31 OCTOBER 2026

Welcome!

Unlock your personalized experience.
Sign Up

Major disaster at Mahendragiri: ମହେନ୍ଦ୍ରଗିରିରେ ବଡ଼ ବିପର୍ଯ୍ୟୟ: ୫ ସ୍ଥାନରେ ଭୂସ୍ଖଳନ, ଗଙ୍ଗାବାଡ଼ ବିଚ୍ଛିନ୍ନ

Oct 31, 2026 - 02:13
Major disaster at Mahendragiri: ମହେନ୍ଦ୍ରଗିରିରେ ବଡ଼ ବିପର୍ଯ୍ୟୟ: ୫ ସ୍ଥାନରେ ଭୂସ୍ଖଳନ, ଗଙ୍ଗାବାଡ଼ ବିଚ୍ଛିନ୍ନ

ପାରଳାଖେମୁଣ୍ଡି: ବାତ୍ୟା ପ୍ରଭାବରେ ଗଜପତିଜିଲ୍ଲାମହେନ୍ଦ୍ରଗିରି ପର୍ବତ ଅଞ୍ଚଳରେ ପ୍ରବଳ ବର୍ଷା ରାୟଗଡ଼ ବ୍ଲକ୍‌ ପାଇଁ ବଡ଼ଧରଣର ବିପର୍ଯ୍ୟୟ ଆଣିଛି। ପାହାଡ଼ ଉପରୁ ପ୍ରଖର ଜଳସ୍ରୋତ ମାଡ଼ି ଆସିବା ଫଳରେ ରାୟଗଡ଼ ବ୍ଲକ୍‌ର ଅନେକ ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ ହୋଇଛି। ଗଙ୍ଗାବାଡ଼ ପଞ୍ଚାୟତକୁ ସଂଯୋଗ କରୁଥିବା କଇଁପୁର-ଗଙ୍ଗାବାଡ଼ ରାସ୍ତାର ମୋଟ ୫ଟି ସ୍ଥାନରେ ପାହାଡ଼ ଧସି ମାଟି ଓ ପଥର ରାସ୍ତା ଉପରେ ଜମି ରହିଛି। ଗଙ୍ଗାବାଡ଼ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଆଜି ଗୋଟିଏ ସ୍ଥାନରେ ମାଟି ଅତଡ଼ାକୁ ପ୍ରଶାସନ ପକ୍ଷରୁ ସଫା କରାଯାଇଥିଲେ ମଧ୍ୟ ଅନ୍ୟ ସ୍ଥାନଗୁଡ଼ିକରେ ପାହାଡ଼ ଧସି ରାସ୍ତା ଅବରୋଧ ହୋଇ ରହିଛି।

Delhi traders: ଇଣ୍ଡିମେଣ୍ଟର ସମାବେଶ ଘୁଞ୍ଚାଇବାକୁ ବ୍ୟବସାୟୀଙ୍କ ନିବେଦନ

ଭୂସ୍ଖଳନ ପରେ ରାସ୍ତାରୁ ମାଟି ଓ ପଥର ହଟାଇ ଯାତାୟାତ ସ୍ୱାଭାବିକ କରିବା ପ୍ରଶାସନ ପାଇଁ ବଡ଼ ଆହ୍ବାନ ହୋଇଛି। ଏପରିକି ରାସ୍ତାର ଅନେକ ଅଂଶ ଅତ୍ୟନ୍ତ ବିପଦସଙ୍କୁଳ ହୋଇପଡ଼ିଛି। ବର୍ତ୍ତମାନ ସାମାନ୍ୟ ବର୍ଷା ହେଉଥିଲେ ମଧ୍ୟ ପାହାଡ଼ ଉପରୁ ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ମାଟି ଓ ପଥର ଦୁର୍ବଳ ହୋଇ ପୁଣି ଭୂସ୍ଖଳନର ଆଶଙ୍କା ରହିଛି। ଅନ୍ୟପକ୍ଷରେ ରାସ୍ତା ଅବରୋଧ ଯୋଗୁଁ ଗଙ୍ଗାବାଡ଼ ପଞ୍ଚାୟତର ବଡ଼ଦେଉଳା, ସାନଦେଉଳା, ପାଚିଡ଼ିଆ, ସାମୁଣ୍ଟିଆ, ବୁରୁଙ୍ଗୀ, ଶଗଡ଼ିଆ, ମୁନ୍ତାସାହି, ଅମାରିଙ୍ଗ ସମେତ ୧୦ରୁ ଅଧିକ ଗ୍ରାମର ଲୋକମାନେ  ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ସହ ଜରୁରୀ ସ୍ୱାସ୍ଥ୍ୟସେବା, ଖାଦ୍ୟ ସାମଗ୍ରୀ ଯୋଗାଣ ଓ ଅନ୍ୟାନ୍ୟ ଆବଶ୍ୟକ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି।

VIP security: ନକ୍ସଲବାଦ ହ୍ରାସ ପରେ ଛତିଶଗଡ଼ରେ ୧୦୦ରୁ ଅଧିକ ନେତାଙ୍କ ସୁରକ୍ଷା କମିବ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)