Lord Jagannath ସ୍ନାନ ମଣ୍ତପରେ ଚତୁର୍ଦ୍ଧାମୂରତି, ହାତୀବେଶରେ ଦେଲେ ଦର୍ଶନ

Jun 29, 2026 - 22:42
Lord Jagannath ସ୍ନାନ ମଣ୍ତପରେ ଚତୁର୍ଦ୍ଧାମୂରତି, ହାତୀବେଶରେ ଦେଲେ ଦର୍ଶନ

"କେନ୍ଦ୍ରାପଡ଼ା (ସୁବ୍ରତ ସାମଲ): କେନ୍ଦ୍ରାପଡ଼ାବାସୀଙ୍କ ଆରାଧୢଦେବତା ପ୍ରଭୁ ସିଦ୍ଧ ବଳଦେବଜିଉଙ୍କ ପୀଠରେ ଦେବସ୍ନାନ ପୂର୍ଣ୍ଣିମା ପାରମ୍ପରିକ ରୀତିନୀତିରେ ପାଳିତ ହୋଇଛି।

ଏହି ଅବସରରେ ଚତୁର୍ଦ୍ଧାମୂରତି ରତ୍ନ ସିଂହାସନରୁ ଓହ୍ଲାଇ ସ୍ନାନ ମଣ୍ତପକୁ ବିଜେ କରିବା ସହିତ ହାତୀବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି।

ହଜାର ହଜାର ଭକ୍ତ ଅତି ନିକଟରୁ ମହାପ୍ରଭୁଙ୍କ ଦର୍ଶନ ପାଇ ଭାବବିହ୍ବଳ ହେଇଛନ୍ତି।

ରାତି ପ୍ରାୟ ୧୦ ଯାଏ ଦର୍ଶନ ଚାଲିବା ପରେ ଶ୍ରୀଜିଉ ଅଣସର ଗୃହକୁ ପ୍ରବେଶ କରିଛନ୍ତି।

ସେଠାରେ ଆସନ୍ତା ୧୩ତାରିଖ ରାତି ଯାଏ ଅବସ୍ଥାନ କରିବେ।

Advertisment ଏହି ୧୫ଦିନ ମହାପ୍ରଭୁ ଅଣସର ଗୃହରେ ରହିବା କାରଣରୁ ରତ୍ନସିଂହାସନରେ ଭକ୍ତ ମାନେ ଆଉ ନିଜ ପ୍ରିୟର ଠାକୁରଙ୍କ ଦର୍ଶନ ପାଇବେ ନାହିଁ।

ଏହା ବଦଳରେ ମହାପ୍ରଭୁଙ୍କ ଫଟୋ ଚିତ୍ର ଜଗମୋହନରେ ପୂଜା ପାଇବାର ପରମ୍ପରା ରହିଛି।

ଆସନ୍ତା ୧୪ତାରିଖ ନେତ୍ରୋତ୍ସବରେ ମହାପ୍ରଭୁ ପୁଣି ଭକ୍ତଙ୍କୁ ଦର୍ଶନ ଦେବେ।

୧୬ତାରିଖରେ ଶ୍ରୀଗୁଣ୍ଡିଚାରେ ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ବାହାରିବେ।

ଆସନ୍ତା ୧୬ତାରିଖରେ ରଥଯାତ୍ରା।

ଏହା ପୂର୍ବରୁ ସୋମବାର ବଡ଼ଠାକୁର ବଳଦେବଙ୍କ ଦେବସ୍ନାନ ନୀତିକାନ୍ତି ସ˚ପନ୍ନ ହୋଇଛି।

ଏଥିପାଇଁ ଭୋରରୁ ବଳଦେବଜିଉ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଥିଲା।

ଧାର୍ଯ୍ୟ ସମୟ ମୁତାବକ ନୀତିକାନ୍ତି ଆରମ୍ଭ ହୋଇଥିଲା।

ନିର୍ଘଣ୍ଟ ନୀତି ଅନୁଯାୟୀ ଶ୍ରୀଜିଉ ମଝି ଦେଉଳରୁ ଓହ୍ଲାଇ ପ୍ରଥମେ ସ୍ନାନ ମଣ୍ତପକୁ ବିଜେ କରିଥିଲେ।

