Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହିଚର୍ଚ୍ଚାରେ...

Nov 20, 2026 - 20:40
Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହିଚର୍ଚ୍ଚାରେ...

ବହି ସତ୍ତା ଓ ଶୂନ୍ୟତା Satta o Shunyata Photograph: (sambad) ଲେଖକ: ସୁଭାଷ ପଟ୍ଟନାୟକ ପ୍ରକାଶକ: କାବ୍ୟଲୋକ ଗ୍ୟାରେଜ ଛକ, ଭୁବନେଶ୍ବର ମୂଲ୍ୟ: ୨୫୦ ଟଙ୍କା, ପୃଷ୍ଠା: ୨୦୮ Advertisment 'ସତ୍ତା ଓ ଶୂନ୍ୟତା' ପୁସ୍ତକ ଟି ଏଭଳି କିଛି ଲଳିତ ନିବନ୍ଧର ସମାହାର, ଯାହା ଗଳ୍ପ କଥନର ସାବଲୀଳତା ମଧ୍ୟରେ ଅସ୍ତିିତ୍ବର ଅନେକ ଗୂଢ଼ ପ୍ରଶ୍ନର ଉତ୍ତରର ଅନୁସନ୍ଧାନ ଓ ଆବିଷ୍କାରରେ ନିମଜ୍ଜିତ ଥାଏ।

ଏହାକୁ ପଢ଼ିବା ପରେ ପାଠକପାଠିକମାନେ ଉପର ସ୍ତରରେ ପଠନର ଆନନ୍ଦ ପାଇବେ; କେହି କେହି ମଧ୍ୟମ ସ୍ତରରେ ଜୀବନ, ମୃତ୍ୟୁ, ପରମାର୍ଥ, ଅସ୍ତିତ୍ବ ଅତିକ୍ରମୀ ଚେତନା, ଆଧ୍ୟାତ୍ମିକତା, ଆଧିଭୌତିକତା ଇତ୍ୟାଦି ନେଇ ମନକୁ ଘାରୁଥିବା ଦ୍ବନ୍ଦ୍ବର ଉତ୍ତର ପାଇପାରନ୍ତି ଏବଂ ତଳ ସ୍ତରର ଗଭୀରତା ଛୁଇଁ ବାହାରକୁ ବାହରିଲା ବେଳକୁ କେହି ହୁଏତ ବଦଳି ଯାଇଥାଇପାରନ୍ତି!

ଏହି ସଂକଳନର ପ୍ରଥମ ରଚନା 'ସତ୍ତା ଓ ଶୂନ୍ୟତା'ର ଏହି ଅଭିବ୍ୟକ୍ତି ଉପରେ ଦୃଷ୍ଟି ପକାନ୍ତୁ, ''ପୁଣି ଥରେ ମୂର୍ତ୍ତି ସବୁ ଗଢ଼ାହେବ, ପୁନଶ୍ଚ ସମୁଦ୍ର ସେମାନଙ୍କୁ ଧୋଇନେଇ ବାଲୁକା ଶଯ୍ୟାରେ ମିଶାଇ ଦେବ।

ଏହା ହିଁ ଜୀବନର ସଂଚଳନଶୀଳତା।

ସତରେ, ଏ ଜୀବନ ବଡ଼ ଅଦ୍ଭୁତ।

ଗୋଟିଏ ଦିନ ମରିବାକୁ ଏଠି ସାରା ଜୀବନ ଜିଇବାକୁ ପଡ଼େ।

ଥରଟିଏ ଚାହିଁ ଦେଖିବା ପାଇଁ ଅନେକ ସମୟ ଧରି ମୂର୍ତ୍ତି କୁ ଗଢ଼ିବାକୁ ହୁଏ।'' ନିବନ୍ଧଟି ପଢ଼ି ସାରିବା ପରେ ଏଭଳି ଅଭିବ୍ୟକ୍ତିଗୁଡ଼ିକ ମନରେ ଅନେକ କାଳ ଯାଏ ଗୁଂଜରିତ ହେବା ଅନିବାର୍ଯ୍ୟ।

'ସତ୍ତା ଓ ଶୂନ୍ୟତା' ନିବନ୍ଧଟି କେବଳ ଗୋଟିଏ ଉଦାହରଣ ମାତ୍ର!

