30 JUNE 2026

Welcome!

Unlock your personalized experience.
Sign Up

Cancer Symptoms and causes : ଶରୀରରେ ଏହି ସବୁ ସମସ୍ୟା ବାରମ୍ୱାର ହେବା କ୍ୟାନସରର ଲକ୍ଷଣ, ସତର୍କ କରାଇଲେ ବିଶେଷଜ୍ଞ

Jun 29, 2026 - 23:24
Cancer Symptoms and causes : ଶରୀରରେ ଏହି ସବୁ ସମସ୍ୟା ବାରମ୍ୱାର ହେବା କ୍ୟାନସରର ଲକ୍ଷଣ, ସତର୍କ କରାଇଲେ ବିଶେଷଜ୍ଞ

ନୂଆଦିଲ୍ଲୀ - ଭାରତରେ ପ୍ରତିବର୍ଷ କ୍ୟାନସର ବା କର୍କଟ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଜାତୀୟ କର୍କଟ ରୋଗ ନିବାରଣ ଏବଂ ଗବେଷଣା ପ୍ରତିଷ୍ଠାନ (NICPR)ର ରିପୋର୍ଟ ଅନୁସାରେ, ପ୍ରତିବର୍ଷ ୧୪ରୁ ୧୬ ଲକ୍ଷ ନୂଆ ମାମଲା ଦେଖିବାକୁ ମିଳୁଛି। ଅନେକ ପ୍ରକାରର କ୍ୟାନସର ରୋଗ ଅଛି, ଯେଉଁଥିରୁ ସବୁଠାରୁ ସାଧାରଣ ହେଉଛି ରକ୍ତ, ଫୁସଫୁସ ଏବଂ ମୁଖ କର୍କଟ। ଏହା ବ୍ୟତୀତ, ପେଟ କ୍ୟାନସର ମଧ୍ୟ ଲୋକଙ୍କ ଠାରେ ବୃଦ୍ଧି ପାଇବାରେ ଲାଗିଛି। ଖରାପ ଖାଦ୍ୟପେୟ ଏବଂ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏହାର କାରଣ। ଆପଣ ଜାଣନ୍ତି, ଆମର ଶରୀର ଏମିତି ଅନେକ ସଙ୍କେତ ଦେଇଥାଏ, ଯାହା କ୍ୟାନସର ସହ ଜଡ଼ିତ ? ଏଗୁଡ଼ିକୁ ଅଣଦେଖା କରିବା ମହଙ୍ଗା ପଡ଼ି ପାରେ।

ପ୍ରକୃତରେ, କ୍ୟାନସରର ପ୍ରାରମ୍ଭିକ ଲକ୍ଷଣ ଗୁଡ଼ିକ ପ୍ରାୟତଃ ଏତେ ସାଧାରଣ ଯେ, ଲୋକମାନେ ଏହାକୁ ଗ୍ୟାସ୍, ସଂକ୍ରମଣ, ଥଣ୍ଡା କିମ୍ବା ବୟସ ସମ୍ବନ୍ଧୀୟ ସମସ୍ୟା ବୋଲି କହି ଅଣଦେଖା କରି ଦିଅନ୍ତି। କିନ୍ତୁ ଠିକ୍ ସମୟରେ ଚିହ୍ନଟ ନହେବାରୁ, କ୍ୟାନସର ଶରୀରରେ ବ୍ୟାପି ଯାଏ, ଚିକିତ୍ସା କଷ୍ଟକର ହୋଇଯାଏ। ଏଣି ଶରୀରରେ କିଛି ସମସ୍ୟା ବାରମ୍ୱାର ହେଉଥିଲେ ,ଏହା କ୍ୟାନସରର ସଙ୍କେତ ହୋଇପାରେ , ଆସନ୍ତୁ ଏ ବିଷୟରେ ଜାଣିବା …