ସେଠାରେ  ସେବାୟତ ମାନେ ମହାପ୍ରଭୁଙ୍କ ଜୟମ˚ଗଳା ଆଳତୀ, ନୀତିସ୍ନାନ କରିଥିଲେ।

Lord Jagannath: ଦେବଗଡ଼ ପୁରୁଣାଗଡ଼ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅପରାହ୍ନଣରେ ବଲ୍ଲଭ ମଣୋହୀ ଭୋଗ ଲାଗି ହେବା ପରେ ମ˚ଗଳାର୍ପଣ ହୋଇଥିଲା।

ଏହାପରେ ସ୍ନାନ ମଣ୍ତପରେ ଗଜବଦନ ବେଶରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେଇଥିଲେ।

ପାଗ ଅନୁକୂଳ ଥିବାରୁ ବଡ଼ ଠାକୁରଙ୍କ ଏହି ଦୁର୍ଲଭ ବେଶ ଦେଖି ଅଗଣିତ ଭକ୍ତଙ୍କ ଆଖିରେ ଆନନ୍ଦାଶ୍ରୁ ଚାଲି ଆସିଥିଲା।

ଖେଚେଡ଼ି ଧୂପ ଲାଗି ହେବା ପରେ ସ˚ଧୢାରେ ଭକ୍ତଙ୍କ ଭିଡ଼ ଆହୁରି ବଢ଼ିଥିଲା।

ରାତି ଯାଏ ଦର୍ଶନ ଚାଲିଥିଲା ବେଳେ ପ୍ରଭୁଙ୍କ ଝଲକ ଟିକକ ପାଇବା ପାଇଁ ଭକ୍ତ ମାନେ ବ୍ୟାକୁଳ ହେଉଥିବା ଦେଖିବାକୁ ମିଳିଥିଲା।

ଧାର୍ଯ୍ୟ ସମୟ ମୁତାବକ ରାତି ୯ଟାରେ ଶ୍ରୀଜିଉଙ୍କ ଅନବସର ଗୃହ ପ୍ରବେଶ କରିପାରିବାର ଥିଲା| କିନ୍ତୁ ଏଥିରେ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ବିଳମ୍ବ ଘଟିଥିଲା।

ରାତିରେ ପ୍ରଭୁ ଅନବସର ଗୃହ ପ୍ରବେଶ କରିଥିବା ବେଳେ ନେତ୍ରୋତ୍ସବ ଯାଏ ସେଠାରେ ଅବସ୍ଥାନ କରିବେ।

ପରମ୍ପରା ମୁତାବକ ନୀତିସ୍ନାନ କାରଣରୁ ମହାପ୍ରଭୁ ସଂପ୍ରତି ଥଣ୍ତା, ଜ୍ବରରେ ପୀଡ଼ିତ| ଅଣସର ଗୃହରେ ପ୍ରଭୁଙ୍କ ସ୍ବତନ୍ତ୍ର ସେବା ସୁୁଶ୍ରୁଷା ଓ ଭୋଗ ପରଷାଯିବ| ଏହି ୧୫ଦିନ ଯାଏ ମହାପ୍ରଭୁଙ୍କ ଫଟୋ ଚିତ୍ର ଜଗମୋହନରେ ପୂଜା ପାଇବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ପରମ୍ପରା ମୁତାବକ ଆଜି ରଥ ଚକ ଓ ଅଖ ପୂଜା ନୀତି ସଂପନ୍ନ ହୋଇଛି| ଏହାପରେ ଅଖରେ ଚକ ଲାଗିଛି| ଆଉ ଦୁଇ ସପ୍ତାହ ଭିତରେ ମହାପ୍ରଭୁଙ୍କ ବ୍ରହ୍ମ ତାଳଧ୍ବଜ ରଥ ନିର୍ମାଣ ଶେଷ ହେବା ପରେ ୧୬ରେ ମହାପ୍ରଭୁ ସେଥିରେ ବସି ଜନ୍ମବେଦୀ ଅଭିମୁଖେ ବାହାରିବେ।

"