Maharashtra: ନାମ ଗୋପନ ରଖି ସାଇବାବାଙ୍କୁ ଭକ୍ତ ଅର୍ପଣ କଲେ ମୂଲ୍ୟବାନ ଉପହାର

Nov 14, 2026 - 13:40
Maharashtra: ନାମ ଗୋପନ ରଖି ସାଇବାବାଙ୍କୁ ଭକ୍ତ ଅର୍ପଣ କଲେ ମୂଲ୍ୟବାନ ଉପହାର

ମୁମ୍ବାଇ: ଦେଶବ୍ୟାପୀ ଲକ୍ଷ ଲକ୍ଷ ଭକ୍ତ ମହାରାଷ୍ଟ୍ର ର ଶିରିଡ଼ି ସ୍ଥିତ ସାଇବାବାଙ୍କ ଉପରେ ଅଟଳ ବିଶ୍ୱାସ ରଖିଛନ୍ତି।

ବାବାଙ୍କ ମନ୍ଦିରକୁ ଭକ୍ତମାନେ ନିଜର ଭକ୍ତି ଓ ସାମର୍ଥ୍ୟ ଅନୁଯାୟୀ ବିଭିନ୍ନ ଉପହାର ଏବଂ ଦାନ ଅର୍ପଣ କରିଥାନ୍ତି।

ନିକଟରେ ଜଣେ ଭକ୍ତ ନିଜ ନାମ ଗୋପନ ରଖି ସାଇବାବାଙ୍କୁ ଏକ ମୂଲ୍ୟବାନ ଉପହାର ପ୍ରଦାନ କରିଛନ୍ତି।

Advertisment 'ଭାଉ ଦୁଜ' ଅବସରରେ ସାଇବାବାଙ୍କୁ ସୁନା-ରୁପାର ଘଣ୍ଟା ଉପହାର ମୁମ୍ବାଇର ଜଣେ ଅଜ୍ଞାତ ଭକ୍ତ 'ଭାଉ ଦୁଜ' ଅବସରରେ ସାଇବାବାଙ୍କୁ ଏକ ସୁନ୍ଦର ସୁନା ଓ ରୁପାର ଘଣ୍ଟା ଉପହାର ଦେଇଛନ୍ତି, ଯାହାର ମୂଲ୍ୟ ପ୍ରାୟ ୯୧ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି।

୧୮ କ୍ୟାରେଟ୍ ସୁନାରେ ନିର୍ମିତ ଏହି ଚମତ୍କାର ଘଣ୍ଟାରେ ୬୬୯ ଗ୍ରାମ ସୁନା ଏବଂ ୩୧୯ ଗ୍ରାମ ରୁପା ବ୍ୟବହାର କରାଯାଇଛି।

ସୂକ୍ଷ୍ମ କାରୁକାର୍ଯ୍ୟ ଏବଂ ଚମତ୍କାର ନିର୍ମାଣ ଶୈଳୀରେ ସଜ୍ଜିତ ଏହି ଘଣ୍ଟାଟିକୁ ସାଇବାବାଙ୍କ ସମାଧି ମନ୍ଦିରର ମୁଖ୍ୟ ଗର୍ଭଗୃହରେ ସ୍ଥାପନ କରାଯିବ ବୋଲି କୁହାଯାଉଛି।

ପ୍ରାୟ ୯୧ ଲକ୍ଷ ଟଙ୍କା ମୂଲ୍ୟର ଏହି ଅମ ଏହି ଭକ୍ତ ଜଣକ କିଏ, ତାହା ଜାଣିବା ପାଇଁ ବର୍ତ୍ତମାନ ଅନେକଙ୍କ ମଧ୍ୟରେ ପ୍ରବଳ କୌତୁହଳ ଦେଖାଦେଇଛି।

ମନ୍ଦିର କର୍ତ୍ତୃପକ୍ଷ ମଧ୍ୟ ଏହି ବିଷୟରେ ସମ୍ପୂର୍ଣ୍ଣ ଗୋପନୀୟତା ରକ୍ଷା କରିଛନ୍ତି।

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚାରି ମହଲାରୁ ଡେଇଁ ପ୍ରାଣ ହରାଇଲେ ରୋଗୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)