Lord Jagannath: ଜ୍ବରରେ ପଡ଼ିଲେ ମହାପ୍ରଭୁ: ପୂଜା ପାଇବେ ପଟି ଦିଅଁ, ଅନବସର ଘରେ ଚାଲିବ ଗୁପ୍ତ ସେବା
"ପୁରୀ: ସ୍ନାନବେଦିରେ ୧୦୮ ଗଡ଼ୁ ଜଳରେ ସ୍ନାନ ପରେ ମହାପ୍ରଭୁଙ୍କୁ ଜ୍ବର।
ତେଣୁ ସ୍ନାନବେଦିକୁ ନଫେରି ବିଳମ୍ବିତ ରାତିରେ ଅନବସର ଘରେ ବିଜେ ହୋଇଛନ୍ତି ଦାରୁବ୍ରହ୍ମ।
ଜ୍ବର ପୀଡ଼ାରୁ ଉପଶମ ପାଇଁ ପଥି, ପାଚନ, ଔଷଧ ଦେଇ ସେବା ଶୁଶ୍ରୂଷାରେ ଲାଗିବେ ଦଇତାପତି ସେବକ।
ଦଇତାପତିମାନେ ଗୁପ୍ତ ସେବା ଆରମ୍ଭ କରିବେ।
ତେଣୁ ଆସନ୍ତାକାଲିଠାରୁ ଆଉ ମହାପ୍ରଭୁଙ୍କ ଦର୍ଶନ ମିଳିବ ନାହିଁ।
ଶ୍ରୀବିଗ୍ରହଙ୍କ ପରିବର୍ତ୍ତେ ଅନବସରରେ ପୂଜା ପାଇବେ ପଟି ଦିଅଁ।
ଚିତ୍ରକର ସେବକବୃନ୍ଦ ପଟି ଦିଅଁ ପ୍ରସ୍ତୁତି ସାରି ପୂଜା କରିବା ପରେ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା" ଭୁବନେଶ୍ବରୀ, ବଡ଼ଠାକୁରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ପଟଦିଅଁ ପୂଜା ପାଇବେ।
Advertisment Lord Jagannath: ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଲେ ମହାବାହୁ ଶ୍ରୀନାରାୟଣଙ୍କ ସମ୍ମୁଖରେ ମଦନମୋହନ ଓ କୃଷ୍ଣ ବିଗ୍ରହ, ମା" ଭୁନନେଶ୍ବରୀଙ୍କ ସମ୍ମୁଖରେ ଭୂଦେବୀ ଓ ଶ୍ରୀଦେବୀ, ଶ୍ରୀଅନନ୍ତ ବାସୁଦେବଙ୍କ ସମ୍ମୁଖରେ ଦୋଳଗୋବିନ୍ଦ ଓ ନୃସିଂହଙ୍କ ପ୍ରତିମୂର୍ତି ଅଧିଷ୍ଠିତ ହେବେ।
ଚିତ୍ରକର ସେବକମାନେ ଶୁଦ୍ଧପୁତ ଭାବେ ପଟି ଦିଅଁଙ୍କୁ ଆଜି ଶେଷ ସ୍ପର୍ଶ ଦେବା ପରେ ଠାକୁରଙ୍କ ବାହୁଡ଼ା ପହଣ୍ଡି ପରେ ଶ୍ରୀମନ୍ଦିର ପକ୍ଷରୁ ଛତି ଓ କାହାଳୀ ପଟୁଆର ଯାଇ ପଟି ଦିଅଁଙ୍କୁ ଆଣି ଶ୍ରୀମନ୍ଦିର ଜଗମୋହନରେ ବିଜ କରାଇଛନ୍ତି।
ଅନବସର ଗୃହରେ ଶ୍ରୀବିଗ୍ରହଙ୍କ ଗୁପ୍ତ ପୂଜା ଚାଲିବ।
ଏଣେ ପଟି ଦିଅଁଙ୍କୁ ପୂଜାର୍ଚ୍ଚନା କରାଯିବ।
ଏହି ସମୟରେ ବ୍ରହ୍ମଗିରିରେ ଶ୍ରୀଅଲାରନାଥଙ୍କୁ ଦର୍ଶନ ପାଇଁ ଭକ୍ତମାନେ ଭିଡ଼ ଜମାଇବେ।
Pond Restoration: ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବଜାର ବନ୍ଧହୁଡ଼ାରେ ଉଚ୍ଛେଦ"