Scrub Typhus : ସୁନ୍ଦରଗଡ଼ରେ ବଢ଼ୁଛି ସ୍କ୍ରବ୍ ଟାଇଫସ୍ ଚିନ୍ତା: ୮୭୧ ପଜିଟିଭ୍

Sep 18, 2026 - 14:35
Scrub Typhus : ସୁନ୍ଦରଗଡ଼ରେ ବଢ଼ୁଛି ସ୍କ୍ରବ୍ ଟାଇଫସ୍ ଚିନ୍ତା: ୮୭୧ ପଜିଟିଭ୍

"ସୁନ୍ଦରଗଡ଼:ବର୍ଷାଋତୁରେ ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଛି ସ୍କ୍ରବ୍ ଟାଇଫସ୍।

ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଜଣେ ପରେ ଜଣେ ପଜିଟିଭ୍ ଚିହ୍ନଟ ହେଉଛନ୍ତି।

ଏବେ ସୁଦ୍ଧା ୮୭୧ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି।

ତେବେ ଆଶ୍ୱସ୍ତିର କଥା, ଏହି ରୋଗରେ ଜିଲ୍ଲାରେ କାହାରି ମୃତ୍ୟୁ ହୋଇନଥିବା କହିଛି ସ୍ୱାସ୍ଥ୍ୟ ବିଭାଗ।

ପରିସ୍ଥିତି ଉପରେ ନଜର ରଖିବା ସହ ଲୋକଙ୍କୁ ସଚେତନ କରାଯାଉଥିବା କହିଛନ୍ତି ସିଡିଏମ୍ଓ।

ସ୍କ୍ରବ୍ ଟାଇଫସ୍ ଏକ ସଂକ୍ରମଣଜନିତ ରୋଗ।

ଏହାର ଲକ୍ଷଣ ଦେଖାଦେଲେ ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।Advertisment ସ୍ୱାସ୍ଥ୍ୟ ବିଭାଗ ପାଇଁ ବଡ଼ ଆହ୍ବାନ ଏପଟେ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଥିବା ବେଳେ ଲୋକଙ୍କୁ ସଚେତନ ଓ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି।

ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ପରେ  ରୋଗ ନିୟନ୍ତ୍ରଣ ସହ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ାଇବା  ସ୍ୱାସ୍ଥ୍ୟ ବିଭାଗ ପାଇଁ ବଡ଼ ଆହ୍ବାନ ହୋଇଛି।

Student Drowns: ସ୍କୁଲ ଯିବା ପୂର୍ବରୁ ପୋଖରୀରେ ବୁଡ଼ି ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)