Love: ପ୍ରେମରେ ବିଫଳ ହେବାରୁ; ଛାତ୍ରୀଙ୍କୁ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇବାକୁ ଉଦ୍ୟମ

Jul 01, 2026 - 06:36
Love: ପ୍ରେମରେ ବିଫଳ ହେବାରୁ; ଛାତ୍ରୀଙ୍କୁ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇବାକୁ ଉଦ୍ୟମ

"ଅସୁରାଳି/ଧାମନଗର/କୋଠାର: ଜଣେ ବିବାହିତ ଯୁବକ ଜଣେ ଛାତ୍ରୀଙ୍କୁ ଏକତରଫା ପ୍ରେମ କରି ବିଫଳ ହେବା ପରେ ପେଟ୍ରୋଲ୍‌ ଢାଳି ମାରିଦେବାକୁ ଉଦ୍ୟମ କରିଛି।

ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଫତେପୁର ପଞ୍ଚାୟତରେ।

ଅଭିଯୁକ୍ତ ଦିଲ୍ଲୀପ ଯେନା (୩୨)ଙ୍କୁ ପୁଲିସ ଗିରଫ କରିଛି।Advertisment Neglect: ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ଉନ୍ନତୀକରଣରେ ବିଳମ୍ୱ ଫତେପୁର ପଞ୍ଚାୟତ ଧର୍ମାଗତପୁର ଗ୍ରାମର ଦିଲ୍ଲୀପ ନିକଟସ୍ଥ ହେତମପୁର ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ବିଫଳ ହୋଇଥିଲା।

ଛାତ୍ରୀ ଜଣକୁ ସେ ହଇରାଣ ହରକତ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଉଥିଲା।

କିଛିଦିନ ପୂର୍ବେ ଛାତ୍ରୀଙ୍କ ବାପାମାଆ ଅଭିଯୁକ୍ତର ବାପା,ମାଆକୁ ଜଣାଇଥିଲେ।

ଏଥିରେ ପ୍ରତିକ୍ରିୟାଶୀଳ ହୋଇ ଦିଲ୍ଲୀପ ଝିଅକୁ ଜୀବନରୁ ମାରିଦେବି ବୋଲି ଧମକ ଦେଇଥିଲା।

Arrest: ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲା: ପାଟନାରୁ ମୁଖ୍ୟ ଅଭିଯୁକ୍ତଙ୍କ ପତ୍ନୀ ଗିରଫ ଆଜି ସକାଳେ ଛାତ୍ରୀ ଜଣକ ସ୍କୁଲକୁ ଯାଉଥିବା ସମୟରେ ଲେଞ୍ଜରାଛକ ନିକଟରେ ଦିଲ୍ଲୀପ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲା।

ଛାତ୍ରୀଙ୍କ ଚିତ୍କାର ଶୁଣି ନିକଟରେ ଥିବା ଲୋକମାନେ ଦୌଡ଼ି ଆସି ଉଦ୍ଧାର କରିବା ସହ ଦିଲ୍ଲୀପକୁ କାବୁ କରି ପୁଲିସକୁ ଖବର ଦେଇଥିଲେ।

ଧୂଷୁରୀ ପୁଲିସ ଅଭିଯୁକ୍ତକୁ ଧରି ଥାନାକୁ ନେଇଥିଲା।

ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ ଯେ ଅଭିଯୁକ୍ତ ଦିଲ୍ଲୀପ ପୂର୍ବରୁ ଦୁଇଜଣଙ୍କୁ ବିବାହ କରିଥିବା ଜଣାଯାଇଛି।"