Literature: ଗଳ୍ପ ଭେଦ ମୁଦ୍ରା: ଗାଳ୍ପିକା ସ୍ବାଗତିକା ସ୍ବାଇଁଙ୍କ କଲମରୁ ନିଃସୃତ...

Sep 07, 2026 - 18:54
Literature: ଗଳ୍ପ ଭେଦ ମୁଦ୍ରା: ଗାଳ୍ପିକା ସ୍ବାଗତିକା ସ୍ବାଇଁଙ୍କ କଲମରୁ ନିଃସୃତ...

"ଭେଦ ମୁଦ୍ରା ସ୍ବାଗତିକା ସ୍ବାଇଁ : ତମର ଏଥିରେ ସମ୍ମତି କି ନାହିଁ?

ପିଆଶାଳ କାଠର ଦାମୀ ଆସବାବପତ୍ର।

କାଚଦରଜା ଲଗା ଉଚ୍ଚାଉଚ୍ଚା ବହିଥାକ।

ଚିକ୍‌କଣ କାନ୍ଥ, ଚଟାଣ।

ପାଲିସକରା ଟେବୁଲ ଚଉକି।

ସାମ୍ନାରେ ବସିଥିବା ବାବୁଆ‌ନିଆ ଲୋକଙ୍କ ବଡ଼ତି।

ସମସ୍ତେ ମିଶି କୋଠରିଟିକୁ ଭବ୍ୟ, ସଂଭ୍ରାନ୍ତ କରି ପକେଇଛନ୍ତି।

ତା" ସହିତ ଭିତରଟା ପୁଣି ବିବାକ୍ ହେମାଳ।

କେହି ଯେମିତି ସେଠି ଆସି ମୁଠାମୁଠା ବରଫଗୁଣ୍ଡ ଛାଟି ବୁଣି ଦେଇଯାଇଚି।Advertisment ଏଣୁ ଉତ୍ତରରେ ଚୂଡ଼ାନ୍ତ ଶବ୍ଦ କେତୋଟି ଉଚ୍ଚାରଣ କରିବାକୁ ଯିବାବେଳେ ଥରିଯାଇଥିଲା କଣ୍ଠ।

ହଳକ ଛାମୁଦାନ୍ତ।

ଚମକି ଯାଇଥିଲା ଆଖି।

ହୁଏତ ଅଲକ୍ଷ୍ୟରେ ସେଠି ଆସି ଜମା ହେଇଯାଇଥିଲା ଦି"ବୁନ୍ଦା କାତର ଲୁହ।

ସତକହିଲେ କମ୍ପିଯାଇଥିଲା, ନୀଳମଣି ଦଳେଇଙ୍କ ଅନ୍ୟତମ ରଇତ କଲରା ବାଘର ସମଗ୍ର ଦେହମୁଣ୍ଡ।

ବର୍ଷାପାଗ ଯୋଗୁଁ ଆକାଶରେ ଘୋଡ଼ା ଘୋଡ଼ା ବଉଦ।

ଏଣୁ ବାଦାମୀ ରଙ୍ଗର ସେଇ ସରକାରୀ କୋଠାଟିର ଲମ୍ବା ବାରଣ୍ଡାରେ ସକାଳର ଆଲୁଅ ପୂରାପୂରି ତୋଫା ହେଇ ନ ଥିଲା।

ଭିତରେ କାନ୍ଥଘଣ୍ଟାର ଟିକ୍‌ଟିକ୍ ଶବ୍ଦ ସେଠାକାର ଅପେକ୍ଷାରତ ନିରବତାକୁ ଅଦ୍ଭୁତ ଭାବରେ ଗମ୍ଭୀର କରି ପକେଇଥିଲା।

ତା" ଉଦ୍ଦେଶ୍ୟରେ ପଚରା ଯାଇଥିବା ଚୂଡ଼ାନ୍ତ ପ୍ରଶ୍ନଟିର ଉତ୍ତର ଦବାକୁ ଯିବାବେଳେ କଲରା ସାମ୍ନାରେ ଏବେ କିନ୍ତୁ ଅତୀତର ଦିନ କେତୋଟି ଜଳଛବି ପରି ଖେଳେଇ ହେଇଯାଇଥିଲା।

