Literature: ଅନୁବାଦ ଗଳ୍ପ ମଞ୍ଚା: ମୂଳ ଇଂରାଜୀ: ଝୁମ୍ପା ଲାହିରି, ଅନୁସୃଜନ କରିଛନ୍ତି ବିଶ୍ବନାଥ ପାଢ଼ୀ....

Sep 09, 2026 - 18:07
Literature: ଅନୁବାଦ ଗଳ୍ପ ମଞ୍ଚା: ମୂଳ ଇଂରାଜୀ: ଝୁମ୍ପା ଲାହିରି, ଅନୁସୃଜନ କରିଛନ୍ତି ବିଶ୍ବନାଥ ପାଢ଼ୀ....

"ମଞ୍ଚା ଇଂରାଜୀ: ଝୁମ୍ପା ଲାହିରିଅନୁସୃଜନ: ବିଶ୍ବନାଥ ପାଢ଼ୀ ‌ସେଦିନ ସକାଳୁ ସକାଳୁ କାମ କରୁଥିବା ଶ୍ରମିକମାନେ ଆସି ପହଞ୍ଚିଗଲେ।

ସେମାନଙ୍କ ହାତରେ ଥିବା ଲୁହା ପାଇପ୍‌ଗୁଡ଼ିକ ରାସ୍ତା ଉପରେ ପଡ଼ି ଘଣ୍ଟି ବାଜିଲା ଭଳି ଶବ୍ଦ ହେଉଥିଲା।

ଦେଖୁଦେଖୁ ସେମାନେ ସେହି ପୁରୁଣା ଇଟାଘର ଚାରିପାଖରେ ଏକ ଶକ୍ତ ଲୁହା ପଞ୍ଜୁରି ଭଳି ମଞ୍ଚା ବାନ୍ଧିଦେଲେ।

ଏହା କେବଳ ମରାମତି କାମ ପାଇଁ କରାଯାଇଥିବା ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା, ଯାହାଦ୍ୱାରା କାରିଗରମାନେ ଉପରକୁ ଚଢ଼ି ଛାତର ଭଙ୍ଗା ଅଂଶକୁ ସଜାଡ଼ି ପାରିବେ।Advertisment ଆହୁରି ପଢ଼ନ୍ତୁ- Ganja Cultivation ଦକ୍ଷିଣ ଓଡ଼ିଶାରେ ଗଞ୍ଜେଇ ଚାଷ ବିରୋଧରେ ହେବ ସଣ୍ଡୁଆଶି ଆକ୍ରମଣ ଦ୍ୱିତୀୟ ମହଲାର ଆପାର୍ଟମେଣ୍ଟ ଭିତରେ ବସି ମାୟା କାଚ କବାଟ ଦେଇ ସେମାନଙ୍କୁ ଦେଖୁଥିଲା।

ବିଗତ କେଇମାସ ହେବ ତା"ର ବୈବାହିକ ଜୀବନ ମଧ୍ୟ ସେହି ଭଙ୍ଗାଇଟା ଭଳି ମନେହେଉଥିଲା-ଅକୁହା ଅଭିମାନର କାକର ଆଉ ପରସ୍ପରଠାରୁ ଦୂରେଇଯିବାର ଦ୍ୱନ୍ଦ୍ୱ ଭିତରେ ତାହା ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଥିଲା।

ସେ ଏବଂ ତା"ର ସ୍ୱାମୀ ଏକ ସଂକୀର୍ଣ୍ଣ ଗଳିର ଦୁଇ ଅଜଣା ପଥିକ ଭଳି ଘର ଭିତରେ ଚଳପ୍ରଚଳ ହେଉଥିଲେ- ଉପରକୁ ଭଦ୍ର, କିନ୍ତୁ ଭିତରେ ଭିତରେ ଭାରି ଅସହାୟ।

