Loot of Mineral Funds: ଖଣିଜ ପାଣ୍ଠି ହରିଲୁଟ୍‌-୧୧: ପିଜୁଳି ବଗିଚା ପାଇଁ ୧୩ କୋଟି, ୪ ବର୍ଷରେ ବଗିଚା ପାଲଟିଛି ଚାରଣଭୂଇଁ

Sep 18, 2026 - 08:15
Loot of Mineral Funds: ଖଣିଜ ପାଣ୍ଠି  ହରିଲୁଟ୍‌-୧୧: ପିଜୁଳି ବଗିଚା ପାଇଁ ୧୩ କୋଟି, ୪ ବର୍ଷରେ ବଗିଚା ପାଲଟିଛି ଚାରଣଭୂଇଁ

"ଯାଜପୁର: ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆଣିବା, ସେମାନଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗ କରାଯାଉଛି ବୋଲି କାଗଜପତ୍ରରେ ଦର୍ଶାଯାଇଛି।

କିନ୍ତୁ ସରକାରୀ କଳର ଅବହେଳା, ଜିଲ୍ଲାପାଳଙ୍କ ମନମାନି, ନେତାଙ୍କ ପ୍ରୋତ୍ସାହନରେ ପୂରା ଖଣିଜ ପାଣ୍ଠିକୁ ଲୁଟ୍‌ କରାଯାଇଛି।

ଅକାରଣେ ଏହି ଅର୍ଥକୁ ବିନର୍ବ୍ୟୟ କରାଯାଇଛି।

ଏହାକୁ ନେଇ ଅନେକ ପ୍ରମାଣ ଓ ତଥ୍ୟ ରହିଥିଲେ ବି ଜିଲ୍ଲା ପ୍ରଶାସନ, ବିଭାଗୀୟ କର୍ତ୍ତୃପକ୍ଷ ଚୁପ୍‌ ବସିଛନ୍ତି।

ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ହକ୍‌ ଛଡ଼ାଇ ନିଆଯାଇ ସେମାନଙ୍କୁ ଧୋକା ଦିଆଯାଇଛି।

ଖଣିଜ ପାଣ୍ଠି ସବୁବେ‌ଳେ ନେତାଙ୍କ ହାତପାଣ୍ଠି ଭଳି ବ୍ୟବହାର ହେଉଛି।

ତେଣୁ ଏତେବଡ଼ ଦୁର୍ନୀତିକୁ ଚପାଇ ଦେବାକୁ ସମସ୍ତଙ୍କ ସହମତି ରହୁଥିବା ଅଭିଯୋଗ ହୋଇଛି। "ସମ୍ବାଦ" ପକ୍ଷରୁ କ୍ରମାଗତ ଭାବେ ପ୍ରକାଶ ପାଉଥିବା ଖଣିଜ ପାଣ୍ଠି ଲୁଟ୍‌ର ଆଉ ଏକ ତଥ୍ୟ ଏବେ ସାମନାକୁ ଆସିଛି।

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ର ଦାମୋଦରପୁରରେ ପିଜୁଳି ବଗିଚାରେ ମଧ୍ୟ ବଡ଼ ଦୁର୍ନୀତି ହୋଇଛି।

ଖଣିଜ ପାଣ୍ଠିରୁ ସୃଷ୍ଟି ହୋଇଥିବା ପିଜୁଳି ଫାର୍ମ ଏବେ ବୁଲା ଗୋରୁଙ୍କ ଚାରଣଭୂଇଁ ପାଲଟିଛି।

୧୩.୩୩ କୋଟିର ପିଜୁଳି ଫାର୍ମର ଉପଯୋଗିତା ଏକପ୍ରକାର ନାହିଁ।

କେବଳ ଅର୍ଥ ଖର୍ଚ୍ଚ କରିବା ପାଇଁ ଏଭଳି ଫନ୍ଦି କରାଯାଇଥିବା ଏଥିରୁ ସ୍ପଷ୍ଟ ହୋଇଛି।Advertisment AFC Champions League 2: ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍‌-୨: ଇଷ୍ଟ ବେଙ୍ଗଲକୁ ଐତିହାସିକ ପଏଣ୍ଟ୍‌ ମିଳିମିଶି ଲୁଟିଛନ୍ତି, ସମସ୍ତେ ଚୁପ୍‌ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କୁ ଧୋକା ତଥ୍ୟ ମୁତାବକ, ୨୦୨୦-୨୧ ଆର୍ଥିକ ବର୍ଷରେ ସୁକିନ୍ଦା ଉଦ୍ୟାନ କୃଷି ଫାର୍ମରେ ପିଜୁଳି ବଗିଚାର ବିକାଶ ଓ ପ୍ରସାର ପାଇଁ ୧୩ କୋଟି ୩୩ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି।

ସ୍ଥାନୀୟ ଅଞ୍ଚଳରେ ଉଦ୍ୟାନ କୃଷିର ପ୍ରସାର, ଲୋକଙ୍କୁ ନିଯୁକ୍ତି ତଥା ପରିବେଶ ସୁରକ୍ଷା ଦିଗରେ ଏହା ବଡ଼ ସହାୟକ ହେବ ବୋଲି ଯୋଜନା ପ୍ରସ୍ତୁତ ହୋଇଥିଲା।