ଶାଶୂଘରକୁ ବୋହୂ ହୋଇ ଆସିବାର ମୋଟେ କିଛିବର୍ଷ ହେଇଥିବାର ସେଇସବୁ ବେଳ।

ଆହୁରି ପଢ଼ନ୍ତୁ- suvendu-adhikari: ପଶ୍ଚିମବଙ୍ଗରେ ଭତ୍ତାକୁ ନେଇ ବଡ଼ ପଦକ୍ଷେପ ଯେତେବେଳେ ସେ ମୁଣ୍ଡରେ ପଖାଳ ଆଟିକା ମୁଣ୍ଡେଇ ଗୋହିରିକୁ ଯାଉଥିଲା।

ତରଡ଼ା ଛପର ପଲା ତଳେ ସ୍ବାମୀକୁ ପିଆଜ, କଞ୍ଚାମରିଚ ସହିତ ଭାତ ଲୁଣ ବାଢ଼ି ଦଉଥିଲା।

କୋଉ ଯୁଗରୁ ଭୋକିଲା ଥିବା ପରି ସ୍ବାମୀ ତା"ର ସେତକ ଖାଇବାକୁ ଲାଗୁଥିଲା ତ ସିଏ ଆଖି ଘୂରେଇ ଘୂରେଇ ଚାରିପାଖର ସବୁଜ କିଆରିକୁ ଦେଖିବାକୁ ଲାଗୁଥିଲା।

ଦେଖିବାକୁ ଲାଗୁଥିଲା ମଧ୍ୟ ମାଟିକାଦୁଅ ସରସର ସ୍ବାମୀର ହାତଗୋଡ଼।

ଆଉ ତାକୁ ଖାଇବା ମଝିରୁ ମନ୍ତ୍ରଧ୍ବନି କଲାପରି କହିବାର ବି ଶୁଣୁଥିଲା,  କ"ଣ ଦେଖୁଚୁ?

ଇଏ ସବୁ ଆମର ନୁହେଁ ବୋଲି ମନ କଷ୍ଟ କରୁଚୁ?

...

ବିଲ ଆମର ନ ହେଲେ କ"ଣ ହେଲା।

ଦଳେଇ ପା ଆମର ଅନ୍ନଦାତା।

ସିଏ ନ ଥିଲେ ଆମେସବୁ କିଏ କୁଆଡ଼େ ଖେର ଖବାର ହେଇଯାଇ ଥାଆନ୍ତୁ।

ତାଙ୍କ ବିଲକୁ ଆପଣାର ଭାବି ମାଟିରେ ମାଟି ହବାକୁ ପଡ଼ିବ କି ନା!

ଅନ୍ନଦାତାଗଣ ଏଡ଼େ ନିଷ୍ଠୁର, ଅମଣିଷ କେମିତି?ସ୍ବାମୀ କଥାରେ କୌଣସି ଜବାବ ନ ଦେଇ କଲରା ସେତେବେଳେ ଚାରିପାଖର ଧାନକ୍ଷେତ ଆଡ଼କୁ ଚାହେଁ।

