30 OCTOBER 2026

Welcome!

Unlock your personalized experience.
Sign Up

Loan default: ଋଣ ଖିଲାପୀଙ୍କ ଘରେ ତାଲା! ୭ ଡିସିମିଲ ଜମି ସହ କୋଠାଘର ସିଲ୍ କଲା ଏନଫୋର୍ସମେଣ୍ଟ ଟିମ୍

Oct 30, 2026 - 18:36
Loan default: ଋଣ ଖିଲାପୀଙ୍କ ଘରେ ତାଲା! ୭ ଡିସିମିଲ ଜମି ସହ କୋଠାଘର ସିଲ୍ କଲା ଏନଫୋର୍ସମେଣ୍ଟ ଟିମ୍

ବେତନଟୀ (ଦୀପକ କୁମାର ସିଂହ): ଋଣ ପରିଶୋଧ ନକରିବାର ପରିଣାମ ମିଳିଛି। ଶେଷରେ ବନ୍ଧକ ରଖିଥିବା ଜମି ଓ କୋଠାଘର ଉପରେ ଚଢ଼ିଲା ଏଲ୍‌ଆଇସି ହାଉସିଂ ଫାଇନାନ୍ସ କାର୍ଯ୍ୟାନୁଷ୍ଠାନ ନେଇଛି। ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ପୁଲିସର ଉପସ୍ଥିତିରେ ଏନଫୋର୍ସମେଣ୍ଟ ଟିମ୍ ସମ୍ପୃକ୍ତ ବନ୍ଧକ ସମ୍ପତ୍ତିର ଭୌତିକ ଦଖଲ ନେବା ସହ ଘରକୁ ସିଲ୍ କରିଛି। ୨୪ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଋଣ ଓ ସୁଦ୍ଧ ବକେୟା ଥିବା ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଗବପାଳ ଉପକଣ୍ଠ ପାଟପୁର ଅଞ୍ଚଳର ଉଦୟ ମହାନ୍ତଙ୍କ ପୁଅ ସୁକାନ୍ତ କୁମାର ମହାନ୍ତ ଜଣେ ରେଳବାଇ କର୍ମଚାରୀ। ତାଙ୍କ ନାମରେ ଏଲ୍‌ଆଇସି ହାଉସିଂ ଫାଇନାନ୍ସ ଲିମିଟେଡ୍‌ର ବାଲେଶ୍ୱର ଶାଖାରୁ ଋଣ ନିଆଯାଇଥିଲା। ଏହି ଋଣ ବାବଦରେ ପାଟପୁର ଅଞ୍ଚଳରେ ଥିବା ୭ ଡିସିମିଲ ଜମି ସହ ଏକ କୋଠାଘରକୁ ବନ୍ଧକ ରଖାଯାଇଥିଲା।

ତେବେ ଦୀର୍ଘଦିନ ଧରି ଋଣ ପରିଶୋଧ ହୋଇନଥିବାରୁ ବକେୟା ରାଶି ବୃଦ୍ଧି ପାଇଥିଲା। ଏଲ୍‌ଆଇସି ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁସାରେ, ଉକ୍ତ ଋଣ ଖାତାରେ ମୋଟ ୧୪ ଲକ୍ଷ ୧୧ ହଜାର ୩୩୨ ଟଙ୍କା ୭୫ ପଇସା ବକେୟା ରହିଥିବାବେଳେ ଏହା ଉପରେ ସୁଧ ଓ ଅନ୍ୟାନ୍ୟ ଅତିରିକ୍ତ ଦେୟ ମିଶି ପ୍ରାୟ ୨୪ ଲକ୍ଷରୁ ଉର୍ଦ୍ଧ ଟଙ୍କା ରହିଛି।

Vigilance raid: କନ୍ଧମାଳରୁ ମୟୂରଭଂଜ ପର୍ଯ୍ୟନ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବଡ଼ବଡ଼ କୋଠା

