Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...

Aug 25, 2026 - 18:12
Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...

"ହୁଣ୍ଡୀବୋଉ  ଗାଳ୍ପିକ: ଅରବିନ୍ଦ ଦାସପ୍ରକାଶକ: ପୂର୍ବୀ ପ୍ରକାଶନୀମହତାବ ରୋଡ୍‌, ପୁରୁଣା ଭୁବନେଶ୍ବରମୂଲ୍ୟ: ୨୫୦ ଟଙ୍କା, ପୃଷ୍ଠା: ୧୪୮Advertisment Hundi Bou Photograph: (sambad) ବୋଉର ସଂଘର୍ଷ ପିଲାମାନଙ୍କ ପାଇଁ, ତା"ର ସ୍ବପ୍ନ ପିଲାମାନଙ୍କୁ ନେଇ।

ପିଲାମାନଙ୍କ ସୁଖଦୁଃଖରେ ସେ ଫେଣ୍ଟିହେଇ ବଞ୍ଚିବାକୁ ଭଲପାଏ।

ସବୁ ଦୁଃଖକଷ୍ଟ ନିଜେ ଭୋଗି ପିଲାମାନଙ୍କ ଜୀବନକୁ ସେ ସୁଖଶାନ୍ତିରେ ଭରିଦେବାକୁ ଚାହେ।

ବୋଉକୁ ନେଇ ବାଇଶଟି ମର୍ମସ୍ପର୍ଶୀ ଗଳ୍ପ ରହିଛି ଏହି ସଂକଳନରେ।

ସଂକଳନର ଶୀର୍ଷକ ଗଳ୍ପ "ହୁଣ୍ଡୀବୋଉ"ରେ ବୋଉର ସରଳପଣକୁ ଖୁବ୍‌ ସୁନ୍ଦର ଭାବେ ଚିତ୍ରିତ କରିଛନ୍ତି ଗାଳ୍ପିକ।

ପରିବାରର ଅନେକ ସଦସ୍ୟଙ୍କ ଆଖିରେ ସେ ହୁଣ୍ଡୀ।

ପୁଅ ଅଜିତକୁ ଏହା ଖଟ୍‌କା ଲାଗେ।

ମ‌ାତ୍ର ସେ ଧୀରେ ଧୀରେ ବୁଝିଯାଏ ଯେ ତା" ବୋଉ ପରିବାର ଏବଂ ଅନ୍ୟର ମଙ୍ଗଳ ପାଇଁ ନିଜର ସ୍ବାର୍ଥକୁ ଯେପରି ଭାବେ ତ୍ୟାଗ କରେ ତାହା ତାକୁ ଅନ୍ୟ ଅାଖିରେ ହୁଣ୍ଡୀ ସଜାଇଦିଏ।

ସଂକଳନର ଦ୍ବିତୀୟ ଗଳ୍ପ "ବୋଉ ହୋଟେଲ୍‌" ବୋଉକୁ ନେଇ ଏକ ଭିନ୍ନସ୍ବାଦର ଗଳ୍ପ। "ବୋଉ ହୋଟେଲ୍‌"ରେ ଗ୍ରାହକମାନଙ୍କୁ ବୋଉ ପରି ସ୍ନେହ ଦେଇ ଖୁଆଇବା ପାଇଁ ଯେଉଁ ମହିଳାମାନେ ଆସନ୍ତି ସେମାନଙ୍କ ପଛରେ ଏକ କରୁଣ କାହାଣୀ ରହିଛି।

ଅଥଚ ସେମାନଙ୍କ ମମତାରେ ଊଣା ପଡ଼ିଯାଇନାହିଁ।

କାରଣ ପଛରେ ପଇସା ନୁହେଁ, ରହିଛି ଅପତ୍ୟ ସ୍ନେହ।

ସଂକଳନର ତୃତୀୟ ଗଳ୍ପ "ମ୍ୟାଜିକ୍‌ ବିଞ୍ଚଣା"ରେ ବୋଉ ହାତର ବିଞ୍ଚଣା କିପରି ପରିବାରକୁ ଶୀତଳତା ପ୍ରଦାନ କରିଛି।

