Delhi: ପ୍ରକାଶ ପାଶୱାନଙ୍କ ପଲ୍ଲୀରୁ ଦିଲ୍ଲୀ ଯାତ୍ରା, ତାଙ୍କ ନାଁରେ ୧୭ଟି ଅପରାଧିକ ମାମଲା

Aug 22, 2026 - 09:19
Delhi: ପ୍ରକାଶ ପାଶୱାନଙ୍କ ପଲ୍ଲୀରୁ ଦିଲ୍ଲୀ ଯାତ୍ରା, ତାଙ୍କ ନାଁରେ ୧୭ଟି ଅପରାଧିକ ମାମଲା

"ରାଉରକେଲା: ରାଉରକେଲାର ବିଜେପି ଯୁବନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ପ୍ରତିନିଧି ପ୍ରକାଶ ପାଶୱାନ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ନିଲମ୍ବିତ ହୋଇଛନ୍ତି।

ସେ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ।

ଗୋଟିଏ ନୁହେଁ ବରଂ ୩ଟି ରାଜନୈତିକ ଦଳରେ ସାମିଲ ହୋଇ ସହରରେ ପ୍ରଭାବ ବିସ୍ତାର କରିଥିଲେ।

ଏମିତିକି ବିଶୃଙ୍ଖଳିତ ଆଚରଣ ପାଇଁ ବିଭିନ୍ନ ଦଳରୁ ତଡ଼ା ବି ଖାଇଥିଲେ।

ବସ୍ତିବାସିନ୍ଦାଙ୍କୁ ବିଭିନ୍ନ କାରଣରୁ ଧମକଚମକ ଦେଉଥିଲେ।

ଏମିତି କି ରାଉରକେଲାର ଦୋକାନୀ, ବ୍ୟବସାୟୀ ଓ ବଡ଼ବଡ଼ ପୁଞ୍ଜିପତିମାନଙ୍କଠାରୁ ଟଙ୍କା ଆଦାୟ କରୁଥିବାର ମଧ୍ୟ ଅଭିଯୋଗ ହେଉଛି।

ଏତଦ୍‌ବ୍ୟତୀତ ବାଲିମାଫିଆଙ୍କୁ ଧମକଚମକ ଦେଇ ଟଙ୍କା ଆଦାୟ କରୁଥିବାର ସଙ୍ଗିନ ଅଭିଯୋଗ ତାଙ୍କ ନାଁରେ ରହିଛି।

ଗତ ୧୪ ତାରିଖ ବିଳମ୍ବିତ ରାତିରେ ପାନପୋଷ ସର୍କିଟ୍‌ ହାଉସ୍‌ରୁ ଗିରଫ ହୋଇଥିବା ଯୁବକମାନଙ୍କୁ ସେ ବେଆଇନ ଟଙ୍କା ଆଦାୟ ପାଇଁ ସଂଗଠିତ କରିଥିବା ଅଭିଯୋଗ ହେଉଛି।Advertisment ସବୁଦଳରେ ରହି କରିଥିଲେ ପ୍ରଭାବ ବିସ୍ତାର ରାଉରକେଲା ଗୋପବନ୍ଧୁପାଲି ୱାର୍ଡ ନମ୍ବର-୧୩ ବସିନ୍ଦା ପ୍ରକାଶ ୨୦୧୨ରେ କଂଗ୍ରେସରେ ସାମିଲ ହୋଇ ପୂର୍ବ ବିଧାୟକ ପ୍ରଭାତ ମହାପାତ୍ରଙ୍କ ପାଖରେ ରହି କାମ କରୁଥିଲେ।

ପରେ ବିଜେଡି ନେତା ସାରଦା ପ୍ରସାଦ ନାୟକ, ବିଜେଡିର ତତ୍କାଳୀନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ କୁନବିହାରୀ ଦାସଙ୍କ ଘନିଷ୍ଠ ହୋଇଥିଲେ।

ଦଳ ବିରୋଧୀ କାର୍ଯ୍ୟ ପାଇଁ ୨୦୨୪ରେ ଦଳରୁ ବହିସ୍କୃତ ହେବାପରେ ବିଜେପିରେ ସାମିଲ ହୋଇଥିଲେ।

ପରବର୍ତ୍ତୀ ସମୟରେ ବିଜେପିର ସଭ୍ୟ ସଂଗ୍ରହ ଅଭିଯାନରେ ସିକ୍ରିୟ ରହି ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ନିକଟତର ହୋଇଥିଲେ।

ସାଂସଦଙ୍କ ବିଶ୍ବାସ ଜିତିବା ପରେ ତାଙ୍କର ଆର୍‌ଏମ୍‌ସି ପ୍ରତିନିଧି ଭାବେ ଦାୟିତ୍ବ ପାଇଥିଲେ।

ଏହି କ୍ରମରେ ସେ ଗୋପବନ୍ଧୁପାଲିରୁ ଦିଲ୍ଲୀ ଯାଏ ଯାତ୍ରା କରିଥିଲେ।

ପ୍ରକାଶଙ୍କ ନାଁରେ ରାଉରକେଲା ପୁଲିସ ଜିଲ୍ଲାରେ ୨୦୧୬ରୁ ୨୦୨୬ ମଧ୍ୟରେ ୧୭ଟି ଆପରାଧିକ ମାମଲା ରହିଛି।

