Madhyapradesh: ମଧ୍ୟପ୍ରଦେଶରେ ଡ୍ରେନ୍‌ରେ ଭାସିଗଲା ଭ୍ୟାନ୍‌, ଗୋଟିଏ ପରିବାରର ୯ ମୃତ

Aug 10, 2026 - 20:47
Madhyapradesh: ମଧ୍ୟପ୍ରଦେଶରେ ଡ୍ରେନ୍‌ରେ ଭାସିଗଲା ଭ୍ୟାନ୍‌, ଗୋଟିଏ ପରିବାରର ୯ ମୃତ

"ଭୋପାଳ: ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲାର ପାଦନା ସହରରେ ଏକ ଅଭାବନୀୟ ଘଟଣାକ୍ରମରେ ଗୋଟିଏ ପରିବାରର ୯ ଜଣଙ୍କର ‌ଡ୍ରେନ୍‌ରେ ଭାସିଯାଇ ମୃତ୍ୟୁ ହୋଇଛି।

ସେମାନେ ଯାତ୍ରା କରୁଥିବା ଭ୍ୟାନ୍‌ଟି ବର୍ଷା ଯୋଗୁ ଏକ ଉଛୁଳା ଡ୍ରେନ୍‌‌ରେ ପଡ଼ି ଭାସି ଯାଇଥିଲା।

ଫଳରେ ଏହି ଘଟଣା‌ରେ ଗୋଟିଏ ପରିବାରର ୯ ଜଣଙ୍କର ମୃତ୍ୟୁ ହୋଇଯାଇଛି।

ତେବେ ଗାଡ଼ିରେ ଥିବା‌ ଅନ୍ୟ ୨ ଜଣ ଯାତ୍ରୀ ସୌଭାଗ୍ୟବଶତଃ ବଞ୍ଚି ଯାଇଛନ୍ତି।Advertisment ଆହୁରି ପଢନ୍ତୁ: Ethanol: ଇଥାନଲ୍‌ ପାଇଁ ଆଖୁ ଯୋଗାଣ ଉପରେ ରୋକ ଲାଗିବ ଏହି ଘଟଣା ଆଜି ସାରଙ୍ଗପୁର ନିକଟରେ ପୂର୍ବାହ୍ଣ ପ୍ରାୟ ୯ଟାରେ ଘଟିଛି।

ଗାଡ଼ି ଡ୍ରାଇଭର ପାଦନା ବାଇପାସ୍‌ ପୋଲ ଅତିକ୍ରମ କରୁଥିବାବେଳେ ଏହି ଦୁଃଖଦ ଘଟଣା ଘଟିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଘଟଣାସ୍ଥଳରେ ଥିବା ଗ୍ରାମବାସୀ ଡ୍ରାଇଭରଙ୍କୁ ଆଗକୁ ଯିବା ପାଇଁ ମନା କରିଥିଲେ।

କିନ୍ତୁ ସେ କାହା କଥା ନ ମାନି ଗାଡ଼ି ଚଳାଇଥିଲେ।

ବର୍ଷା ଯୋଗୁ ଝିରି ଡ୍ରେନ୍‌ ପାଣି ରାସ୍ତା ଉପରେ ଚାଲିଥିଲା।

ଆହୁରି ପଢନ୍ତୁ: climate resilience Odisha ଜଳବାୟୁ ସହନଶୀଳତା ଓ ସବୁଜ ବିକାଶର ନେତୃତ୍ୱ ନିଅନ୍ତୁ ଯୁବପିଢ଼ି: ରାଜ୍ୟପାଳ ଜଳସ୍ତର ଏତେ ଅଧିକ ଥିଲା ଯେ ଡ୍ରାଇଭର ରାସ୍ତା ଓ ଡ୍ରେନ୍‌ ଚିହ୍ନଟ କରିପାରି ନ ଥିଲେ।

ଫଳରେ ଗାଡ଼ିଟିକୁ ସେ ଡ୍ରେନ୍‌ ଭିତରେ ପୂରାଇ ଦେଇଥିଲେ ଏବଂ ଗାଡ଼ିଟି ଭାସିଗଲା।

ତୁରନ୍ତ ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀ ଦଳ ଉଦ୍ଧାର ଅପରେସନ୍‌ ଆରମ୍ଭ କରିଥିଲେ।

ଜଣେ ନାବାଳିକାଙ୍କ ସମେତ ୯ ଜଣଙ୍କ ମର ଶରୀର ଉଦ୍ଧାର କରାଯାଇଛି।

ଉକ୍ତ ଘଟଣାରେ ସାରଙ୍ଗପୁର ଥାନାରେ ଏକ ମାମଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media