ନାଗା ଗାଁରେ ସଶସ୍ତ୍ର ଦୁର୍ବୃତ୍ତମାନେ ଆକ୍ରମଣ କରି ୯ ଘରେ ନିଆଁ ଲଗାଇ ଦେଇଛନ୍ତି ବୋଲି ବୁଧବାର ଦିନ ଅଧିକାରୀମାନେ କହିଛନ୍ତି।

ଅଧିକାରୀଙ୍କ ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ସାଢ଼େ ୯ଟାରେ ଦୁର୍ବୃତ୍ତମାନେ ଟୁମାନପୋକପି ଥାଙ୍ଗଲ ଗାଁ ନିକଟରେ ଅବସ୍ଥିତ ଟୋକପା ଲିଆଙ୍ଗମାଇ ନାଗା ଗାଁକୁ ଟାର୍ଗେଟ କରିଥିଲେ।

ତେବେ ସେମାନେ କେତେ ଘରକୁ ଟାର୍ଗେଟ କରିଥିଲେ ତାହାର ପ୍ରକୃତ ସଂଖ୍ୟା ଜଣାପଡିନାହିଁ।

ଅଧିକାରୀମାନେ କହିଛନ୍ତି ଯେ ନିକଟବର୍ତ୍ତୀ ଗ୍ରାମର ବାସିନ୍ଦାମାନେ ଘଟଣାସ୍ଥଳକୁ ଧାଇଁ ଆସି ନିଆଁକୁ ଆୟତ୍ତ କରିବାରେ ସାହାଯ୍ୟ କରିଥିଲେ।

ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଅଞ୍ଚଳରେ ଅତିରିକ୍ତ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି ।Advertisment ୧୦ ଘର ଏବଂ ଏକ ଚର୍ଚ୍ଚ ଜଳିଯାଇଛି ମଣିପୁରର ଲିଆଙ୍ଗମାଇ ନାଗା ପରିଷଦ ଏହି ଘଟଣାର ନିନ୍ଦା କରିଛି ଏବଂ ଅଭିଯୋଗ କରିଛି ଯେ ଆକ୍ରମଣ ପଛରେ ଅନ୍ୟ ସମ୍ପ୍ରଦାୟର ସଶସ୍ତ୍ର ଲୋକମାନଙ୍କର ହାତ ରହିଛି।

ପରିଷଦ ଦାବି କରିଛି ଯେ ଆକ୍ରମଣରେ ୧୦ ଘର ଏବଂ ଏକ ଚର୍ଚ୍ଚ ଜଳିଯାଇଛି।

ନିର୍ଦ୍ଦୋଷ ନାଗରିକ, ଆବାସିକ ସମ୍ପତ୍ତି ଏବଂ ପୂଜାସ୍ଥଳକୁ ଜାଣିଶୁଣି ଟାର୍ଗେଟ କରିବା ଏକ ଗମ୍ଭୀର ଏବଂ ନିନ୍ଦନୀୟ ହିଂସା କାର୍ଯ୍ୟ ବୋଲି ପରିଷଦ କହିଛି।

ନାଗା ସଂଗଠନ ପୋଡ଼ାଜଳା ପାଇଁ ଦାୟୀ ଲୋକଙ୍କୁ ତୁରନ୍ତ ଗିରଫ ଏବଂ ଦଣ୍ଡିତ କରିବାକୁ ଦାବି କରିଛି।

ଏହା ସହିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ତୁରନ୍ତ ସୁଦୃଢ଼ ​​କରିବାକୁ ମଧ୍ୟ ଦାବି କରିଛି।

International Youth Day: "କେବଳ ଦେଶର ଭବିଷ୍ୟତ ନୁହଁନ୍ତି, ବରଂ ବର୍ତ୍ତମାନର ସବୁଠାରୁ ବଡ଼ ଶକ୍ତି": ଅନ୍ତର୍ଜାତୀୟ ଯୁବ ଦିବସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଏହା ପୂର୍ବରୁ ସୋମବାର, ଅଗଷ୍ଟ ୧୦ ତାରିଖରେ, ଅଜ୍ଞାତ ସଶସ୍ତ୍ର ବ୍ୟକ୍ତିମାନେ ମଣିପୁରର ସେନାପତି ଜିଲ୍ଲାର କାଇଲେଞ୍ଜାଙ୍ଗ ଗାଁରେ ପାଞ୍ଚଟି ଖାଲି ଘରେ ନିଆଁ ଲଗାଇ ଦେଇଥିଲେ।

ଏହି ଅଗ୍ନିକାଣ୍ଡ ଅଞ୍ଚଳରେ ଉତ୍ତେଜନା ଏବଂ ଆତଙ୍କ ସୃଷ୍ଟି କରିଥିଲା।

ଆକ୍ରମଣ ପରେ ସନ୍ଦିଗ୍ଧ ବ୍ୟକ୍ତିମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

ପୁଲିସର ସୂଚନା ଅନୁଯାୟୀ, କାଇଲେଞ୍ଜାଙ୍ଗ ଗାଁ ସେନାପତି ପୁଲିସ ଷ୍ଟେସନରୁ ପ୍ରାୟ ୫ କିଲୋମିଟର ପଶ୍ଚିମରେ ଅବସ୍ଥିତ।

ଏହି ଗାଁରେ କୁକି ସମ୍ପ୍ରଦାୟର ଲୋକ ବସବାସ କରନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media