Locals Blocked The Highway: ରକ୍ତରଞ୍ଜିତ ହେଲା ୨୨୦ ନମ୍ବର ଜାତୀୟ ରାଜପଥ, ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ କଲେ ରାସ୍ତା ଅବରୋଧ

Nov 23, 2026 - 13:44
Locals Blocked The Highway: ରକ୍ତରଞ୍ଜିତ ହେଲା ୨୨୦ ନମ୍ବର ଜାତୀୟ ରାଜପଥ, ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ କଲେ ରାସ୍ତା ଅବରୋଧ

କରଞ୍ଜିଆ ସିଟି (କର୍ଣ୍ଣାର୍ଜୁନ ସାହା): ସକାଳୁ ସକାଳୁ ରକ୍ତରଞ୍ଜିତ ହୋଇପଡ଼ିଲା ୨୨୦ ନମ୍ବର ଜାତୀୟ ରାଜପଥ।

ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ପାଣ୍ଠ ନିକଟରେ ଦୁଇଟି ବାଇକ୍‌ ମଧ୍ୟରେ ଭୟଙ୍କର ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକ ଙ୍କ ମଧ୍ୟରେ ଜଣେ ୨୯ ବର୍ଷୀୟ ଯୁବକ ଥିବା ଜଣାପଡ଼ିଛି।

ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ରାଜପଥ ଅବରୋଧ କରିବାରୁ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।

Advertisment ସୂଚନା ଅନୁଯାୟୀ, ଏକ ଆପାଚି ବାଇକ୍‌ରେ ତିନି ଜଣ ଯାଉଥିବାବେଳେ ଅନ୍ୟ ଏକ ହୋଣ୍ଡା ସାଇନ୍‌ ବାଇକ୍‌ରେ ଜଣେ ଯାଉଥିଲେ।

ପାଣ୍ଠ ନିକଟରେ ଉଭୟ ବାଇକ୍‌ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା।

ଫଳରେ ଚାରି ଜଣ ରାସ୍ତା ଉପରେ ପଡ଼ି ଗୁରୁତର ଆହତ ହୋଇଥିଲେ।

ଦୁର୍ଘଟଣାରେ ଆପାଚି ବାଇକ୍‌ରେ ଥିବା ବଡ଼ବିଲ ଅଞ୍ଚଳର ଚାଇନେବଦା ଗ୍ରାମର ଲୁଲୁ ମଢ଼େଇ (୨୯)ଙ୍କ ମୃତ୍ୟୁ ଘଟିଥିବାବେଳେ ସାଇନ୍‌ ବାଇକ୍‌ ଚାଳକଙ୍କର ମଧ୍ୟ ପ୍ରାଣହାନି ଘଟିଛି।

ଦ୍ୱିତୀୟ ମୃତକଙ୍କ ନାମ ଜଣାପଡ଼ିନଥିବାବେଳେ ତାଙ୍କ ଘର ଝାରପୋଖରିଆର ବମ୍ବେ ଛକ ଅଞ୍ଚଳରେ ବୋଲି ସୂଚନା ମିଳିଛି।

ଚିକିତ୍ସା ପାଇଁ କେନ୍ଦୁଝର ସ୍ଥାନାନ୍ତର ଅନ୍ୟପକ୍ଷରେ ଦୁର୍ଘଟଣାରେ ଆହତ ବରୁଣ ନାଏକ (ବଡ଼ବିଲ, ଅଙ୍ଗାରପଦା) ଏବଂ ପରଦେଶୀ ନାଏକ (୨୦)ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ।

ସେଠାରେ ଉଭୟଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା।

ତେବେ ପରଦେଶୀ ନାଏକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି।

ବରୁଣ ନାଏକଙ୍କ ଚିକିତ୍ସା କରଞ୍ଜିଆ ଡାକ୍ତରଖାନାରେ ଜାରି ରହିଛି।

ଘଟଣାସ୍ଥଳରେ ଉତ୍ତେଜନା ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଉତ୍ତ୍ୟକ୍ତ ଲୋକେ ରାଜପଥ ଅବରୋଧ କରିଥିବାରୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା।

ଖବର ପାଇ ଯଶିପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତି ସ୍ୱାଭାବିକ କରିବାକୁ ଉଦ୍ୟମ କରିଥିଲା।

Chief Minister: ଚାଷୀଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଲକୁ ଯାଇ ଦେଖିଲେ ଫସଲ କ୍ଷୟକ୍ଷତି ତେବେ ଦୁର୍ଘଟଣାର ପ୍ରକୃତ କାରଣ କ'ଣ, ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ।

ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଏବଂ ମୃତକଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ଜାରି ରହିଛି।

ଦୁଇ ଜଣଙ୍କ ଅକାଳ ମୃତ୍ୟୁ ଖବରରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)