Horrific fire breaks : ମାର୍କେଟ୍‌ ବିଲ୍‌ଡିଂରେ, ଭୟାବହ ଅଗ୍ନିକାଣ୍ଡ

Jul 01, 2026 - 07:34
Horrific fire breaks : ମାର୍କେଟ୍‌ ବିଲ୍‌ଡିଂରେ, ଭୟାବହ ଅଗ୍ନିକାଣ୍ଡ

"ଭୁବନେଶ୍ୱର: ରାଜଧାନୀର ସବୁଠାରୁ ବ୍ୟସ୍ତବହୁଳ ମାର୍କେଟ କମ୍ପ୍ଲେକ୍ସ ୟୁନିଟ୍-୨ ମାର୍କେଟ ବିଲଡିଂରେ ଆଜି ଭୋର ସମୟରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି।

ଏହି ଭୟାବହ ଅଗ୍ନିକାଣ୍ଡରେ ୧୦ଟି ପୋଷାକ ଦୋକାନ ସମ୍ପୂର୍ଣ୍ଣ ରୂପେ ଜଳି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ରେଡିମେଡ୍ ପୋଷାକ ନଷ୍ଟ ହୋଇଯାଇଛି।

ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।

ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସୂଚନା ଅନୁଯାୟୀ,  ଗତକାଲି ସୋମବାର ଯୋଗୁ ବଜାର ବନ୍ଦ ଥିଲା।

ଆଜି ସକାଳ ପ୍ରାୟ ୬ଟାରୁ ସାଢ଼େ ୬ ଟା ମଧ୍ୟରେ ବିଏମ୍‌ସି ବହୁତଳ କାର ପାର୍କିଂ କମ୍ପ୍ଲେକ୍ସ ନିକଟରେ ଥିବା ଦୋକାନଗୁଡ଼ିକରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା।

ସ୍ଥାନୀୟ ଲୋକଙ୍କଠାରୁ ଘଟଣା ସମ୍ପର୍କରେ ଖବର ପାଇ ଓଡ଼ିଶା ଅଗ୍ନିଶମ ବାହିନୀର ୫ଟି ଦମକଳ ଗାଡ଼ି ଏବଂ ୪୦ରୁ ଅଧିକ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ।

ଦୋକାନଗୁଡ଼ିକର ସଟର୍ ବନ୍ଦ ଥିବାରୁ ଅଗ୍ନିଶମ କର୍ମଚାରୀଙ୍କୁ ପ୍ରଥମେ ହାଇଡ୍ରୋଲିକ୍ ସ୍ପ୍ରେଡ୍ କଟର୍  ସାହାଯ୍ୟରେ ଲୁହା ଲକ୍ ଓ ସଟର୍ ଭାଙ୍ଗିବାକୁ ପଡ଼ିଥିଲା।

ଏହାପରେ ଭିତରକୁ ପାଇପ୍ ସଂଯୋଗ କରି ସେମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।

ଅଗ୍ନିକାଣ୍ଡ ଖବର ପାଇ ସ୍ଥାନୀୟ ବ୍ୟବସାୟୀମାନେ ବଜାରକୁ ଧାଇଁ ଆସିଥିଲେ, କିନ୍ତୁ ସେତେବେଳକୁ ସବୁକିଛି ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା।Advertisment Special control : ସହରାଞ୍ଚଳ ବନ୍ୟା ପାଇଁ ହେବ ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ  ଦୋକାନଗୁଡ଼ିକରେ ରେଡିମେଡ୍ ପୋଷାକ, ଶେରୱାନି ଓ ସିନ୍ଥେଟିକ୍ କପଡ଼ା (ସିଲ୍କ) ଭଳି ଜ୍ବଳନଶୀଳ ସାମଗ୍ରୀ ପ୍ରଚୁର ପରିମାଣରେ ଗଚ୍ଛିତ ଥିବାରୁ ନିଆଁ ଖୁବ୍ କମ୍ ସମୟ ମଧ୍ୟରେ ପାଖାପାଖି ଦୋକାନକୁ ବ୍ୟାପି ଯାଇଥିଲା।

ସେହି ସମୟରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେଉଥିଲେ ମଧ୍ୟ କପଡ଼ାଗୁଡ଼ିକ ଯୋଗୁଁ ନିଆଁର ପ୍ରକୋପ ହ୍ରାସ ପାଇନଥିଲା।

ଦୋକାନୀ ପ୍ରମୋଦ କୁମାର ସାହୁ କହିଛନ୍ତି ଯେ ଆମେ ପୁରୁଷଙ୍କ ରେଡିମେଡ୍ ପୋଷାକ ଏବଂ ବିବାହ ପାଇଁ ମୂଲ୍ୟବାନ ଶେରୱାନି ବିକ୍ରି କରୁ।

ସକାଳ ପ୍ରାୟ ସାଢ଼େ ୭ଟାରେ ଅଗ୍ନିକାଣ୍ଡ ବିଷୟରେ ଜାଣିବାକୁ ପାଇ ପହଞ୍ଚିବା ବେଳକୁ ମୋ ଦୋକାନର ସବୁକିଛି ଜଳି ସାରିଥିଲା।

ଆଗକୁ ଆସୁଥିବା ପାର୍ବଣ ଓ ବିବାହ ଋତୁ ପାଇଁ ବ୍ୟବସାୟୀମାନେ ନୂଆ ଏବଂ ଦାମୀ ଷ୍ଟକ୍ ରଖିଥିଲେ।

ଫଳରେ ସେମାନେ ବ୍ୟାପକ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି।

ସହକାରୀ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ରାଉତଙ୍କ ସୂଚନା ଅନୁଯାୟୀ, ପ୍ରାୟ ୪ ଘଣ୍ଟାର କଠିନ ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିଲା।

ଅଗ୍ନିଶମ ବାହିନୀର ମୁଖ୍ୟ ଲକ୍ଷ୍ୟ ଥିଲା ଯେପରି ଏହି ନିଆଁ ପାଖରେ ଥିବା ଅନ୍ୟ ବଡ଼ ବ୍ୟବସାୟିକ ବ୍ଲକ୍‌କୁ ପ୍ରବେଶ ନକରିବ।

ଏଥିରେ ସେମାନେ ସଫଳ ହୋଇଛନ୍ତି ବୋଲି ଶ୍ରୀ ରାଉତ କହିଛନ୍ତି।

ଅନ୍ୟପକ୍ଷରେ ଫୋରେନ୍ସିକ ଯାଞ୍ଚ ପରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ।

ତେବେ ପ୍ରାଥମିକ ଆକଳନ ଅନୁଯାୟୀ କୌଣସି ଏକ ଦୋକାନରେ ଇଲେକ୍ଟ୍ରିକାଲ୍ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Not all bodies: ସବୁ ଶରୀର ଲୋଡ଼େନି ଅତିରିକ୍ତ ଭିଟାମିନ୍‌ ଏହି ଅଗ୍ନିକାଣ୍ଡ ପରେ ସ୍ଥାନୀୟ ବ୍ୟବସାୟୀ ସଂଘ ପକ୍ଷରୁ ମାର୍କେଟ ବିଲଡିଂର ପୁରୁଣା ବୈଦ୍ୟୁତିକ ଭିତ୍ତିଭୂମିର ମରାମତି ଓ ଜରୁରୀକାଳୀନ ପରିସ୍ଥିତି ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ପ୍ରଶାସନ ନିକଟରେ ଦାବି କରାଯାଇଛି।"