ସେଠାରେ ବିଛେଇହେଇ ରହିଥିବା ଉଜ୍ଜ୍ବଳ ସୂର୍ଯ୍ୟ ଆଲୁଅକୁ ଆଖି ପୂରେଇ ଦେଖେ।

ଆଉ କହୁଥାଏ ମନକୁ ମନ। - ନିଷ୍ଠୁର ସିଏ ନୁହଁ।

ନିଷ୍ଠୁର ଆମ କପାଳଲେଖ।ଅନ୍ତତଃ ଏମିତିକା ମନବୁଝା ସେ ପାଏ ଶାଶୂଙ୍କଠାରୁ।

ପାଏ ବି ବଡ଼ଶାଶୂଙ୍କଠାରୁ ଯେତେବେଳେ ଦେଉଳ ପାଖ ଦୋଫସିଲିଆ ଚକଡ଼ାରେ ପରିବା ଚାଷ ହୁଏ।

ବୋଦି, ବାଇଗଣ, କଞ୍ଚାଲଙ୍କା ଆଉରି କେତେ କ"ଣ।

ଗଛସବୁ ଉଠିଆ ହେଇ ଆସିବା ବେଳକୁ ପମ୍ପ ଚଲେଇ ପାଣି ମଡ଼େଇବାକୁ ପଡ଼େ।

ମଝିରେ କାମ ଅଧା ରଖି ପମ୍ପ୍‌ଘର ଭିତରକୁ ଯିବାକୁ ହୁଏ।

ଭିତରକୁ ଯିବା କ୍ଷଣି ଦେହରୁ ଲୁଗା ଉତାରିବାକୁ ହୁଏ।

କେତେବେଳେକେ ସେଠୁ ବାହାରିବା ବେଳକୁ ଅପମାନିତ ହବା ପରି ମନ ଭାଙ୍ଗି ପଡ଼ିଥାଏ।

ଉଦାସ ଛାତି ତଳୁ ଗୁମୁରା କାନ୍ଦ ଉଠୁଥାଏ।

ଅଥଚ ଶେଷରେ ସେସବୁ ନିଜ ଭିତରେ ଜବତ କରି ଘରମୁହାଁ ହବାକୁ ପଡ଼େ।

ଘରେ ପହଞ୍ଚିଲା ବେଳକୁ କୋଉ ସାତ ତାଳ ବାମ୍ଫୀ ଭିତରୁ କେହି ଯେମିତି ଡାକଦିଏ...

ସକାଳୁ ଗଲୁଣି।

ଆସି ଏତେବେଳ ହେଲାଣି।

ଚଞ୍ଚଳ ଆସେ, ପଖାଳ ଗଣ୍ଡିଏ ଖାଇଦେ!କିନ୍ତୁ ତାକୁ କେହି କେବେ କହିବାର ଶୁଭେନି- ""ତୋ ଦେହ ଛୁଇଁ ନିୟମ କରୁଚି।

ଏ ଅପମାନର ପ୍ରତିଶୋଧ ନ ନେଲା ଯାଏଁ ମୁଁ ମହାଦେବ ବାଘ ନୁହଁ।

ମୁଁ ତୋର ଗେରସ୍ତ ନୁହଁ।

...

ମୁଁ ତୋର ବାପ ସମାନ ଶ୍ବଶୁର ନୁହଁ।

...

ମୁଁ ତମର ଭାଇ ସମାନ ଦିଅର ନୁହଁ।ବରଂ ସଞ୍ଜକୁ ଦଳେଇ ଘର ବୋଲହାକିଆ ଦେଶୀକୁକୁଡ଼ା ଦି"ପାଆ ଆଣି ପହଞ୍ଚେଇ ଦେଇଚି ତ ରାତିରେ ସମସ୍ତେ ଖୁସିରେ ତବତ ଖାଇଛନ୍ତି।ବାହାରେ ଝିପିଝିପିକା ବର୍ଷା ଲାଗିରହିଥିଲା।

ଆଉ କୋଠରି ଭିତରର ନିରବତାକୁ ପ୍ରହେଳିକାମୟ କରି କାନ୍ଥଘଣ୍ଟାର ଶବ୍ଦ ଅନବରତ ଚାଲିଥିଲା। : କ"ଣ, ତମେ ଏଥିରେ ସମ୍ମତ କି ନାହିଁ କୁହ ଚଞ୍ଚଳ।ବହୁ ଦିନରୁ ବନ୍ଦ ଥିବା ସେଇ ବାମ୍ଫୀ ଭିତରୁ ଆସିବା ପରି ଏଇ ଧାଡ଼ିକ ପୁଣି ଥରେ ଶୁଭିଗଲା ତ କଲରା ଉପରକୁ ମୁହଁ ଉଠେଇଲା।

ମାଜିଷ୍ଟ୍ରେଟ ଅଫିସ୍‌ ସେଇ ପାଲିସକରା ପ୍ରଶସ୍ତ ଟେବୁଲଟି ନିରାଲମ୍ବ ଭାବରେ ସାମ୍ନାରେ ରହିଥିଲା।

ଯାହାର ପାଖକେ ମାଜିଷ୍ଟ୍ରେଟ ସାହେବ, ଡାକ୍ତର, ଓକିଲ, ଆଉ ଜଣେ ପୁଲିସ ଅଫିସର ବସିଥିଲେ।

ଆରପାଖକେ ବସିଥିଲେ ବୀରରାଜପୁର ମୌଜାର ବାହୁବଳୀ ନୀଳମଣି ଦଳେଇ ଏବଂ ତାଙ୍କ ଜମିଖଟନ୍ତା କାକୁସ୍ଥ ରଇତ ମହାଦେବ ଆଉ ତା"ର ଧର୍ମପତ୍ନୀ କଲରା ବାଘ।

ଆହୁରି ପଢ଼ନ୍ତୁ- Adani Defence: ଏକେ-୨୦୩ ରାଇଫଲ୍ ପାଇଁ ଗୋଳାବାରୁଦ ତିଆରି କରିବ ଅଦାନୀ ଡିଫେନ୍ସ ଘୋର ରୋଗ, ଅସରା ସନ୍ତାପ।

