Mahakal Temple: ୧୦୮ ବର୍ଷ ବୟସରେ କାଉଡ଼ି ଯାତ୍ରା: ମହାକାଳଙ୍କ ଦରବାରରେ ଧନୀ ବାଈ
"ଉଜ୍ଜୟିନୀ: ଭକ୍ତି ଆଗରେ ବୟସ ଯେ ହାର ମାନିଯାଏ, ତାହାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି ଉଜ୍ଜୟିନୀରେ।
ପବିତ୍ର ଶ୍ରାବଣ ମାସରେ ୧୦୮ ବର୍ଷୀୟା ଧନୀ ବାଈ କାଉଡ଼ି ଯାତ୍ରା କରି ବାବା ମହାକାଳଙ୍କ ଦରବାରରେ ପହଞ୍ଚିଛନ୍ତି।
ବୟସର ଭାର ତାଙ୍କ ଭକ୍ତିକୁ ରୋକିପାରିନାହିଁ।
ଗୋଟିଏ ହାତରେ କାଉଡ଼ି ଓ ଅନ୍ୟ ହାତରେ ଡମରୁ ଧରି ସେ ମହାକାଳଙ୍କ ଜଳାଭିଷେକ କରିଥିଲେ।
ଏହି ଦୃଶ୍ୟ ସମସ୍ତଙ୍କୁ ବେଶ୍ ଆକର୍ଷଣ କରିଥିଲା।
ଧନୀ ବାଈଙ୍କ ଏହି ଯାତ୍ରାରେ ତାଙ୍କ ସାଥ୍ ଦେଇଥିଲେ ତାଙ୍କର ପ୍ରାୟ ୮୦ ଓ ୬୦ ବର୍ଷୀୟ ଦୁଇ ପୁଅ।
ପ୍ରତ୍ୟେକ ପଦକ୍ଷେପରେ ସେମାନେ ମା'ଙ୍କ ସହ ରହିଥିଲେ।
ମା'ଙ୍କ ଅଟଳ ଭକ୍ତି ଓ ପୁଅମାନଙ୍କ ସମର୍ପଣ ଦେଖି ମନ୍ଦିର ପରିସରରେ ଥିବା ଭକ୍ତମାନେ ମଧ୍ୟ ଭାବବିହ୍ୱଳ ହୋଇପଡ଼ିଥିଲେ।Advertisment ବୟସକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା ଧନୀ ବାଈଙ୍କ ବୟସକୁ ଦୃଷ୍ଟିରେ ରଖି ମହାକାଳ ମନ୍ଦିର ପ୍ରଶାସନ ତାଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରିଥିଲା।
ମନ୍ଦିର ପ୍ରଶାସକ ତାଙ୍କୁ ଭିଡ଼ ମଧ୍ୟରେ ଧାଡ଼ିରେ ଅପେକ୍ଷା କରିବାକୁ ଦେଇନଥିଲେ।
ତାଙ୍କୁ ସିଧାସଳଖ ମନ୍ଦିର ଭିତରକୁ ନିଆଯାଇଥିଲା।
ସେଠାରୁ ଧନୀ ବାଈ ସହଜରେ ବାବା ମହାକାଳଙ୍କ ଦର୍ଶନ କରିଥିଲେ।
ପରେ ସେ ଗର୍ଭଗୃହରେ ଜଳାଭିଷେକ କରିଥିଲେ।
ଏହି ସମୟରେ ସେ ଡମରୁ ବଜାଇ ଭକ୍ତିରେ ମଗ୍ନ ହୋଯାଇଥିଲେ।
Sky: ଆକାଶଗଙ୍ଗାର ଦ୍ରୁତତମ ତାରକା ଦର୍ଶନ ଓ ଜଳାଭିଷେକ ପରେ ମନ୍ଦିରର ପୂଜକମାନେ ଧନୀ ବାଈଙ୍କୁ ସମ୍ମାନିତ କରିଥିଲେ।
ତାଙ୍କୁ ମାଳ୍ୟାର୍ପଣ କରାଯିବା ସହ ପ୍ରସାଦ ମଧ୍ୟ ପ୍ରଦାନ କରାଯାଇଥିଲା।
୧୦୮ ବର୍ଷ ବୟସରେ କାଉଡ଼ି ଧରି ମହାକାଳଙ୍କ ଦରବାରରେ ପହଞ୍ଚିବା ଧନୀ ବାଈଙ୍କ ଏହି ଭକ୍ତି ଏବେ ସମସ୍ତଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି।
ତାଙ୍କର ଅଟଳ ବିଶ୍ୱାସ ଓ ଶିବଭକ୍ତି ଶ୍ରାବଣରେ ଭକ୍ତମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