ଏହି ବକେୟା ଋଣ ଆଦାୟ ପ୍ରକ୍ରିୟାରେ ଭୁବନେଶ୍ୱରସ୍ଥିତ ‘ସିଟି ଇନଭେଷ୍ଟିଗେସନ୍ ଆଣ୍ଡ ଡିଟେକ୍ଟିଭ୍ ଏନଫୋର୍ସମେଣ୍ଟ ଏଜେନ୍ସି ତଥା ବ୍ୟାଙ୍କିଂ ପ୍ରପର୍ଟି ସେଲିଂ ଏଜେନ୍ସି’କୁ ଦାୟିତ୍ୱ ଦିଆଯାଇଥିଲା। ଶୁକ୍ରବାର ମଧ୍ୟାହ୍ନରେ ଏଜେନ୍ସିର ଏନଫୋର୍ସମେଣ୍ଟ ଟିମର କେଶବ ଚନ୍ଦ୍ର ପଣ୍ଡା (ଏଲ୍‌ଆଇସି ଏଚ୍‌ଏଫ୍‌ଏଲ୍ ଏନଫୋର୍ସମେଣ୍ଟ ଅଥରିଟି), ରାକେଶ ରଞ୍ଜନ (ଏଲ୍‌ଆଇସି ଏଚ୍‌ଏଫ୍‌ଏଲ୍, ଅଧିକୃତ ଅଧିକାରୀ), ସଞ୍ଜୟ ମିଶ୍ର (ଆଇନ ଅଧିକାରୀ) ଅନ୍ୟାନ୍ୟ କର୍ମଚାରୀମାନେ ବୈଶିଙ୍ଗା ଥାନା ଅଧିକାରୀ ବାବାଶଙ୍କର ସରାଫ ଓ ଇନ୍ସପେକ୍ଟର ବଦ୍ରିକକାନାଥ ବେହେରାଙ୍କ ସହିତ ଏକାଧିକ ସଶସ୍ତ୍ର ପୁଲିସ ଫୋର୍ସ ସହ ପାଟପୁରରେ ପହଞ୍ଚିଥିଲେ। ପରେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ବନ୍ଧକ ସମ୍ପତ୍ତିର ଭୌତିକ ଦଖଲ ନେବା ସହ କୋଠାଘରକୁ ସିଲ୍ କରାଯାଇଥିଲା।

୧ମାସ ମଧ୍ୟରେ ଟଙ୍କା ପୈଠ ନକେଲେ ଏହି ସମ୍ପତ୍ତିର ନିଲାମ ପ୍ରକ୍ରିୟା ଆରମ୍ଭ ହେବା ନେଇ ଏଲ୍‌ଆଇସି ପକ୍ଷରୁ ସୂଚନା ମିଳିଥିବା କୁହାଯାଉଛି। ତେବେ ନିଲାମର ତାରିଖ ଓ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମ୍ପର୍କରେ ଆଧିକାରିକ ବିଜ୍ଞପ୍ତିକୁ ଅପେକ୍ଷା ରହିଛି। ଅନ୍ୟପକ୍ଷରେ, ଏହି ମାମଲାରେ ଏନଫୋର୍ସମେଣ୍ଟ ଏଜେନ୍ସିର କାର୍ଯ୍ୟଦକ୍ଷତାକୁ ନେଇ ଏଲ୍‌ଆଇସି ହାଉସିଂ ଫାଇନାନ୍ସ ଲିମିଟେଡ୍‌ର ବାଲେଶ୍ୱର ଶାଖା ପକ୍ଷରୁ ଏକ ଆନୁଷ୍ଠାନିକ ପ୍ରଶଂସାପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଏଜେନ୍ସିର ଭୂମିକାକୁ ପ୍ରଶଂସା କରି ଏହି ପତ୍ରରେ ଉଲ୍ଲେଖ କରାଯାଇଛି। ତେବେ ଋଣ ନେବା ପରେ ନିୟମିତ ପରିଶୋଧ ନକଲେ କିଭଳି ବନ୍ଧକ ସମ୍ପତ୍ତି ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନର ପରିସ୍ଥିତି ସୃଷ୍ଟି ହୋଇପାରେ, ପାଟପୁରର ଏହି ଘଟଣା ତାହାର ଏକ ଉଦାହରଣ ପାଲଟିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)