ୟା ଭିତରେ ଥାଇ ନୀଳମଣି ଦଳେଇଙ୍କ ଶରୀର କ୍ଷୀଣ ଓ ମୁହଁ ଶୁଖି ଯାଇଥିଲା।

ତେବେ ଆଖିଯୋଡ଼ିକ କିନ୍ତୁ ଚକ୍‌ଚକ୍ କରୁଥିଲା।

ଭିତରଟା ଯାହା ହେଇଯାଇ ଥାଉନା କାହିଁକି ପାଖରେ ତମର ପ୍ରଚୁର ଐଶ୍ବର୍ଯ୍ୟ ଅଛି ତ ସୁଖ ତମଠୁଁ କିଏ ଛଡ଼େଇ ନେଇପାରିବ!

ବୋଧେ ଏଇଟା ତାକୁ ତାଙ୍କ ପିତୃପୁରୁଷଙ୍କଠାରୁ ଉତ୍ତରାଧିକାରରେ ମିଳିଛି।କିନ୍ତୁ କହ ତ!

ଉତ୍ତରାଧିକାରଟା କୋଉଠୁ ଅନନ୍ତକାଳ ପର୍ଯ୍ୟନ୍ତ!

ନା; କେବେ ନୁହଁ!ଏଣୁ ଆଜି ତାଙ୍କ ଆଖିଯୋଡ଼ିକ ସ୍ତିମିତ ଆଲୁଅବାଲା କଲରା ଆଖିରେ ପଡ଼ିଯିବା ମାତ୍ରେ ସେଇ ପୂର୍ବପୁରୁଷୀ ଚକ୍‌ଚକିଟା କୁଆଡ଼େ ଦପ୍ କରି ଲିଭିଗଲା।

ଆଉ ସେଠାରେ ପଛକୁ ପଛ ଠେଲାଠେଲି ହେଇ ଜମା ହୋଇଗଲେ ଆସି ଆଗରୁ କେବେ ଦିନେ କୁହାଯାଇ ନ ଥିବା କେତୋଟି ମ୍ରିୟମାଣ ଶବ୍ଦ।

ନିରବରେ ଇତସ୍ତତଃ ‌େସଇ ଶବ୍ଦଗୁଡ଼ିକୁ ବନାନ କଲେ ହୁଏତ ଏମିତି ଶୁଭିବ- ""ତମମାନଙ୍କ ପ୍ରତି ଯେତେ ଅନ୍ୟାୟ କରିଚି ସେସବୁ ଅକ୍ଷମଣୀୟ।

