30 JUNE 2026

Welcome!

Unlock your personalized experience.
Sign Up

Lord Jagannath: ରେଢ଼ାଖୋଲରେ ଚତୁର୍ଦ୍ଧାମୂରତୀଙ୍କ ଦେବସ୍ନାନ ପୂର୍ଣ୍ଣିମା

Jun 29, 2026 - 22:42
Lord Jagannath: ରେଢ଼ାଖୋଲରେ ଚତୁର୍ଦ୍ଧାମୂରତୀଙ୍କ ଦେବସ୍ନାନ ପୂର୍ଣ୍ଣିମା

ରେଢ଼ାଖୋଲ (ରଣଜିତ ଦେହୁରୀ):ସମ୍ବଲପୁରଜିଲ୍ଲା ରେଢ଼ାଖୋଲରେ ସୋମବାର ଚତୁର୍ଦ୍ଧାମୂରତୀଙ୍କ ଦେବସ୍ନାନ ପୂର୍ଣ୍ଣିମା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ଦେବୋତ୍ତର ବୋର୍ଡ, ବ୍ରହ୍ମସମାଜ, ରଥଯାତ୍ରା ପରିଚାଳନା କମିଟିର ସଦସ୍ୟଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହର ସମେତ ଆଖପାଖ ଅଞ୍ଚଳର ବହୁଭକ୍ତ ସାମିଲ ଥିଲେ। 

ସକାଳେ ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ପରେ ଚତୁର୍ଦ୍ଧା ମୂରତୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ସମେତ ଦଧିବାବନ ଜୀଉଙ୍କୁ ପହଣ୍ତି କରାଯାଇ ଜଗନ୍ନାଥ ମନ୍ଦିର ପରିସରରେ ଥିବା ସ୍ନାନମଣ୍ତପକୁ ଅଣାଯାଇ ଥିଲା। ସ୍ନାନମଣ୍ତପରେ ବ୍ରହ୍ମସମାଜ ପକ୍ଷରୁ ଚତୁର୍ଦ୍ଧା ମୂରତୀଙ୍କୁ ସୁବାସିତ ଜଳରେ ସ୍ନାନ କରାଯାଇ ଥିଲା। ଏହାପରେ ମହାପ୍ରଭୁଙ୍କୁ ଗଜାନନ ବେଶରେ ସଜାଯାଇ ଥିଲା। ସଂଧ୍ୟାରେ ମହାଆଳତୀ ପରେ ଠାକୁରମାନଙ୍କୁ ଅଣସର ଘରକୁ ନିଆଯାଇ ଗୁପ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇ ଥିଲା। 

Lord Jagannath: ନୂଆପଡ଼ା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା

ଆଜିର କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ରଶ୍ମିରଂଜନ ମହାନ୍ତ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ଦେବୋତ୍ତର ବୋର୍ଡର ସଭାପତି ଅରୁଣ ପ୍ରଧାନ, ବିଡିଓ ରାଜେନ୍ଦ୍ର ନାରାୟଣ ସେନାପତି, ଅତିରିକ୍ତ ତସସିଲଦାର ପ୍ରଭାତ ରଂଜନ ବିଶ୍ବାଳ, ଥାନା ଅଧିକାରୀ ସନୟ ନାୟକ, ବ୍ରହ୍ମ ସମାଜର ସଭାପତି ହରିଶଙ୍କର ହୋତା, ସଂପାଦକ ପ୍ରଶାନ୍ତ ରଥ, ଉପଖଣ୍ତ ସାମ୍ବାଦିକ ସଂଘର ସଭପତି ଗୋବର୍ଦ୍ଧନ ବଘାରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।