Man Dies in Alleged Attack by Nephew ଭଣଜା ଓ ସମ୍ପର୍କୀୟ ପୁତୁରାର ତେଣ୍ଟା ମାଡ଼ରେ ମାମୁଁ ମୃତ

Nov 05, 2026 - 23:02
Man Dies in Alleged Attack by Nephew ଭଣଜା ଓ ସମ୍ପର୍କୀୟ ପୁତୁରାର ତେଣ୍ଟା ମାଡ଼ରେ ମାମୁଁ ମୃତ

ଆଳି: ଆଜି (ଗୁରୁବାର) ରାତିରେ ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ବଜାର ନିକଟସ୍ଥ ମହାସାହାଣୀ ମୈଜାର କେଳାବସ୍ତିରେ ନିଜ ଭଣଜା ଓ ଅନ୍ୟ ଜଣେ ସମ୍ପର୍କୀୟ ପୁତୁରାର ତେଣ୍ଟା ମାଡ଼ରେ ମାମୁଁ ଗିରିଧାରୀ ଦାସଙ୍କ ମୃତ୍ୟୁ ଘଟିଛି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଅଟକ ରଖିଛି।

Advertisment Murder: କୋଇଡ଼ାରେ ଜଗୁଆଳିଙ୍କୁ ହତ୍ୟା: କ୍ରସର ଜଗିଥିବା ବେଳେ ସନାତନ ମୁଣ୍ଡାଙ୍କ ମୃତ୍ୟୁ; ପୁଲିସର ତଦନ୍ତ ଜାରି ହତ୍ୟାକାଣ୍ଡରେ ମୃତ ଗିରିଧାରୀଙ୍କ ଝିଅ ରେଖା ଦାସ ଆଳି ଥାନାରେ ଘଟଣା ନେଇ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ଗିରିଧାରୀଙ୍କ ଭଣଜା କାରେନ୍ ଦାସ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିଲେ।

ଏଥିରୁ ନିବୃତ୍ତ ରହିବା ପାଇଁ ଗିରିଧାରୀ ନିଜ ଭଣଜା କାରେନକୁ ସବୁବେଳେ ତାଗିଦ କରୁଥିଲେ।

Permanent river embankment: ଆଳି ଧୋୟାଞ୍ଚଳର ଦୁଃଖ କାଣୀ, ଖରସ୍ରୋତା: ନିର୍ମାଣ ହେଉନି ସ୍ଥାୟୀ ନଦୀବନ୍ଧ ଆଜି (ଗୁରୁବାର) ଭଣଜା କାରେନ୍ ସମ୍ପର୍କୀୟ ପୁତୁରା ସାଚ୍ଚନ ଦାସ ସହିତ ସାଙ୍ଗ ହୋଇ ବାହାରକୁ ଯାଇଥିବାରୁ ଗିରିଧାରୀ ଉଭୟଙ୍କୁ ଗାଳିଗୁଲଜ କରିଥିଲେ।

ଏଥିରେ କାରେନ୍ ଉତ୍‌କ୍ଷିପ୍ତ ହୋଇ ମାମୁଁ ଗିରିଧାରୀଙ୍କୁ ପାଲଟା ଗାଳିଗୁଲଜ କରିଥିଲେ।

ଫଳରେ ମାମୁଁ ଓ ଭଣଜାଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା।

ଏହି ସମୟରେ କାରେନ୍‌ ଏକ ତେଣ୍ଟାରେ ଗିରିଧାରୀଙ୍କ ଛାତିକୁ ଭୂଷି ଦେଇଥିଲା।

ସହଯୋଗୀ ସଚ୍ଚିନ୍ ମଧ୍ୟ ହତ୍ୟାକାଣ୍ଡରେ କାରେନକୁ ସହଯୋଗ କରିଥିଲା ବୋଲି ଅଭିଯୋଗକାରିଣୀ ଝିଅ ରେଖା ଅଭିଯୋଗ ଫର୍ଦ୍ଦରେ ଉଲ୍ଲେଖ କରିଛି।

ଅଭିଯୋଗ ପତ୍ର ପାଇବାପରେ ଆଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୁଖ୍ୟ ଅଭିଯୁକ୍ତ କାରେନକୁ କବଜା କରି ଥାନାରେ ଅଟକ ରଖିଛି।

ଅନ୍ୟତମ ଅଭିଯୁକ୍ତ ସଚ୍ଚିନ୍ ଫେରାର୍ ହୋଇଯାଇଛି।

ଘଟଣାକୁ ନେଇ ସଂପୃକ୍ତ କେଳା ବସ୍ତିରେ ଉତ୍ତେଜନା ଲାଗି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)