ନ୍ୟାସନାଲ କ୍ୟାନସର ରେଜିଷ୍ଟ୍ରି କାର୍ଯ୍ୟକ୍ରମ ଅନୁସାରେ, ପ୍ରତିବର୍ଷ ୧୨ରୁ ୨୮ ପ୍ରତିଶତ କ୍ୟାନସର ମାମଲାରେ ବୃଦ୍ଧି ଦେଖିବାକୁ ମିଳେ। କୁହାଯାଏ, ଆଜି ପ୍ରତି ୯ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ କୌଣସି ନା କୌଣସି ପ୍ରକାରର କର୍କଟ ରୋଗ ହେବାର ଆଶଙ୍କା ରହିଥାଏ। ଦିଲ୍ଲୀର ସାକେତ ସ୍ଥିତ ମ୍ୟାକ୍ସ ସ୍ମାର୍ଟ ହସ୍ପିଟାଲର ମେଡିକାଲ୍ ଅଙ୍କୋଲୋଜି ବିଭାଗର ଭାଇସ୍ ଚେୟାରମ୍ୟାନ ଡକ୍ଟର ପି.କେ. ଦାସଙ୍କ ଅନୁସାରେ, ଶରୀରରେ ହେଉଥିବା କିଛି ପରିବର୍ତ୍ତନ କ୍ୟାନସର ବା କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ। ଏହି ଲକ୍ଷଣଗୁଡ଼ିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଣଦେଖା କରାଯିବା ଉଚିତ୍ ନୁହେଁ।

ମଳ କିମ୍ବା ପରିସ୍ରା ଅଭ୍ୟାସରେ ପରିବର୍ତ୍ତନ -
ଯଦି କୋଷ୍ଠକାଠିନ୍ୟ, ଝାଡ଼ା, ବାରମ୍ବାର ପରିସ୍ରା ହେବା କିମ୍ବା ପରିସ୍ରା ଅଭ୍ୟାସରେ ପରିବର୍ତ୍ତନ ଦୀର୍ଘ ସମୟ ଧରି ଜାରି ରହେ, ତେବେ ଏହା କେବଳ ଖାଦ୍ୟପେୟର ସମସ୍ୟା ହୋଇ ନପାରେ, ଡାକ୍ତର ଦାସଙ୍କ କହିବାନୁସାରେ, କିଛି ମାମଲାରେ ଏହା ଅନ୍ତଃନଳୀ କିମ୍ବା ମୂତ୍ରନଳୀ ସହ ଜଡ଼ିତ କ୍ୟାନସରର ସଙ୍କେତ ହୋଇ ପାରେ। 

ଏମିତି କ୍ଷତ ଯାହା ଠିକ୍ ହେଉ ନଥିବ -
ଚର୍ମରେ ହୋଇ ଥିବା ଘା, ପାଟିରେ କୌଣସି କ୍ଷତ ଯାହାକି ଦୀର୍ଘ ସମୟ ଯାଏ ଠିକ୍‌ ହେଉ ନଥିବ, ତ ଏହାକୁ ହାଲୁକା ଭାବେ ନେବା ଉଚିତ୍ ନୁହେଁ। ଏହା ଚର୍ମ କିମ୍ବା ପାଟି କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ ହୋଇ ପାରେ।

