Manipur: ତୀବ୍ର ହେଉଛି ମଣିପୁର ହିଂସା: ୩ ଗାଁରେ ୧୦ ଘର ଜାଳିଦେଲେ, ଜଣେ ଆହତ

Sep 01, 2026 - 21:57
Manipur: ତୀବ୍ର ହେଉଛି ମଣିପୁର ହିଂସା: ୩ ଗାଁରେ ୧୦ ଘର ଜାଳିଦେଲେ, ଜଣେ ଆହତ

"ଇମ୍ଫାଲ: ମଣିପୁରରେ ହିଂସା ଦିନକୁ ଦିନ ବଢ଼ିବାରେ ଲାଗିଛି।

ତିଖାଙ୍ଗ କୁକି ଗ୍ରାମରେ ଗୁଳିମାଡ଼ ଯୋଗୁ ୩ ଜଣଙ୍କର ମୃତ୍ୟୁ ହେବାପରେ ଆଜି ଇମ୍ଫାଲ-ତାମେଙ୍ଗଲଙ୍ଗ ରୋଡ୍‌ ସଂଲଗ୍ନ ମଣିପୁର କାଙ୍ଗପୋକ୍‌ପି ଜିଲ୍ଲାର ୩ଟି ଲିଆଙ୍ଗମାଇ ନାଗା ଗ୍ରାମରେ କିଛି ଦୁର୍ବୃତ୍ତ ଅତର୍କିତ ଆକ୍ରମଣ କରିଛନ୍ତି।

୩ଟି ଗ୍ରାମରେ ପ୍ରାୟ ୧୦ଟି ଘରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି।

ଏଥିରେ ଜଣେ ଗ୍ରାମବାସୀ ଆହତ ହୋଇଛନ୍ତି।Advertisment କାଙ୍ଗପୋକପି ପୁଲିସ ଅନୁଯାୟୀ, ମଙ୍ଗଳବାର ବଡ଼ି ଭୋର୍‌ ସମୟରେ ଏହି ଘଟଣା କିଛି।

କିଛି ଅସ୍ତ୍ରଧାରୀ ଦୁର୍ବୃତ୍ତ କାଙ୍ଗପୋକ୍‌ପି ଜିଲ୍ଲାର ୩ଟି ଗ୍ରାମ ତପୋନ ଖୁଲ୍ଲେନ, ତପୋନ ଖୁନୋଉ ଓ ମକୁଇ ପିପୁରମରେ ଆକ୍ରମଣ କରିଛନ୍ତି।

ସୋମବାର ତିଖାଙ୍ଗ କୁକି ଗ୍ରାମରେ କିଛି ସଶସ୍ତ୍ର ଗୋଷ୍ଠୀଙ୍କ ଗୁଳିମାଡ଼ରେ ୨ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୪ ଜଣ ଆହତ ହୋଇଥିଲେ।

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ସିଆର୍‌ପିଏଫ୍‌, ମଣିପୁର ପୁଲିସ ସହଯୋଗରେ କୋବ୍ରା ୟୁନିଟ୍‌ ସମେତ ଅତିରିକ୍ତ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଛନ୍ତି।

ଆହୁରି ପଢନ୍ତୁ: Puri Jagannath: ରତ୍ନଭଣ୍ଡାର ଗଣତିମଣତିର ପରବର୍ତ୍ତୀ ପର୍ଯ୍ୟାୟ କେବେ ଆରମ୍ଭ ହେବ ଜଣାଇ ଦିଆଯିବ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୁଲିସ ଅନୁଯାୟୀ, ଦୁର୍ବୃତ୍ତମାନେ ୧୦ଟି ଘରେ ନିଆଁ ଲଗାଇ ଦେଇଛନ୍ତି।

ମେ ୧୩ ତାରିଖରୁ କୁକି-ଜୋ ଓ ନାଗା ସମ୍ପ୍ରଦାୟରୁ ୧୭ ଜଣଙ୍କର ପୃଥକ୍‌ ହିଂସା ଘଟଣାରେ ମୃତ୍ୟୁ ହୋଇଛି।

ଅଗଷ୍ଟ ୨୭ ତାରିଖରେ ଗୁଳିମାଡ଼ରେ ୪ ଜଣ ନାଗା ନାଗରିକଙ୍କ ମୃତ୍ୟୁ ହୋଇଥିଲା ଏବଂ ଅଗଷ୍ଟ ୩୧ ତାରିଖରେ ୩ ଜଣ କୁକି ନାଗରିକଙ୍କ ମୃତ୍ୟୁ ହୋଇଛି।

ତେବେ ଲଗାତାର ଆକ୍ରମଣ ସତ୍ତ୍ବେ କୌଣସି ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି।

ଉଲ୍ଲେଖଯୋଗ୍ୟ, ମଣିପୁରରେ ପ୍ରଥମେ ମୈତେୟୀ ଓ କୁକି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଉପୁଜିଥିଲା।

୨୦୨୩ ମେ"ରୁ ଏହି ସଂଘର୍ଷ ଆରମ୍ଭ‌ ହୋଇଥିଲା।

ଏଥିରେ ୨୬୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬୦ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)