ତାଙ୍କ ନାଁରେ ରୁଜୁ ହୋଇଥିବା ମାମଲା ମଧ୍ୟରେ ରହିଛି, ସୀମା ଖୁଣ୍ଟିଆ ନାମକ ମହିଳାଙ୍କ ଘରେ ପଶି ତାଙ୍କ ପୁଅକୁ ମାରପିଟ କରିବା ସହ ସୁନାଚେନ୍‌ ଛଡ଼ାଇ ନେଇଥିଲେ।

ଆକାଶ ଖୁଣ୍ଟିଆ ନାମକ ଯୁବକଙ୍କୁ ପ୍ରକାଶ ଓ ତାର ସହଯୋଗୀ ପ୍ରାଣାନ୍ତକ ଆକ୍ରମଣ କରିଥିଲେ।

ଲୋହାରପଡ଼ାର ପ୍ରମିଳା ଦାସଙ୍କୁ ଗାଳିଗୁଲଜ କରି ଆକ୍ରମଣ କରିଥିଲେ।

ପରେ ପୁଣି ସେ ଓ ତାଙ୍କ ଏବଂ ଅନ୍ୟ ୩ ଜଣ ମହିଳା ପ୍ରମିଳାଙ୍କୁ ଗାଳିଗୁଲଜ କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।

ମହେଶ ପ୍ରସାଦ ଯାବଦ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶି ସେ ଓ ତାଙ୍କ ସହଯୋଗୀ ଆକ୍ରମଣ କରିଥିଲେ।

ଏହା ସହିତ ପ୍ରକାଶ ଜଣେ ନାବାଳିକା(୧୩ ବର୍ଷ)ଙ୍କୁ ରାସ୍ତାରେ ଗାଳିଗୁଲଜ କରିବା, ମହିଳା ଏସ୍‌ଆଇଙ୍କୁ ଗାଳିଗୁଲଜ କରି ମାରିବାକୁ ଧମକ ଦେଇଥିବା, ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପ୍ରଣବ ପାତ୍ରଙ୍କୁ ଧମକଚମକ ଦେବା, କେତେକ ଯୁବକଙ୍କୁ ସାଙ୍ଗରେ ନେଇ ପୁଲିସ କାର୍ଯ୍ୟରେ ବାଧା ଦେବା ସହ ଆର୍‌ଜିଏଚ୍‌ର ପ୍ରବେଶ ପଥକୁ ବନ୍ଦ କରିଦେଇଥିବା ମାମଲା ରହିଛି।

କେବଳ ସେତିକି ​ନୁହେଁ, ୨୦୨୪ ମାର୍ଚ୍ଚ ୨୦ ତାରିଖରେ ସାରଦା ପ୍ରସାଦ ନାୟକ ବୁଥ୍‌ ପରିଦର୍ଶନ କରିବାକୁ ଯାଇଥିବାବେଳେ ପ୍ରକାଶ ତାଙ୍କୁ ଆକ୍ରମଣ କରିଥିବା ଭଳି ସଂଗିନ ଅଭିଯୋଗ ରହିଛି।

ଜବରଦଖଲ ଉ‌ଚ୍ଛେଦ ସମୟରେ ଏନ୍‌ଫୋର୍ସମେଣ୍ଟ ଅଧିକାରୀଙ୍କୁ ଧମକ ଦେଇଥିବା, ବନ୍ଧମୁଣ୍ଡ ଥାନା ଅଞ୍ଚଳର ପୂର୍ଣ୍ଣଚନ୍ଦ୍ରଙ୍କ ଘରକୁ ଯାଇ ତାଙ୍କୁ ଗାଳିଗୁଲଜ କରିବା, ମଧୁସୂଦନପାଲିର ନୂତନ ଦୀପ୍‌ଙ୍କ ଘରେ ପଶି ତାଙ୍କ ପରିବାରକୁ ଜୀବନରେ ମାରିଦେବାକୁ ଧମକ ଦେବା, ଲେବର ଟେନାମେଣ୍ଟ ଅଞ୍ଚଳରେ ସୁଭଦ୍ରା ଶକ୍ତି କାର୍ଯ୍ୟକ୍ରମ ଚାଲିଥିବାବେଳେ ଆର୍‌ଏମ୍‌ସି ଅଧିକାରୀଙ୍କୁ ଗାଳିଗୁଲଜ କରିବା, ବନ୍ଧମୁଣ୍ଡା ଥାନାରେ ପଶି ଏସ୍‌ଆଇ ଡି.

ସେନାପତିଙ୍କୁ ଗାଳିଗୁଲଜ କରିବା ଏବଂ ସିଭିଲ୍‌ ଟାଉନ୍‌ସିପ୍‌ ଅଞ୍ଚଳରେ ଜଣେ ଯୁବକଙ୍କକୁ ଗାଳିଗୁଲଜ କରିବା ସହ ତାଙ୍କ କାର୍‌କୁ ଭାଙ୍ଗି ଦେଇଥିବା ମାମଲା ରହିଛି।

ଏମିତିକି ଜଣେ ନେତ୍ରୀଙ୍କ ସହ ମାଡ଼ପିଟ ଘଟଣାରେ ଜେଲ୍‌ ବି ଯାଇଥିଲେ।

Cattle Smugglers: ଲୋକଙ୍କ ଆକ୍ରମଣରେ ୩ ଗୋଚାଲାଣକାରୀ ଗୁରୁତର, ୨ ଅଟୋ ଚୁରମାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)