ଅସ୍ୱାଭାବିକ ରକ୍ତସ୍ରାବ କିମ୍ବା ଡିସଚାର୍ଜ ହେବା -
କାଶରେ ରକ୍ତ ପଡ଼ିବା, ମଳରେ ରକ୍ତ ଆସିବା କିମ୍ବା ମହିଳାଙ୍କ ଠାରେ ଅସ୍ୱାଭାବିକ ରକ୍ତସ୍ରାବ ଭଳି ସମସ୍ୟା ଗମ୍ଭୀର ଲକ୍ଷଣ ହୋଇ ପାରେ। ବିଶେଷଜ୍ଞଙ୍କ ଅନୁସାରେ , ଏପରି କ୍ଷେତ୍ରରେ ତୁରନ୍ତ ପରୀକ୍ଷା କରିବା ଉଚିତ୍। ଶରୀରରେ ଟ୍ୟୁମର କିମ୍ବା ଫୁଲା -
ସ୍ତନ, ଅଣ୍ଡକୋଷ, ବେକ, କିମ୍ବା ଆପଣଙ୍କ ଶରୀରର ଅନ୍ୟ କୌଣସି ଅଂଶରେ ଏକ ନୂତନ ଟ୍ୟୁମର କିମ୍ବା ମୋଟାପଣ ଦେଖାଗଲେ , ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ। କ୍ୟାନସରର ପ୍ରାରମ୍ଭିକ ଟ୍ୟୁମର ପ୍ରାୟତଃ ଯନ୍ତ୍ରଣାହୀନ ହୋଇଥାଏ, ତେଣୁ ଯନ୍ତ୍ରଣା ନହେବା ସୁରକ୍ଷିତର ଲକ୍ଷଣ ନୁହେଁ।

ଦୀର୍ଘ ଦିନ ଯାଏ ବଦହଜମୀ କିମ୍ବା ଗିଳିବାରେ କଷ୍ଟ -
ବାରମ୍ବାର ବଦହଜମୀ, ପେଟ ପୂର୍ଣ୍ଣ ଅନୁଭବ, କିମ୍ବା ଖାଦ୍ୟ ଗିଳିବାରେ କଷ୍ଟ ହେବା ପ୍ରାୟତଃ ଏସିଡିଟି ବୋଲି ମନେକରି ଥାଉ। କିନ୍ତୁ ଏହା ପେଟ କିମ୍ୱା ଖାଦ୍ୟନଳୀର କ୍ୟାନସରର ସଙ୍କେତ ମଧ୍ୟ ହୋଇପାରେ।

ଲଗାତାର କାଶ କିମ୍ବା ସ୍ୱରରେ ପରିବର୍ତ୍ତନ -

ଯଦି କିଛି ସପ୍ତାହ ଧରି କାଶ ଲାଗି ରହେ କିମ୍ବା ସ୍ୱରରେ ପରିବର୍ତ୍ତନ ହୁଏ, ତେବେ ଏହା ପରୀକ୍ଷା କରାଇବା ଉଚିତ। ଡାକ୍ତର ଦାସଙ୍କ ମତରେ, ଏହା ଫୁସଫୁସ, ଗଳା କିମ୍ବା ଥାଇରଏଡ୍ କର୍କଟ ରୋଗର ଲକ୍ଷଣ ହୋଇପାରେ।

ସମୟାନୁସାରେ ପରୀକ୍ଷା ବଞ୍ଚାଇ ପାରେ ଜୀବନ -
ଡାକ୍ତର ପି.କେ. ଦାସ କୁହନ୍ତି ଯେ, କ୍ୟାନସରର ଅଧିକାଂଶ ମାମଲାରେ ପ୍ରାରମ୍ଭିକ ଚିହ୍ନଟରେ ଚିକିତ୍ସାର ବିକଳ୍ପ ବଢି ଯାଏ ଏବଂ ରୋଗୀ ଆରୋଗ୍ୟ ହେବାର ସମ୍ଭାବନା ଖୁବ୍‌ ଭଲ ହୋଇ ଯାଏ। ଏଥିପାଇଁ ଶରୀରରେ ହେଉଥିବା କୌଣସି ଅସ୍ୱାଭାବିକ ପରିବର୍ତ୍ତନକୁ ଅଣଦେଖା କରନ୍ତୁ ନାହିଁ ଏବଂ ଆବଶ୍ୟକ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଆହୁରି ମଧ୍ୟ ପଢନ୍ତୁ -  Digital Eye Strain : ସ୍କ୍ରିନ୍ ଟାଇମ୍ ଯୋଗୁଁ ଆଖି ଶୁଷ୍କ ଦେଖା ଯାଏ କି ? ଜାଣନ୍ତୁ ଏହାର କାରଣ