LPG: ଏଲ୍ପିଜି ବିତରକଙ୍କ କମିସନ ବୃଦ୍ଧି ପାଇଁ ତୈଳ କମ୍ପାନି ସହମତ
ନୂଆଦିଲ୍ଲୀ: ଏଲ୍ପିଜି ବିତରକମାନଙ୍କ କମିସନରେ ଅନ୍ତରୀଣ ବୃଦ୍ଧି ଆଣିବାକୁ ସହମତ ହୋଇଛନ୍ତି ତିନିଟି ପ୍ରମୁଖ ସରକାରୀ ତୈଳ ବିପଣନ କମ୍ପାନି।
ଇଣ୍ଡିଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ମିଳିତ ଭାବେ ଏହି ବୃଦ୍ଧି ପାଇଁ ସୁପାରିସ କରିବେ।
ତେବେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଚୂଡ଼ାନ୍ତ ଅନୁମୋଦନ ପରେ ହିଁ ନୂଆ କମିସନ ଲାଗୁ ହେବ।
Advertisment ଗତ ୨୧ ତାରିଖରେ ମୁମ୍ବାଇସ୍ଥିତ ଇଣ୍ଡିଆନ୍ ଅଏଲ୍ ର ମୁଖ୍ୟ କାର୍ଯ୍ୟାଳୟରେ ତୈଳ କମ୍ପାନିର ଅଧିକାରୀ ଓ ଏଲ୍ପିଜି ବିତରକ ସଂଘର ପ୍ରତିନିଧିଙ୍କ ମଧ୍ୟରେ ବୈଠକ ହୋଇଥିଲା।
ଏଥିରେ ବିତରକମାନେ କର୍ମଚାରୀଙ୍କ ଦରମା, ଇନ୍ଧନ, ଗୋଦାମ ଭଡ଼ା ଓ ଘରେ ଗ୍ୟାସ୍ ପହଞ୍ଚାଇବା ଖର୍ଚ୍ଚ ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ।
ବିତରକ ସଂଘର କହିବା ଅନୁଯାୟୀ, ବର୍ତ୍ତମାନ ମିଳୁଥିବା କମିସନରେ ବ୍ୟବସାୟ ପରିଚାଳନା କରିବା କଷ୍ଟକର ହେଉଛି।
ଏହାପରେ କମିସନ ବୃଦ୍ଧି ପ୍ରସ୍ତାବ ଉପରେ ମିଳିତ ସୁପାରିସ କରିବାକୁ ତୈଳ କମ୍ପାନିଗୁଡ଼ିକ ରାଜି ହୋଇଛନ୍ତି।
ବର୍ତ୍ତମାନ ୧୪.୨ କିଗ୍ରା ବିଶିଷ୍ଟ ଘରୋଇ ଏଲ୍ପିଜି ସିଲିଣ୍ଡରରେ ପ୍ରାୟ ୭୩ ଟଙ୍କା କମିସନ ମିଳୁଛି।
ଏଥିରୁ ୩୦ରୁ ୩୫ ଟଙ୍କା ଡେଲିଭରି ଚାର୍ଜ ବାବଦରେ ମିଳୁଛି।
ଆହୁରି ପଢନ୍ତୁ: Traditional Healer Found Murdered ନିଛାଟିଆ ଜଙ୍ଗଲ ରାସ୍ତାରେ କବିରାଜଙ୍କୁ ବିଭତ୍ସ ହତ୍ୟା, ଗୁଣିଗାରେଡ଼ି ନା ଟଙ୍କାଲୋଭ ଦୋଛକିରେ ପୁଲିସ କମିସନ ସଂଶୋଧନ ପ୍ରସ୍ତାବ ପୂର୍ବରୁ ମନ୍ତ୍ରଣାଳୟକୁ ପଠାଯାଇଛି।
ତୈଳ କମ୍ପାନିଗୁଡ଼ିକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅନ୍ତରୀଣ ବୃଦ୍ଧି ପାଇଁ ମିଳିତ ସୁପାରିସ କରିବେ ବୋଲି ବିତରକ ସଂଘକୁ ଆଶ୍ୱାସନା ଦେଇଛନ୍ତି।
କମିସନ ବୃଦ୍ଧି ସହିତ ନୂଆ ଗ୍ୟାସ୍ ସଂଯୋଗ ଉପରେ କଟକଣା, ଅନାବଶ୍ୟକ ଅନ୍ୟ ସାମଗ୍ରୀ ବିକ୍ରି କରିବାକୁ ଚାପ ଏବଂ ବିତରକଙ୍କ ସମ୍ମତି ବିନା ଗ୍ୟାସ୍ ଯୋଗାଣ ଆଦେଶ ବଦଳାଇବା ଭଳି ସମସ୍ୟା ମଧ୍ୟ ବୈଠକରେ ଉଠିଥିଲା।
କମିସନ ବୃଦ୍ଧି ନେଇ କମ୍ପାନି ସ୍ତରରେ ସହମତି ପ୍ରକାଶ ପାଇଥିଲେ ମଧ୍ୟ ନୂଆ ଦର କେତେ ହେବ ଏବଂ କେବେଠାରୁ ଲାଗୁ ହେବ ସେ ସମ୍ପର୍କରେ ଚୂଡ଼ାନ୍ତ ଘୋଷଣା ହୋଇନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
