Loot: ମାସକରେ ୨୧ ଲକ୍ଷ ଟଙ୍କାର ଅଲଙ୍କାର ଲୁଟ୍‌; ଜଣେ ଅଭିଯୁକ୍ତ ଗିରଫ

Aug 25, 2026 - 22:26
Loot: ମାସକରେ ୨୧ ଲକ୍ଷ ଟଙ୍କାର ଅଲଙ୍କାର ଲୁଟ୍‌; ଜଣେ ଅଭିଯୁକ୍ତ ଗିରଫ

"ଆସିକା (ଗିରିଶ ତ୍ରିପାଠୀ): ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ଜୁଲାଇ ୨୨ରୁ ଅଗଷ୍ଟ ୨୨ ତାରିଖ ମଧ୍ୟରେ ସଂଘଟିତ ୫ଟି ଲୁଟ୍‌ ମାମଲାର ପର୍ଦ୍ଦାଫାସ କରିଛି ପୁଲିସ।

ଆସିକା ଏସ୍‌ଡିପିଓ ସୌରଭ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଗଠିତ ଟିମ ଲୁଟ୍‌ ହୋଇଥିବା ପ୍ରାୟ ୨୧ ଲକ୍ଷ ଟଙ୍କାର ସୁନା ଓ  ଅଳଙ୍କାର ଜବତ କରିଛି।

ପୁଲିସ ଆସିକା ପାକେଲାପଲ୍ଲୀ ନିକଟ ଏରଗୋଲା ବସ୍ତିରୁ ଏ ନରେଶ ପ୍ରଧାନକୁ ଗିରଫ କରିଛି।

ପୁଲିସ ୬୦ ଗ୍ରାମ ସୁନା ଅଳଙ୍କାର ଓ ୭ କିଲୋ୫୦୦ ଗ୍ରାମର ରୁପା ଅଳଙ୍କାର ଜବତ କରିଛି।

Advertisment ମୋରଡ଼ା, ଝାରପୋଖରିଆ, ଯଶୀପୁର, କୁଳିଅଣା ଥାନା ଇଲାକାରେ ଗତ ଏକ ମାସ ମଧ୍ୟରେ ହାଟରୁ ଫେରୁଥିବା ସୁନା ରୁପା ବ୍ୟବସାୟୀଙ୍କୁ ଟାର୍ଗେଟ କରି ଏକ ସୁନା ଦୋକାନରୁ ଲୁଟ୍‌ କରୁଥିବା ଅପରାଧୀ ଗୋଷ୍ଠୀକୁ ଗଞ୍ଜାମ ପୁଲିସ ସହାୟତାରେ ଠାବ କରିଛି ମୟୂରଭଞ୍ଜ ପୋଲିସ।

ଲଗାତାର ଲୁଟ ପରେ ମୋରଡ଼ା ଥାନା କେସ ନମ୍ବର ୩୩୪/୨୬ରେ ପୁଲିସ ଏକ ବାଇକ୍‌ରୁ ତାର ମାଲିକର ଠିକଣା ବାହାର କରି ଗଞ୍ଜାମ ଜିଲ୍ଲାରେ ପହଞ୍ଚି ଗଂଜାମ ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆସିକା ଏସ୍‌ଡିପିଓ ସୌରଭ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଟିମ ପାକେଲାପାଲ୍ଲୀର ଏ ନରେଶ ପ୍ରଧାନକୁ ଗିରଫ କରି ଲୁଟ୍‌ ହୋଇଥିବା ଅଳଙ୍କାର ଜବତ କରିଛି।

ଲୁଟେରା ଦଳ ବିରୋଧରେ ମୋରଡ଼ା ଥାନାରେ ଦୁଇଟି, ଯଶିପୁର, ଝାରପୋଖରିଆ, କୁଳିଅନା ଥାନା ଇଲାକାରେ ଗୋଟିଏ ଲେଖାଏଁ ମୋଟ ପାଞ୍ଚଟି ମାମଲା ରୁଜୁ ହୋଇଛି।

Odisha Flood Alert ରାଜ୍ୟରେ ବନ୍ୟାସ୍ଥିତି: ୧୭ରେ ଉତ୍କଳ ବିଶ୍ବବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ, ଭଦ୍ରକର ୫ ବ୍ଲକ୍‌, ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ମୋରଡ଼ା ଥାନା ଅଧିକାରୀ, ସୁମିତ କୁମାର ସୋରେନ, ଯଶୀପୁର ଥାନା ଅଧିକାରୀ ରାଜେଶ କୁମାର ସେଠୀ ଆସିକା ଥାନା ଅଧିକାରୀ ସୁଧୀର କୁମାର ସାହୁ, ଅତିରିକ୍ତ ଥାନା ଅଧିକାରୀ ସୌମ୍ୟକାନ୍ତ ଜେନା ଚଢ଼ାଉ ରେ ସାମିଲ ହୋଇଥିଲେ।

ଆସିକା ଏସ୍‌ଡିପିଓ ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ଗତ ସପ୍ତାହରେ ଛତିଶଗଡ଼ରୁ ଲୁଟ୍‌ର ଅଳଙ୍କାର ଜବତ ହୋଇଥିବା ବେଳେ ଆଜି ପୁଣି ଅନ୍ତଃଜିଲ୍ଲା ଲୁଟ୍‌ର ବହୁ ଅଳଙ୍କାର ଜବତ ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)