Maidalpur liquor shop case ମଦଦୋକାନ ଭଙ୍ଗା ରୁଜା ଘଟଣା: ମହିଳାଙ୍କ ଠେଙ୍ଗା ଦେଖି ମାମଲା ପ୍ରତ୍ୟାହାର କଲା ପୁଲିସ

Jun 28, 2026 - 18:04
Maidalpur liquor shop case ମଦଦୋକାନ ଭଙ୍ଗା ରୁଜା ଘଟଣା: ମହିଳାଙ୍କ ଠେଙ୍ଗା ଦେଖି ମାମଲା ପ୍ରତ୍ୟାହାର କଲା ପୁଲିସ

"ମୈଦଲପୁର: କିଛି ଦିନ ପୂର୍ବେ ମଦ ବିରୋଧରେ ମ‌ୈଦାଲପୁର ଅଞ୍ଚଳର ଶତାଧିକ ମହିଳା ଥାନା ଘେରାଉ କରିବା ସହ ମଦ ଦୋକାନ ଭାଙ୍ଗିଥିଲେ।

ଏହି ଘଟଣାରେ ଅବକାରୀ ବିଭାଗ ଓ ସମ୍ପୃକ୍ତ ମଦଦୋକାନ ମାଲିକଙ୍କ ଅଭିଯୋଗ ଭିତ୍ତ‌ିରେ ପୁଲିସ ମାମଲା ରୁଜୁ କରି ମହିଳାଙ୍କ ବିରୋଧରେ ନୋଟିସ୍‌ ଜାରି କରିଥିଲେ।

ଏହାକୁ ନେଇ ପୁଣିଥରେ ଅଞ୍ଚଳରେ ତମ୍ବିତୁଫାନ ଉଠିଛି।

ମହିଳାମାନେ ହାତରେ ଠେଙ୍ଗାବାଡ଼ି ଧରି ଥାନା ଘେରାଉ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ମହିଳାଙ୍କ ବିରୋଧ ପରେ ପୁଲିସ ପ୍ରଦାନ କରିଥିବା ନୋଟିସ୍‌ ପ୍ରତ୍ୟାହାର କରିଛନ୍ତି।

Advertisment ମଦ ଦୋକାନ ଭଙ୍ଗାରୁଜା ଘଟଣାରେ ପୁଲିସ ଘର ଘର ବୁଲି ବାଣ୍ଟି ଥିବା ନୋଟିସ ବର୍ତମାନ ଖାରଜ ହୋଇ ଯାଇଛି l ପ୍ରକାଶ ଥାଉ କି, ଚଳିତ ମାସ ୧୯ ତାରିଖ ଦିନ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଓ ଜିଲ୍ଲା ପରିଷଦ ସଭ୍ୟା ଡ଼.

ଲିପିକା ମାଝୀ ଙ୍କ ନେତୃତ୍ୱ ରେ ମୈଦଲପୁର ଓ ଏହାର ଆଖ ପାଖ ଅଂଚଳ ରୁ ହଜାର ହଜାର ମହିଳା ଏକାଠି ହୋଇ ମୈଦଲପୁର ସ୍ଥିତ ଠିପି ବନ୍ଦ ମଦ ଦୋକାନ ଓ ଦେଶୀ ଭାଟି  ଭାଙ୍ଗି ମଦ ବୋତଲ ଭାଙ୍ଗିବା ସହ ଆସବା ପତ୍ର ରେ ନିଆଁ ଲଗାଇଥିଲେ l  anti liquor movement ମଦ ବନ୍ଦ ପାଇଁ ତେନ୍ତୁଳିଖୁଣ୍ଟି ନାରୀ ମହାସଙ୍ଘର ଦାବିପତ୍ର ଏ ନେଇ ମଦ ମାଲିକ ମୈଦଲପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଫୋଟ ଓ ଭିଡ଼ିଓ ମାଧ୍ୟମ ରେ ପୋଲିସ କିଛି ଜଣଙ୍କୁ ଚିହ୍ନଟ କରି ନୋଟିସ କରିଥିଲା।

ଏହାର ପ୍ରତିବାଦରେ ବିଧାୟକ ଓ ଜିଲ୍ଲା ପରିଷଦ ସଭ୍ୟା, ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଥିଲା l ଆଜି (ରବିବାର)  ଅଞ୍ଚଳର ହଜାର ହଜାର ମହିଳା ଏକତ୍ରିତ ହୋଇ ବିଧାୟକଙ୍କ ସହ ନୋଟିସ ଧରି ଥାନା ଘେରିଥିଲେ l ସେଠାରେ ପୁଲିସ ପ୍ରଶାସନ, ଭାଟି ମାଲିକ ଦେଇଥିବା ଅଭିଯୋଗ ପତ୍ର ପ୍ରତ୍ୟାହାର କରିଥିବା ଓ କୌଣସି ମାମଲା ଦାୟର ହୋଇ ନଥିବା ଲିଖିତ ପ୍ରତିଶ୍ରୁତି ପରେ ମହିଳାମାନେ ଘରକୁ ଫେରି ଥିଲେ l ଠିପି ଖୋଲା ମଦ ଦୋକାନ ସ୍ଥାନାନ୍ତର ଦାବିରେ ଖଇରାରେ ତାତିଲେ ମହିଳା "