Loot: ବନ୍ଧୁକ ମୁନରେ ଶିକ୍ଷୟିତ୍ରୀଙ୍କ ନିକଟରୁ ମୋବାଇଲ ଲୁଟ୍
"ନୀଳଗିରି: କାନପୁର ଗାଁରୁ ଟ୍ୟୁସନ ସାରି କାଣ୍ଡଗରଡି ନିଜ ଘରକୁ ଫେରୁଥିବା ବେଳେ ବନ୍ଧୁକ ମୁନରେ ଜଣେ ଶିକ୍ଷୟିତ୍ରୀଙ୍କ ନିକଟରୁ ମୋବାଇଲ ଲୁଟ୍ ହୋଇଥିବା ନେଇ ଈଶ୍ୱରପୁର ଫାଣ୍ଡିରେ ଅଭିଯୋଗ ହୋଇଛି।
ତିନିଜଣ ଦୁର୍ବୃତ୍ତ ଗୋଟିଏ ଗାଡ଼ିରେ ଆସି କରିଛନ୍ତି ଲୁଟ୍।
ନୟାପଟଣା ଛକରେ ଘଟିଛି ଏହି ଘଟଣା।Advertisment ସୂଚନାଯୋଗ୍ୟ, ଈଶ୍ୱରପୁର ଫାଣ୍ଡି ଅଧୀନ କାଣ୍ଡଗରଡ଼ି ଗାଁର ଦେବେନ୍ଦ୍ର ପାଣିଗ୍ରାହୀଙ୍କ ଝିଅ ସାଇପ୍ରଭା ପାଣିଗ୍ରାହୀ ସ୍କୁଲ ପରେ ଟ୍ୟୁସନ ସାରି ଘରକୁ ଫେରୁଥିଲେ।
ନୟାପଟଣା ଛକରେ ଦୃର୍ବୃତ୍ତମାନେ ସାଇପ୍ରଭାଙ୍କ ବେକରେ ବନ୍ଧୁକ ଲଗାଇ ମୋବାଇଲ ଲୁଟ୍ କରିଛନ୍ତି।
ଭୟରେ ସାଇକେଲ ଛାଡ଼ି ଘରକୁ ଫେରିଥିଲେ ଶିକ୍ଷୟିତ୍ରୀ ଓ ପରେ ଫାଣ୍ଡିରେ ଅଭଯୋଗ କରିଛନ୍ତି।
ସନ୍ଧ୍ୟା ସମୟରେ ଆତଙ୍କ ଖେଳାଉଛନ୍ତି ଦୃର୍ବୃତ୍ତ ସନ୍ତରାଗାଡ଼ିଆ ଓ କାନପୁର ଅଂଚଳରେ ସନ୍ଧ୍ୟା ସମୟରେ ଆତଙ୍କ ଖେଳାଉଛନ୍ତି ଦୃର୍ବୃତ୍ତ।
ପୁଲିସ ପାଟ୍ରୋଲିଙ୍ଗକୁ କଡ଼ାକଡ଼ି କରିବା ସହ ଦୃର୍ବୃତ୍ତଙ୍କୁ ଧରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଦାବି କରିଛନ୍ତି।
Skeleton: ପରିତ୍ୟକ୍ତ ଘରୁ ଯୁବକଙ୍କ ଝୁଲନ୍ତା ଗଳିତ କଙ୍କାଳ ଉଦ୍ଧାର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