ପ୍ର‌େତ୍ୟକ ନିବନ୍ଧ, ଊଣା ଅଧିକେ, ଶବ୍ଦର କୁହୁକ ଉଦ୍ୟାନରେ ଭ୍ରମଣ କଲା ଭଳି ଅନୁଭୂତି ଦେଇଥାଏ।

ଲେଖକ ଶ୍ରୀ ପଟ୍ଟନାୟକଙ୍କ ଲେଖକୀୟ କାରିଗରି, ‌ଚେତନାଗତ ଗଭୀରତା, ଅଣୁ ସହିତ ଅନ୍ତରୀକ୍ଷକୁ ଯୋଡ଼ି ପାରିବାର ଦକ୍ଷତା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ।

ଏହି ପୁସ୍ତକରେ ସ୍ଥାନ ପାଇଛି ତେଷଠିଟି ନିବନ୍ଧ।

ପୁୁସ୍ତକଟି ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶା କରାଯାଏ।

ଆହୁରି ପଢ଼ନ୍ତୁ- Pak Minister: ଭାରତଗସ୍ତରେ ଆସିଥିବା ପାକିସ୍ତାନୀ ମନ୍ତ୍ରୀଙ୍କ ସମସ୍ତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲେ ସରକାର ପୂଜା ପତ୍ରିକା ଦେଖାଯାଉ Dekhajau Photograph: (sambad) ସମ୍ପାଦକ: ପ୍ରବୀର ମହାନ୍ତି ଯୋଗାଯୋଗ: ଆଇ.ଆର.ସି.

ଭଲେଜ୍, ନୟାପଲ୍ଲୀ, ଭୁବନେଶ୍ବର ମୂଲ୍ୟ: ୧୫୦ ଟଙ୍କା, ପୃଷ୍ଠା: ୧୯୨ ନୂଆ ନୂଆ ଥିମ୍‌କୁ ନେଇ ପ୍ରକାଶ ପାଇଛି 'ଦେଖ‌ାଯାଉ'ର ପୂଜା ସଂଖ୍ୟା ।

ଏଥିରେ ସ୍ଥାନିତ ପ୍ରତିଟି ଲେଖାର ଦୃଷ୍ଟିଭଙ୍ଗୀ ସ୍ବତନ୍ତ୍ର ମନେହୁଏ।

ଯେମିତିକି କୋଣାର୍କ‌ ମନ୍ଦିରରେ ଜିରାଫ୍‌ର ମୂର୍ତ୍ତି ‌ଦେଖି ଏ ଜିରାଫ୍‌ ସେଠାକୁ ଆସିଲା କିପରି ତାହାକୁ ନେଇ ଲେଖିଛନ୍ତି ଲେଖକ ଇନ୍ଦ୍ରମଣି ଜେନା, ବିଦ୍ରୋହୀ ଲୋକଦେବତା ଶୁଲିଆବୁଢ଼ା ଉପରେ ଆଲେଖ୍ୟ ପ୍ରସ୍ତୁତ କରିଛନ୍ତି ନବୀନ ବିଶ୍ବବନ୍ଧୁ, ବୌଦ୍ଧଧର୍ମରେ ତନ୍ତ୍ରମନ୍ତ୍ର ପ୍ରସଙ୍ଗକୁ ନେଇ‌ ଲେଖାଟିଏ ପ୍ରସ୍ତୁତ କରିଛନ୍ତି ଗବେଷକ ପ୍ରବିର ପଟ୍ଟନାୟକ।

ମାଇକେଲ୍‌ ଏ.

ଦୁବେ, ରୋଜର ବେକନଙ୍କ ପରି ବ୍ୟକ୍ତିତ୍ବଙ୍କ କଥା ମଧ୍ୟ ପଢ଼ିବାକୁ ମିଳିବ ଦୁଇଟି ପୃଥକ୍‌ ପ୍ରସଙ୍ଗରୁ।