ଦାମୋଦରପୁରଠାରେ ୬୦୦ ଏକର ପରିମିତ ଜାଗାରେ ୨ଲକ୍ଷରୁ ଅଧିକ ଉନ୍ନତ କିସମର ପିଜୁଳି ଚାରା ରୋପଣ କରାଯାଇଥିଲା।

ଆଧୁନିକ ଜ୍ଞାନକୌଶଳରେ ଚାଷ କରାଯାଇ ଗୁଣାତ୍ମକ ପିଜୁଳି ଉତ୍ପାଦନରେ ରାଜ୍ୟର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଣତ କରିବା ପ୍ରକଳ୍ପର ଲକ୍ଷ୍ୟ ଥିଲା।

ମାତ୍ର ବାସ୍ତବତା ଭିନ୍ନ ରହିଛି।

ଅର୍ଥ ଖର୍ଚ୍ଚ ହେଲା, ହେଲେ ଉଦ୍ଦେଶ୍ୟ ସାଧନ ହେଲାନାହିଁ।

ପ୍ରକଳ୍ପ ପଛରେ ମନ୍ଦ ଉଦ୍ଦେଶ୍ୟ ଥିଲା।

ଉଦ୍ୟାନ କୃଷି ବିଭାଗ ଏହି ବଗିଚାକୁ ନଷ୍ଟ ହେବାକୁ ଛାଡ଼ିଦେଲା।

ଯାହା ଏବେ ଚାରଣ ଭୂଇଁ ପାଲଟିଛି।

ତାର ବାଡ଼ ନାହିଁ, ସବୁ ଗଛ ନଷ୍ଟ ହୋଇଗଲାଣି।

ବିଶାଳ ଫାର୍ମଟି ଏକପ୍ରକାର ଉଜୁଡ଼ିଯାଇଛି।

ଜଳସେଚନ ପାଇଁ ବିଛା ହୋଇଥିବା ପାଇପ୍‌ ସବୁ ଚୋରି ହୋଇଯାଇଛି।

ଜିଲ୍ଲା ଖଣିଜ ପାଣ୍ଠିରୁ ଚାରା କିଣା, ମାଟି ପ୍ରସ୍ତୁତି, ଜଳସେଚନ ଓ ତାରବାଡ଼ ନାମରେ ୧୩.୧୩ କୋଟି ଟଙ୍କା ବ୍ୟୟ ହୋଇଛି ବୋଲି ଦର୍ଶାଯାଇଛି, ହେଲେ ଜମିରେ ପ୍ରକଳ୍ପର କୌଣସି ଅସ୍ତିତ୍ୱ ନାହିଁ।

ଉଦ୍ୟାନ କୃଷି ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ଦୁର୍ନୀତିଖୋର ମନୋଭାବ ପାଇଁ ଏହି ପ୍ରକଳ୍ପଟି ସ୍ଥାନୀୟ ଅଞ୍ଚଳରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ନିଯୁକ୍ତି ସୃଷ୍ଟି କରିବା ଲକ୍ଷ୍ୟରୁ ବିଚ୍ୟୁତ ହୋଇଛି।

ଏତେ କୋଟି ଟଙ୍କାର ବିନର୍ବ୍ୟୟ ପାଇଁ କ"ଣ କେହି ଦାୟୀ ନୁହନ୍ତି କି?

ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

WSC: ଦକ୍ଷତା ବିକାଶର ମଡେଲ ଭାବେ "ବିଶ୍ୱ ଦକ୍ଷତା କେନ୍ଦ୍ର"କୁ ନୀତି ଆୟୋଗର ପ୍ରଶଂସା ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଜିଲ୍ଲା ଖଣିଜ ଅଧିକାରୀଙ୍କ ନିକଟରେ ପିଜୁଳି ବଗିଚାର ମାସିକ ବିବରଣୀ ରିପୋର୍ଟରେ ମିଥ୍ୟା ତଥ୍ୟ ଉଲ୍ଲେଖ କରାଯାଇ ପ୍ରକଳ୍ପର ସୁଫଳ ଲୋକଙ୍କ ନିକଟରେ ପହଞ୍ଚୁଛି ବୋଲି କୁହାଯାଉଛି।

ଏହାର କ୍ଷେତ୍ର ପରିଦର୍ଶନ କଲେ ଏହା କେତେ ପରିମାଣରେ ଲୋକଙ୍କ କାମରେ ଲାଗୁଛି ତାହା ସ୍ପଷ୍ଟ ‌ହୋଇଯିବ।

ପିଜୁଳି ବଗିଚା ହେବା ଦ୍ୱାରା କେତେ ପରିମାଣର ପିଜୁଳି ଉତ୍ପାଦନ ହୋଇଛି?

କେତେ ଟଙ୍କା ପିଜୁଳି ବିକ୍ରି ବାବଦରେ ଉଦ୍ୟାନ ବିଭାଗ ପାଇଛି?

କେତେ ଜଣଙ୍କୁ ନିଯୁକ୍ତି ମିଳିଛି ଓ ସ୍ଥାନୀୟ ଅଞ୍ଚଳର ଲୋକଙ୍କର କଣ ଲାଭ ହୋଇଛି?

ଏ ସମ୍ପର୍କରେ ନିରପେକ୍ଷ ତଦନ୍ତ ହେଲେ ଖଣିଜ ପାଣ୍ଠି ହରିଲୁଟ୍‌ର ସାଂଘାତିକ ତଥ୍ୟ ସାମନାକୁ ଆସିପାରନ୍ତା ବୋଲି କୁହାଯାଉଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)