Rathkhala: ରଥଖଳା: ପ୍ରଭାରେ ଲାଗିଲା ଧୂଳିଦଣ୍ଡା
"ପୁରୀ: ଆଜି ଥିଲା ରଥ ନିର୍ମାଣର ୭୧ ତମ ଦିବସ।
ରଥ ନିର୍ମାଣକାରୀ ସେବକ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ଆଜିର କାର୍ଯ୍ୟ ଆରମ୍ଭ କରିଥିଲେ।
ରଥଖଳାରେ ଆଜି ପ୍ରଭାରେ ଗୋଟିଏ ଲେଖାଏଁ ଧୂଳିଦଣ୍ତା ଲାଗିଛି।
ପ୍ରଭା ଫିଟିଂ ପାଇଁ ବେଦି ପଛ ଭାଗ ଚଉଦ ନାହକାରେ ଏହି ଧୂଳିଦଣ୍ତା ଲାଗିଥାଏ।
ଏଥିସହିତ ଭିତର ମାଲ ହଣା କାର୍ଯ୍ୟ ଚାଲିଛି।
ବ୍ରେକ୍ ପୁଲିଗୁଡ଼ିକୁ ରଥରେ ଲଗାଯିବା ପାଇଁ ଏହା ଉପର ଭାଗରେ ଲୁହାବଳା ଏବଂ ଦୁଇ ମୁଣ୍ଡରେ ଗୋଟିଏ ଲେଖାଏଁ ଲୁହାବଳା ସଂଯୋଗ କରାଯାଇଛି।
ଲୁହାବଳା ଫିଟିଂ ପରେ ବ୍ରେ୍କ ପୁଲି ତଳ ଭାଗରେ ରବର୍ ମ୍ୟାଟ ଫିଟିଂ କରାଯାଇ ରଙ୍ଗ କାର୍ଯ୍ୟ ସମ୍ପନ୍ନ କରାଯିବ।Advertisment Rathakhala: ରଥଖଳା: ଦୁଆର ବେଢ଼ା ରଙ୍ଗ କାର୍ଯ୍ୟ ଶେଷ ରୂପକାର ସେବକମାନେ ତିନିରଥର ପ୍ରଭାରେ ରୂପ ଖୋଦେଇରେ ଶେଷ ସ୍ପର୍ଶ ଦେଉଛନ୍ତି।
ଶେଷ ହେଉଥିବା ରୂପ ଅଂଶଗୁଡ଼ିକର ପଲିସ୍ କାର୍ଯ୍ୟ ସମାନ୍ତରାଳ ଭାବେ ଜାରି ରଖିଛନ୍ତି।
ପ୍ରଭାରେ ପଦ୍ମପାଖୁଡ଼ା, ଶଙ୍ଖକ୍ଷେତ୍ର, ମଗର, ହଳମୂଷଳ ଆଦି କାର୍ଯ୍ୟ କରାଯାଇଛି।
ଚିତ୍ରକାର ସେବକମାନେ ନାଟ ଗୋଡ଼ରେ ରଙ୍ଗ କାର୍ଯ୍ୟ ଶେଷ କରି ତିନିରଥର ପାର୍ଶ୍ୱ ଦେବଦେବୀ, ଘୋଡ଼ା, ସାରଥୀରେ ରଙ୍ଗ କାର୍ଯ୍ୟ କରୁଛନ୍ତି।
ଦୋଳବେଦିସ୍ଥିତ ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକମାନେ ଧୂଳି ଦଣ୍ଡା କଣ୍ଟା ନିର୍ମାଣ ଶେଷ କରିଛନ୍ତି।
ପ୍ରଭା ବିଡ଼ିଆ କଣ୍ଟା ସହ ତିନିରଥର ବ୍ରେକ୍ ପୁଲି ପାଇଁ ୬ଟି ଲେଖାଏଁ ଲୁହାବଳା କଣ୍ଟା ତିଆରି କରାଯାଉଛି।
Ratha yatra: ରଥଖଳା: ଲାଗିଲା ଦଣ୍ଡା କଣ୍ଟା"