Lord Jagannath: ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂରତି ମୂର୍ତ୍ତିଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼

Jun 29, 2026 - 19:26
Lord Jagannath: ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂରତି ମୂର୍ତ୍ତିଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼

"ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ଆଜି ଦେବସ୍ନାନ ପୂର୍ଣ୍ଣିମା, ଜ୍ୟେଷ୍ଠ ପୂର୍ଣ୍ଣିମା, ସ୍ନାନଯାତ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜନ୍ମଦିନ।

ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା ତିଥିରେ ମହାରାଜ ଇନ୍ଦ୍ରଦୁମ୍ନ ଦାରୁବ୍ରହ୍ମଙ୍କୁ ପ୍ରଥମ ଥର ପାଇଁ ଜଳସ୍ନାନ କରାଇଥିଲେ।

ଏହା ମହାପ୍ରଭୁଙ୍କ ଆଦ୍ୟଲୀଳା ଭାବେ ଜଣାଯାଏ।

ଏହି ଦିନ ଶ୍ରୀବତ୍ସ ଖଣ୍ଡଶାଳର ସ୍ନାନ ମଣ୍ଡପରେ ପାରମ୍ପରିକ ରୀତିରେ ବେଦଧ୍ଵନି ପୂର୍ବକ ୧୦୮ କଳସ ଜଳରେ ମହାପ୍ରଭୁଙ୍କୁ ସ୍ନାନ କରାଯାଏ।

Advertisment ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିରରେ ସ୍ନାନପୂର୍ଣ୍ଣିମା ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି।

ଆଜି ସକାଳେ ମାଲକାନଗିରି ଜିଲ୍ଲା ସଦର ମହକୁମା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ସକାଳର ନୀତିକାନ୍ତି ସରିବା ପରେ ରତ୍ନବେଦୀରୁ  ରାଜପୌରହିତ ବିନାୟକ ଶତପଥୀ, ମନ୍ଦିରର ମୁଖ୍ୟପୂଜକ ସନ୍ତୋଷ ନନ୍ଦ ଓ ସେବାୟତ  ଅନ୍ୟାନ ପୁଜକ, ଦଇତାପତିମାନେ ବଡ଼ଭାଇ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ଚତୁଦ୍ଧ।ମୂରତିଙ୍କୁ ପହଣ୍ଡି ବିଜେକରି ଶ୍ରୀମନ୍ଦିରରୁ ପାଛୋଟି ଆଣି ସ୍ନାନମଣ୍ଡପରେ ସ୍ଥାପନ କରିଥିଲେ।

Debasnana Purnima 2026: ମହାପ୍ରଭୁଙ୍କ ସ୍ନାନଯାତ୍ରା: ଗଜପତି ମହାରାଜାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ହାତୀବେଶରେ ଦର୍ଶନ ଦେଲେ ମହାପ୍ରଭୁ ଠାକୁରଙ୍କ ରୀତିନୀତି ଅନୁସାରେ ଶ୍ରୀବିଗ୍ରହଙ୍କୁ ୧୦୮ କଳସ ସୁବାସିତ ଜଳରେ ସ୍ନାନକରାଯାଇ ଧୂପ, ଦୀପ, ଯଜ୍ଞ, ଆଳତୀ ପରେ ମଣ୍ଡପରେ ମିଷ୍ଟାନ ଓ ବାଲ୍ୟଭୋଗ ଲଗା ଯାଇଥିଲା।

ସର୍ବ ସାଧରଣ ଦର୍ଶନପରେ ତିନିଠାକୁରଙ୍କୁ ପଣା ଦିଆଯାଇଥିଲା।

ଏହି ଦେବସ୍ନାନ ଦର୍ଶନ ପାଇଁ ସ୍ନାନମଣ୍ଡପରେ ଭକ୍ତଙ୍କ ଭିଡ ଲାଗିଥିଲା।

ଠାକୁରଙ୍କ ଦର୍ଶନପରେ ପଣା ପାଇବା ପାଇଁ ଭକ୍ତ ମାନେ ବ୍ୟାକୁଳ ହୋଇଉଠିଥିଲେ।

ପୁଜା କମିଟି ପକ୍ଷରୁ ସମସ୍ତ ଭକ୍ତଙ୍କୁ ପ୍ରସାଦ ଓ ପଣା ଦିଆଯାଇଥିଲା।

ତନିଠାକୁରଙ୍କ ରୀତିନୀତି ସରିଲାପରେ ମଧ୍ୟାହ୍ନରେ ପୂଜକ ଓ ଦଇତାପତିମାନେ ଆଣସର ଘରକୁ ପହଣ୍ଡି ବିଜେ କରି ପାଛୋଟି ନେଇଯାଇ ସେଠାରେ ବିଧିବିଧାନ ଅନୁସାରେ ଚତୁର୍ଦ୍ଧାମୂର୍ତିଙ୍କୁ ସ୍ଥାପନ କରିଥିଲେ।

ଦିନତମାମ ମନ୍ଦିର ପରିସର ଓ ସ୍ନାନ ମଣ୍ଡପ ନିକଟରେ ଜୟବଜରଙ୍ଗ କିର୍ତ୍ତନ ଦଳଙ୍କ ପକ୍ଷରୁ ସଂକିର୍ତନ ଓ ଭଜନ ସମାରୋହର ଆୟୋଜନ କରାଯାଇଥିଲା।

ଠିକ ସେହିପରି କୋରକୁଣ୍ଡା ସ୍ଥିତ ତମସା ଶ୍ରୀ କ୍ଷେତ୍ର, ମୋଟୁ, କାଲିମେଳା, ଏମଭି୭୯, ପଡିଆ,ମାଥିଲି, ଗୋବିନ୍ଦପାଲି, ବାଲିମେଳା,ଚିତ୍ରକୋଣ୍ଡା ଠାରେ ଥିବା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି।

ପାଗ ଅନୁକୂଳ ଥିବାରୁ ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁଭକ୍ତ ମାନେ ଶ୍ରୀବିଗ୍ରହଙ୍କ ସ୍ନାନ ଯାତ୍ରା ଦର୍ଶନ କରିଥିଲେ।

ଶାନ୍ତି ସୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

"