ବୋଉ ଯିବା ପରେ ବି ତା"ର ସେଇ ବିଞ୍ଚଣା ରହିଯାଇଛି, ତା"ର ସ୍ନେହ ପରି।

ସଂକଳନର ପ୍ରତିଟି ଗଳ୍ପରେ ବୋଉକୁ ନେଇ ଝୁରାପଣ ବାରିହେଇ ପଡ଼େ।

କାହାଣୀଗୁଡ଼ିକୁ ଗାଳ୍ପିକ ମାଆର ଭାତଥାଳି ପରି ବାଢ଼ି ଦେଇଛନ୍ତି, ଯାହାକୁ ଆରମ୍ଭ କରିବା‌ମାତ୍ରେ ଶେଷ ନକରି ରହିହୁଏ ନାହିଁ।

ଆହୁରି ପଢ଼ନ୍ତୁ- IND vs SL Test: ବର୍ଷା ଯୋଗୁଁ ଅଟକିଲା ମ୍ୟାଚ୍‌, ଅଲ୍‌ଆଉଟ୍‌ରୁ ବର୍ତ୍ତିଲା ଶ୍ରୀଲଙ୍କା, ସ୍କୋର ୨୬୫/୮ ଶ୍ୟାମାସଙ୍ଗୀତ ବାଚିକା: ଶ୍ୟାମାମଣି ଦେବୀଲେଖା ପ୍ରସ୍ତୁତି: ଶ୍ରଦ୍ଧାଞ୍ଜଳି କାନୁନ୍‌ଗୋପ୍ରକାଶକ: ଆମ ଓଡ଼ିଶାବି-୩, ୟୁନିଟ୍‌-୮, ଭୁବନେଶ୍ବରମୂଲ୍ୟ: ୨୩୦ ଟଙ୍କା, ପୃ‌ଷ୍ଠ‌ା: ୧୪୪ Shyama Sangeeta Photograph: (sambad) ବିଶିଷ୍ଟ ଓଡ଼ିଶୀ ସଂଗୀତ ସାଧିକା ପଦ୍ମଶ୍ରୀ ଶ୍ୟାମାମଣି ଦେବୀଙ୍କ ଆତ୍ମଲିପି "ଶ୍ୟାମାସଙ୍ଗୀତ"କୁ ପ୍ରସ୍ତୁତ କରିଛନ୍ତି ଲେଖିକା ଶ୍ରଦ୍ଧାଞ୍ଜଳି କାନୁନ୍‌ଗୋ।

ଶ୍ୟାମାମଣି ନିଜର ଜୀବନ ସ୍ମୃତି ଓ ଅନୁଭୂତିକୁ ଯେପରି ମନେପକାଇ କହିଛନ୍ତି ତାହାକୁ ସୁନ୍ଦର ଭାବେ ବାଢ଼ିଦେଇଛନ୍ତି ଶ୍ରଦ୍ଧାଞ୍ଜଳି। ""ମୁଁ ଅଂଶୁପାରେ ଏକା ଏକା ନାଆ ବାହି ଯାଉଥିଲି।

ବୟସ ତେର କି ଚଉଦ।

ଅଂଶୁପା କୂଳରେ ଘର।

ତା"ର ସ୍ବଚ୍ଛ ନୀଳ ଜଳରାଶିରେ ସେଇ କିଶୋରୀ ବୟସରେ, ଏକା ଏକା ଡଙ୍ଗା ବାହିନେବା ପାଇଁ ମୋର ଡର ନଥିଲା।"" ତାଙ୍କର ଏଇ ନିଡର ଅନୁଭୂତିରୁ ଆତ୍ମଲିପିଟି ଆରମ୍ଭ ହୁଏ।

ତାଙ୍କର ସ୍ମୃତି ଓ ଜୀବନର ଅନୁଭୂତି କେଉଁଠି କିଂବଦନ୍ତି ପରି ବେଶ୍‌ ରୋମାଞ୍ଚକ ତ କେଉଁଠି ଜଳ ପରି ଛଳଛଳ। ""ମୁଁ ଯେମିତି ଅନ୍ୟ ପିଲାମାନଙ୍କଠାରୁ ପୃଥକ୍‌ ଥିଲି।

ନଦୀ ବକ୍ଷରେ ଖେଳି ଯାଉଥିବା ତରଙ୍ଗ ପରି ମୋ ଭିତରେ ବି ଅହରହଃ ଖେଳିଯାଉଥିଲା ଏକ ନିଃଶବ୍ଦ ସୁରତରଙ୍ଗ।"" ଏଇ ନିଃଶବ୍ଦ ସୁରତରଙ୍ଗ କିପରି ସଶବ୍ଦ ହେଲା, ବ‌ିମୋହିତ କଲା ଶ୍ରୋତାମାନଙ୍କୁ- ତାଙ୍କର ସାଧନା ଓ ସିଦ୍ଧିକୁ ଯେପରି ଭାବେ ବାଢ଼ି ଦିଆଯାଇଛି ଏହି ଆତ୍ମଲିପିରେ ତାହା ଆରମ୍ଭରୁ ‌ଶେଷଯାଏ ପାଠକଙ୍କୁ ବାନ୍ଧିରଖେ।