ଏବେ ଓଜନିଆ ବୁଟ୍ ପିନ୍ଧିଥିବା ଶ୍ରମିକମାନେ ତା" ଶୋଇବା ଘରର କାଚ ଝରକା ବାହାରେ, ଶୂନ୍ୟରୁ ତିରିଶ ଫୁଟ ଉପରେ ଚଲାବୁଲା କରୁଥିଲେ।

ସେମାନେ ହାତୁଡ଼ି ପିଟୁଥିଲେ, ପୁରୁଣା ସିମେଣ୍ଟ ଛଡ଼ାଉଥିଲେ ଏବଂ ନୂଆ ମସଲାରେ ଗାତଗୁଡ଼ିକୁ ଭରୁଥିଲେ।

ତାହା କେବଳ ଶବ୍ଦ ନଥିଲା, ବରଂ ଉଜୁଡ଼ି ଯାଉଥିବା ଜିନିଷକୁ ସଜାଡ଼ିବାର ଏକ ନିରନ୍ତର ପ୍ରୟାସ ଥିଲା।

ସଞ୍ଜ ହେଲେ ଶ୍ରମିକମାନେ ଚାଲିଯାଉଥିଲେ, ହେଲେ ସେହି ମଞ୍ଚାଟା ସେମିତି ରହୁଥିଲା।

ତା"ର ଜ୍ୟାମିତିକ ଛାଇ ଡ୍ରଇଂରୁମ୍‌ର ଗାଲିଚା ଉପରେ ପଡ଼ି ସାରା ଘରକୁ ଛୋଟ ଛୋଟ ଚୌକୋଣିଆ ଭାଗରେ ବାଣ୍ଟି ଦେଉଥିଲା।

ରାତିରେ ସ୍ୱାମୀ ସାମ୍ନାରେ ଖାଇବାକୁ ବସି ମାୟା ଝରକା ବାହାରେ ଥିବା ଲୁହା ପାଇପ୍‌ଗୁଡ଼ିକୁ ଦେଖିଲା।

ସେ ଅନୁଭବ କଲା ଯେ ଭଲପାଇବାକୁ ତିଷ୍ଠି ରହିବା ପାଇଁ ମଧ୍ୟ ଏମିତି ଏକ ବାହ୍ୟ ଅସ୍ଥାୟୀ ମଞ୍ଚାର ଆବଶ୍ୟକତା ଥାଏ- ଯେଉଁଠି ଦୈନନ୍ଦିନ ଅଭ୍ୟାସ, କର୍ତ୍ତବ୍ୟ ଆଉ ବାଧ୍ୟବାଧକତାର କଥାବାର୍ତ୍ତା ସେମାନଙ୍କୁ ଯୋଡ଼ି ରଖେ, ଯେପରି ସେମାନେ ପରସ୍ପରର ପାଖେ ପାଖେ ରହି ସେହି ନିରବ, ଯନ୍ତ୍ରଣାଦାୟକ ସମ୍ପର୍କର ମରାମତି କରିପାରିବେ।

ଆହୁରି ପଢ଼ନ୍ତୁ- Dead: ନଈରେ ନିଖୋଜ ହୋଇଥିଲେ, ସମୁଦ୍ର କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର ଶରତ ଋତୁ ଆସିଲା ବେଳକୁ ଶ୍ରମିକମାନେ ସେହି ପାଇପ୍‌ଗୁଡ଼ିକୁ ଖୋଲିଦେଲେ।

ଲୁହା ପଞ୍ଜୁରିଟି ଟ୍ରକ୍ ପଛରେ ଲଦା ହୋଇ ଚାଲିଗଲା।

ଘରଟି ପୂର୍ବପରି ଏକାକୀ ଠିଆ ହୋଇ ରହିଲା ସତ, କିନ୍ତୁ ଆସନ୍ତା ଶୀତର ପ୍ରଖର ପବନକୁ ସାମ୍ନା କରିବା ପାଇଁ ଭିତରୁ ଭାରି ଶକ୍ତ ହୋଇସାରିଥିଲା।

ମୋ: ୯୨୩୮୮୩୧୬୫୮ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)