କୋଡ଼ିଏରୁ ଊର୍ଦ୍ଧ୍ବ ଗବେଷଣାଧର୍ମୀ ସୁଖପାଠ୍ୟ ପ୍ରବନ୍ଧ ଏଥିରେ ସ୍ଥାନ ପାଇଛି।

ଗଙ୍ଗଶିଉଳି Gangashiuli Photograph: (sambad) ସମ୍ପାଦକ: ଅର୍ଜୁନ ପୃଷ୍ଟି ଯୋଗାଯୋଗ: ଧର୍ମଶାଳା ସାହିତ୍ୟ ସମାଜ ଜାରକା, ଯାଜପୁର ମୂଲ୍ୟ: ୧୨୦ ଟଙ୍କା, ପୃଷ୍ଠା: ୨୨୩ ଏକତିରିଶଟି ପ୍ରବନ୍ଧ, ସତୁରିରୁ ଊର୍ଦ୍ଧ୍ବ କବିତା ଓ ଗୀତିକବିତା , ଅଠରଟି ଗଳ୍ପ ରହିଛି 'ଗଙ୍ଗଶିଉଳି'ର ଶାରଦୀୟ ସଂଖ୍ୟାରେ।

ଏହାବାଦ୍‌ ଏଥିରେ ରହିଛି ରମ୍ୟରଚନା, ଅନୁବାଦ ଗଳ୍ପ, ପୁସ୍ତକ ସମୀକ୍ଷା ଏବଂ ଅଚ୍ୟୁତାନନ୍ଦ ପତିଙ୍କ ଏକ ବିଶେଷ ଗଳ୍ପ।

ଆହୁରି ପଢ଼ନ୍ତୁ- BJD Team Reviews Situation ବାତ୍ୟା ଅକବନ: କନ୍ଧମାଳ ସ୍ଥିତି ପରଖିଲେ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ଦଳ ପ୍ରତିଶ୍ରୁତି Pratishruti Photograph: (sambad) ସମ୍ପାଦକ: ଭାଗବତ ପଣ୍ଡା ଯୋଗାଯୋଗ: ଶୂନ୍‌ଗଡ଼ିଆ, ବାରିପଦା ମୂଲ୍ୟ: ୨୦୦ ଟଙ୍କା, ପୃ‌ଷ୍ଠା: ୧୭୩ 'ପ୍ରତିଶ୍ରୁତି'ର ଶାରଦୀୟ ସଂଖ୍ୟାରେ ରହିଛି ବାଇଶଟି ପ୍ରବନ୍ଧ, ପନ୍ଦରଟି ଗଳ୍ପ ଓ ଛୟ‌ାଳିଶଟି କବିତା।

ଏହାବାଦ୍‌ ଏଥିରେ ରହିଛି ରମ୍ୟ ରଚନା, ପୁରାଣ କଥା ପରି ଆଉକିଛି ସୃ‌ଷ୍ଟି।

ବୈ‌ଷ୍ଣବ ଚରଣ ସାମଲ, ଦିଲ୍ଲୀପ ସ୍ବାଇଁ, ଶାନ୍ତନୁ କୁମାର ଆଚାର୍ଯ୍ୟ, ରବିନାରାୟଣ ସେନାପତି, ହୃଷୀକେଶ ମଲ୍ଲିକ, ହରିଶ୍ଚନ୍ଦ୍ର ବେହେରା ପ୍ରମୁଖଙ୍କ ଲେଖା ଏଥିରେ ସ୍ଥାନ ପାଇଛି।

ସମ୍ପର୍କର ସେତୁ Samparkara Setu Photograph: (sambad) ସମ୍ପାଦକ: ରମେଶ ଚନ୍ଦ୍ର ମହାନ୍ତି ଯୋଗାଯୋଗ: ଜଗନ୍ନାଥ ନଗର, ଗଡ଼ ଗୋପୀନାଥ ପ୍ରସାଦ, ଭୁବନେଶ୍ବର ପୃଷ୍ଠା: ୧୬୦ 'ସମ୍ପର୍କର ସେତୁ' ଶାରଦୀୟ ସଂଖ୍ୟାରେ ଏକୋଶଟି ଗଳ୍ପ, ଚବିଶଟି କବିତା ଓ ଊଣେଇଶଟି ପ୍ରବନ୍ଧ ରହିଛି।

ଏହାବାଦ୍‌ ଏଥିରେ ରହିଛି କିଛି ପୁସ୍ତକର ସମୀକ୍ଷା ।

ଅନେକ ନବୀନ ଲେଖକ ଏଥିରେ ସ୍ଥାନ ପାଇଛନ୍ତି।

ସନ୍ଥ ସାହିତ୍ୟ 'ମାଳିକା'କୁ ନେଇ ଏହାର ସଂପାଦକୀୟଟି ସୁଖପାଠ୍ୟ।

ଅଧିକ ଦେଖନ୍ତୁ-

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)