LOOT: ୮ ଲୁଟେରା ଗିରଫ, ୧୦.୫ ଲକ୍ଷର ସୁନା-ରୂପା ଓ ସାମଗ୍ରୀ ଜବତ
"ଜୟପୁର: ଜୟପୁର ସହର ଓ ଆଖପାଖ ଅଞ୍ଚଳରେ ଚୋରି, ଲୁଟ୍, ଘରେ କାନ୍ଥ ଓ କବାଟ ଭାଙ୍ଗି ଚୋରି ଏବଂ ଦାଦାବଟି ଆଦାୟ ଭଳି ଅପରାଧ ଘଟଣାରେ ଟାଉନ୍ ପୁଲିସକୁ ବଡ଼ ସଫଳତା ମିଳିଛି।
ଟାଉନ୍ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅର୍ଚ୍ଚିତା ମିତ୍ତଲ ସୂଚନା ଦେଇ କହିଛନ୍ତି ଯେ ବିଭିନ୍ନ ମାମଲାରେ ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ପ୍ରାୟ ୧୦.୫ ଲକ୍ଷ ଟଙ୍କାର ସୁନା ରୂପା ଅଳଙ୍କାର, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଘରୋଇ ଉପକରଣ ଓ ଦାଦାବଟି ଆଦାୟରେ ବ୍ୟବହୃତ ଅସ୍ତ୍ର ଜବତ ହୋଇଛି।
ଜୟପୁର ସୁନାରୀ ସାହିସ୍ଥିତ ସ୍କୁଲରୁ ଚୋରି ହୋଇଥିବା ସ୍ମାର୍ଟ ପ୍ୟାନେଲ୍ ଟିଭି, ଆଦର୍ଶନଗରସ୍ଥିତ କାର୍ଯ୍ୟାଳୟରୁ ଚୋରି ହୋଇଥିବା ଏସିଅର୍ କମ୍ପ୍ୟୁଟର, ଧୋବାସାହିରୁ ଚୋରି ସିଲେଇ ମେସିନ୍ ସମେତ ବିଭିନ୍ନ ଚୋରି ସାମଗ୍ରୀ ପୁଲିସ ଉଦ୍ଧାର କରିଛି।
ହାନାଗୁଡ଼ାର ଏକ ଘରେ କାନ୍ଥ ଓ କବାଟ ଭାଙ୍ଗି ଚୋରି ହୋଇଥିବା ସୁନା ରୂପା ଅଳଙ୍କାର ମଧ୍ୟ ଜବତ ହୋଇଛି।Advertisment ଆହୁରି ପଢନ୍ତୁ: Business in residential buildings: ଆବାସିକ କୋଠାରେ ବ୍ୟବସାୟ: ଭାଙ୍ଗିବ ୫୮୨ ଅବୈଧ କୋଠା!
ଜବତ ସାମଗ୍ରୀ ମଧ୍ୟରେ ୨ ଯୋଡ଼ା ସୁନା ଚେନ୍, ୬ ଯୋଡ଼ା ସୁନା କାନଫୁଲ, ସୁନା ଇୟର୍-ରିଂ ଚେନ୍, ଭଙ୍ଗା ସୁନା କାଚ, ୩ ଯୋଡ଼ା ରୂପା ପାଉଁଜି, ୨ଟି ରୂପା ସିନ୍ଦୂର ଫରୁଆ ଓ ୫ଟି ରୂପା ମୁଦ୍ରା ରହିଛି।
ଏଥିସହ ଗୋଟିଏ ସ୍ମାର୍ଟ ଏଲଇଡି ଟିଭି, ସ୍ମାର୍ଟ ପ୍ୟାନେଲ୍ ଟିଭି, ଏସର୍ ଡେସ୍କଟପ୍ କମ୍ପ୍ୟୁଟର ଓ ସିପିୟୁ, ୨ଟି ସମର୍ ୱାଟର୍ ପମ୍ପ, ସିଲେଇ ମେସିନ୍, ୨ଟି ଛୁରୀ ଏବଂ ନଗଦ ୬୪୦ ଟଙ୍କା ଜବତ ହୋଇଛି।
ସେହିପରି ଗତ ୧୯ ତାରିଖ ରାତିରେ ପଞ୍ଚାନନ ମନ୍ଦିର ଛକ ନିକଟରେ କାତି ଓ ଛୁରୀ ଦେଖାଇ ଦୋକାନୀ ଓ ସାଧାରଣ ଲୋକଙ୍କୁ ଭୟଭୀତ କରି ଦାଦାବଟି ଆଦାୟ କରୁଥିବା ୩ ଜଣଙ୍କୁ ରାତ୍ରିକାଳୀନ ପାଟ୍ରୋଲିଂ ବେଳେ ପୁଲିସ କାବୁ କରିଥିଲା।
ଆହୁରି ପଢନ୍ତୁ: Highcourt: ସିଧାସଳଖ ଜିଲ୍ଲା ଜଜ୍ କ୍ୟାଡର ପଦରେ ନିଯୁକ୍ତି ପରୀକ୍ଷା, ସାକ୍ଷାତକାର ପାଇଁ ଆବେଦନକାରୀଙ୍କୁ ସୁଯୋଗ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏନେଇ ଥାନାରେ ମାମଲା ରୁଜୁ ହୋଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ଆକାଶ ହରିଜନ(୨୦), ଭଗବାନ ଖୋରା(୩୭), ଦେବା ନାୟକ(୫୨), ଟି.
ସନ୍ତୋଷ(୧୯), ଗଣେଶ ବେଶ୍ରା(୨୦), ଚନ୍ଦନ ବଡ଼େଇ(୨୪), ଅଜୟ ନାୟକ(୨୯) ଓ ପ୍ରବୀଣ ନାୟକ(୨୦)।
ସିସିଟିଭି ଫୁଟେଜ୍ ଯାଞ୍ଚ, ଗୁପ୍ତ ସୂଚନା ଓ ନିୟମିତ ପାଟ୍ରୋଲିଂ ଆଧାରରେ ଏହି ସଫଳତା ମିଳିଥିବା ପୁଲିସ କହିଛି।
ସାମ୍ବାଦିକ ସମ୍ମିଳନୀରେ ଟାଉନ୍ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ, ଏସ୍ଆଇ ଦୀପକ କୁମାର ପଣ୍ଡା, ଏଏସ୍ଆଇ ଦିଗନ୍ତ ପ୍ରଭୁ ସାଏ ଓ କାର୍ତ୍ତିକ ମିଶ୍ର ଉପସ୍ଥିତ ଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