ହେଲେ ଆଜି ତମମାନଙ୍କ ଆଗରେ ହାତଯୋଡୁଚି, ମତେ କ୍ଷମା କରିଦିଅ।

ଦୟା କର, ମତେ ବଞ୍ଚେଇ ଦିଅ।"" ଶବ୍ଦଗୁଡ଼ିକର ବନାନରେ କଲରା ଏବେ ନିଜ ଭାବନାରୁ କଟି ଆସିଲା।

ମାଜି‌େଷ୍ଟ୍ରଟ ଅଫିସର ଉଚ୍ଚା ସଫା ଝରକା କାଚ ଦେଇ ବାହାରକୁ ଚାହିଁଲା।

ବାହାରେ ହତା ଭିତରେ କୋଉ କାଳର ପୁରୁଣା ବିଶାଳ ଅଶ୍ବତ୍‌ଥ ଗଛଟିଏ ଥିଲା।

ଝିପିଝିପିକା ଲଗାଣ ବର୍ଷା ସାଙ୍ଗକୁ କୋହଲା ପବନ।

ସେଥିରେ ଗଛର ପତ୍ରଗୁଡ଼ିକ ଶିରିଶିରି ହେଇ ଥରି ଉଠୁଥିଲା।

କୋଠରି ଭିତରେ ଯିଏ ସବୁ ବସିଥିଲେ ସେମାନେ ସେ ଆଡ଼କୁ ଚାହିଁ ନ ଥିଲେ।

କି ଏଡ଼େବଡ଼ ଗଛର ପତ୍ରମାନଙ୍କର ଏ ଅବସ୍ଥା ବିଷୟରେ ସେମାନଙ୍କୁ ବିନ୍ଦୁବିସର୍ଗ ଜଣା ନ ଥିଲା।

ମାତ୍ର କଲରା ତାହାକୁ ଦେଖୁଥିଲା।

ଆଜି ଏଠିକି ଆସିବା ବେଳେ ଶ୍ବଶୁର କହିଥିଲେ, ""ଦେଉଳ ପାଖ ଦୋଫସିଲିଆଟା ଭାରି ଲକ୍ଷ୍ମୀବନ୍ତ।

ମୁଁ ମୋ ଅାଖିରେ ଦେଖିଚି, ସେଇ ଚକଡ଼ାକ ଦଳେଇ ଘରକୁ କେମିତି ଉଠେଇଚି।

ଆଜି ଯଦି ସିଏ ସେତକ ଆମକୁ ଲେଖି ଟେକିଦଉଚନ୍ତି ତେବେ ତାହା ଆମ ପାଇଁ କୋଟି ଭାଗ୍ୟ।""ଭାଗ୍ୟ!

ତାହା କେମିତିକା ଚିଜ!!

ଆହୁରି ପଢ଼ନ୍ତୁ- Lightning Strike ବାଙ୍ଗିରିପୋଷିରେ ବଜ୍ରପାତ: ଚାଷୀ ମୃତ, ମହିଳା ଗୁରୁତର ଭାଗ୍ୟ ବୋଲି କ"ଣ ତାହାକୁ ଖୋଜି ଦେଖିବା ପାଇଁ କଲରା ତା" ଜୀବଦ୍ଦଶାରେ ଯେତେବେଳେ ବି ଆଖି ମେଲିଚି ଦେଖିଚି, ତା" ସାମ୍ନାରେ ବହଳ ଅନ୍ଧାର।

ଆଉ ସେଇ ଅନ୍ଧାର ଭିତରେ ଭାଗ୍ୟଟା ଯେ କେମିତିକା ଜିନିଷ ତାହା ଆଦୌ ଠଉରେଇ ହୋଇନାହିଁ।- ଏଥର ଆମର ଭାଗ୍ୟ ଫିଟିବ।

ଖ‌ାଲି ତୁ ମନମୁଣ୍ଡ ସ୍ଥିର କଲେ ହେଲା।ମହାଦେବ ଆଜିକାଲି ସ୍ତ୍ରୀକୁ ଏସବୁ ବାରମ୍ବାର କହେ।

କହିବା ବେଳେ ଅବଶ୍ୟ ତା" ମୁହଁରେ ସେତେ ଖୁସି ନ ଥାଏ।

ତଥାପି ସେ ସେଠି ପ୍ରସନ୍ନତା ଟିକକ ଖେଳେଇ ରଖିବାକୁ ବରାବର ଚେଷ୍ଟା ଜାରି ରଖି କହେ।

କଲରା ଏବେ ପାଖରେ ପଥର ପାଲଟି ବସିଥିବା ସ୍ବାମୀକୁ ଚାହିଁଲା।

ତା"ପରେ ଚାହିଁଲା ସାମ୍ନାରେ ଟେବୁଲ ଉପରେ ରଖାଯାଇଥିବା କାଗଜଖଣ୍ଡିକ ଆଡ଼କୁ।

ଯୋଉଥି‌େର ଲେଖାଥିଲା, ""ମୁଁ କଲରା ବାଘ!

କାହାରି କୌଣସି ଚାପ, ବାଧ୍ୟବାଧକତା କିମ୍ବା ଆର୍ଥିକ ପ୍ରଲୋଭନ ବିନା ସ୍ବଇଚ୍ଛାରେ ନିଜର ଗୋଟିଏ କିଡ୍‌ନି ନୀଳମଣି ‌ଦଳେଇଙ୍କୁ ଦେବାକୁ ରାଜି ହଉଛି।"" ଝିପଝିପିକା ବର୍ଷା ବେଳେ ଘଡ଼ଘଡ଼ି ମାରିବା ବିରଳ।

କିନ୍ତୁ ଦୂରରେ କୋଉଠି ପ୍ରଚଣ୍ଡ ଶବ୍ଦ କରି ଘଡ଼ଘଡ଼ିଟିଏ ମାରିଲା ଏବଂ ତାଆରି ଆୱାଜ ଟିକକ କଣ୍ଠକୁ ସଞ୍ଚରି ଆସିଥିବା ପରି ଶବ୍ଦ କରି କଲରା, ଏବେ କହି ଉଠିଲା, ""ନାଇ ମୋର ସମ୍ମତି ନାହିଁ।"" ମୋ: ୯୪୩୭୬୦୪୨୮୦ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)