ପୁସ୍ତକଟିର ଶେଷଭାଗରେ ରହିଛି ଶ୍ୟାମାମଣିଙ୍କ ଜୀବନ ପଞ୍ଜିକ‌ା ଏବଂ ସ୍ମୃତିର ପ୍ରାୟ ଅର୍ଦ୍ଧଶତ ଫଟୋଚିତ୍ର।

ଆହୁରି ପଢ଼ନ୍ତୁ- Ganja trafficking case ଦୁଇଜଣ ଗଞ୍ଜେଇ କାରବାର କରୁଥିଲେ, ଏବେ ୨୦ ବର୍ଷ ଲେଖାଏଁ ଜେଲ୍‌ଦଣ୍ଡ ପାଇଲେ ୨୦୩୬ ଓଡ଼ିଶା: ବିକଶିତ ନା ବିଦୀର୍ଣ୍ଣ?

ଲେଖକ: କିଶୋର ସାମଲପ୍ରକାଶକ: ଏସ୍‌.ଏସ୍‌.ଡି.ଏନ୍‌ ପବ୍ଲିଶର୍ସ ଏଣ୍ଡ୍‌ ଡିଷ୍ଟ୍ରିବ୍ୟୁଟର୍ସସାହାନୀ ମାନ୍‌ସନ୍‌, ଦରିଆଗଞ୍ଜ, ନୂଆଦିଲ୍ଲୀମୂଲ୍ୟ: ୮୯୫ ଟଙ୍କା,ପୃଷ୍ଠା: ୨୮୦ 2023 odisha Photograph: (sambad) "୨୦୩୬ ଓଡ଼ିଶା: ବିକଶିତ ନା ବିଦୀର୍ଣ୍ଣ?" ପୁସ୍ତକଟିରେ ଓଡ଼ିଶାରେ ଶିଳ୍ପ, କୃଷି, ଜଙ୍ଗଲ, ଚିଙ୍ଗୁଡ଼ି ଚାଷ ଏବଂ ଶିଳ୍ପ ସହ ପରୋକ୍ଷ ଭାବେ ସମ୍ପୃକ୍ତ ବିଷୟରେ, ଯଥା- ପ୍ରାକୃତିକ ସମ୍ପଦ, ପରିବେଶ, ବିସ୍ଥାପନ, ବାତ୍ୟା, କେନ୍ଦ୍ର ବଜେଟ୍‌ରେ ଓଡ଼ିଶାକୁ ଅବହେଳା, ଭାରତୀୟ ମୁଦ୍ର‌ାର ଗତି ଆଦି ଆଲୋଚିତ ହୋଇଛି।

ଓଡ଼ିଶାର ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରୁଥିବା ଦେଶର ଅର୍ଥ ବ୍ୟବସ୍ଥାର ଅନ୍ୟ ସମସ୍ୟାକୁ ମଧ୍ୟ ଏଥିରେ ଆଲୋଚନା କରାଯାଇଛି।

ରାଜ୍ୟ ସରକାରଙ୍କ ଲକ୍ଷ୍ୟ ୨୦୩୬ରେ ବିକଶିତ ଓଡ଼ିଶାକୁ ଉପଲବ୍ଧି କରିବା ଲାଗି କେତେ‌ଗୁଡ଼ିଏ ପଦ‌କ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି।

ବିଶେଷକରି ଶିକ୍ଷା ଓ ସ୍ବାସ୍ଥ୍ୟକୁ ସେବା ଭାବେ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି।

ବିକଶିତ ଓଡ଼ିଶାର ପରିକଳ୍ପନାକୁ ବାସ୍ତବ ରୂପ ଦେବା ଲାଗି କେତେ ବାଧାବିଘ୍ନ ସମ୍ମୁଖୀନ ହେବାକୁ ପଡ଼ିବ।

ଏହି ବାଧାବିଘ୍ନକୁ ସରଳ ଭାବେ ବୁଝାଇ କିପରି ଓଡ଼ିଶା ବିକଶିତ ହୋଇପାରିବ ସେଥିପାଇଁ ପ୍ରସ୍ତାବ ବାଢ଼ିଛନ୍ତି ଲେଖକ।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)