Maharashtra: ମହାରାଷ୍ଟ୍ରର ତାରକା ଧାବକ ଲଖନ୍‌

Sep 12, 2026 - 09:15
Maharashtra: ମହାରାଷ୍ଟ୍ରର ତାରକା ଧାବକ ଲଖନ୍‌

"ସେଦୌଡ଼ିବାରେ ଓସ୍ତାଦ୍‌।

ଯେଉଁଠାରେ ବି ପ୍ରତିଯୋଗିତା ହେଲା, ସେ ଅଛି ମାନେ ତା"ର ହିଁ ଜିତାପଟ୍‌।

ଏଭଳି  ଗୋଟିଏ ପରେ ଗୋଟିଏ ସେ ୨୫୦ ଦୌଡ଼ ପ୍ରତିଯୋଗିତା ଜିତି ସାରିଲାଣି।

ବିଜେତା ଭାବେ କେତେ ଯେ ପୁରସ୍କାର ତା" ନାଁରେ, ଗଣିବା ମୁସ୍କିଲ୍‌।

ଏପରିକି ଗତବର୍ଷ ଏଭଳି ଏକ ପ୍ରତିଯୋଗିତାରେ ସେ ଏକ ଫର୍ଚୁନର୍‌ କାର୍‌ ବି ଜିତିଛି।

ଏତେ ସବୁ କୃତିତ୍ବର ଅଧିକାରୀ ହେଉଛି ମହାରାଷ୍ଟ୍ରର ଏକ ୬ ବର୍ଷୀୟ ଷଣ୍ଢ।

ମାଲିକ ତା"ର ନାଁ ରଖିଛନ୍ତି "ଲଖନ୍‌"।

ଗଲା ୪ ବର୍ଷ ହେଲା ଲଖନ୍‌ ସେଠାକାର ପ୍ରାୟ ୩୦୦ ବିଭିନ୍ନ ଦୌଡ଼ ପ୍ରତିଯୋଗିତାରେ ଭାଗନେଇ ଅନେକ ବାର ବିଜେତା ଘୋଷିତ ହୋଇଛି।

ଏହି ବିଜୟ ସଂଖ୍ୟା ଅଢ଼େଇ ଶହ ହେବ ବୋଲି ତା"ର ମାଲିକ ସୂଚନା ଦିଅନ୍ତି।

ଲଖନ୍‌ର ଦୌଡ଼ ବା ଗତି କେବଳ ନୁହେଁ, ସେଠାରେ ତା"ର ଗଠନ, ବିପୁଳ ଶକ୍ତି, ହାବଭାବ, ଅତୁଳନୀୟ ସ୍ଥିରତା, ଏପରିକି ତା"ର ରାଜକୀୟ ଖାଦ୍ୟର ସବୁବେଳେ ଚର୍ଚ୍ଚା ହୋଇ ଆସୁଛି।

ମହାରାଷ୍ଟ୍ରର ପ୍ରସିଦ୍ଧ ବଳଦଗାଡ଼ି ଦୌଡ଼ ପ୍ରତିଯୋଗିତାର ସେ ଏକ ଉଜ୍ଜ୍ବଳ ତାରା ବୋଲି କେହି କେହି କହୁଛନ୍ତି।Advertisment Editorial: ଆଶା ଓ ଆକାଶ: ଶୀତଳ ଭଣ୍ଡାରରେ ବନ୍ଦୀ ଶୀତଳ ଶୃଙ୍ଖଳ ଲଖନ୍‌ର ସବୁଠାରୁ ବଡ଼ ବିଜୟ ହୋଇଥିଲା ୨୦୨୫ ମସିହା ନଭେମ୍ବରରେ।

ସାଙ୍ଗ୍‌ଲିର ତାସ୍‌ଗାଓଁରେ ପ୍ରସିଦ୍ଧ "ଶ୍ରୀନାଥ କେଶରୀ" ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏଥିରେ ସେ ଅତି ପ୍ରଭାବଶାଳୀ ଦୌଡ଼ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ହାସଲ କରିଥିଲା।

ଏଥିପାଇଁ ପୁରସ୍କାରସ୍ବରୂପ ତା"ର ଗର୍ବିତ ମାଲିକ ଏକ ନୂଆ ଫର୍ଚୁନର୍‌ କାର୍‌ ପାଇଥିଲେ।

ଚାମ୍ପିଅନ୍‌ ଲଖନ୍‌ର ଶୃଙ୍ଖଳା ଓ ରାଜକୀୟ ଖାଦ୍ୟ ବି ଆଲୋଚନାର ବିଷୟ।

ଜଣେ ପ୍ରଫେସନାଲ୍‌ କ୍ରୀଡ଼ାବିତ୍‌ ଭଳି ଫିଟ୍‌ନେସ୍‌ ଲାଗି ତା" ପିଛା ମାଲିକ ପ୍ରତି ମାସ ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି।

ପ୍ରତିଦିନ ତା"ର ସ୍ୱତନ୍ତ୍ର ଖାଦ୍ୟ ମେନୁରେ ଥାଏ ପ୍ରାୟ ୧୦ଟି ଦେଶୀ ଅଣ୍ଡା, ୧୦ ଲିଟର୍‌ ତାଜା କ୍ଷୀର ସାଙ୍ଗକୁ ପ୍ରିମିୟମ୍‌ କାଜୁ, ବାଦାମ, ଖାଣ୍ଟି ଦେଶୀ ଘିଅ ଓ ଅନ୍ୟ ଉଚ୍ଚମାନର ପୁଷ୍ଟିକର ଖାଦ୍ୟ।

Indravati reservoir: ୦.୪୧ମିଟର ବଢ଼ିଲେ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଖୋଲିବ ଅଧିକ ଗେଟ୍‌"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)