Literature: ଗଳ୍ପ ପୁଣ୍ୟ: ଗାଳ୍ପିକା ରୋଜାଲିନି ମିଶ୍ରଙ୍କ କଲମରୁ ନିଃସୃତ...

Oct 21, 2026 - 18:05
Literature: ଗଳ୍ପ ପୁଣ୍ୟ: ଗାଳ୍ପିକା ରୋଜାଲିନି ମିଶ୍ରଙ୍କ କଲମରୁ ନିଃସୃତ...

"ପୁଣ୍ୟ ରୋଜାଲିନି ମିଶ୍ର ସାଇପଡ଼ିଶା ଶାରଦାକୁ ଗୋଟେ ଭିନ୍ନଦୃଷ୍ଟିରେ ଦେଖନ୍ତି।

ସମସ୍ତଙ୍କ ଦୃଷ୍ଟିରେ ତା" ପାଇଁ ଥାଏ ତାଚ୍ଛଲ୍ୟମିଶା ଘୃଣା କେବଳ।

କେହି ତା" ଦୁଆରକୁ ଆସନ୍ତିନି କି ତା"ର ବି କାହା ଦୁଆରକୁ ଯିବା ଆସିବା ନ ଥାଏ।

କେବଳ ଯାହା ବେଳେବେଳେ ପଡ଼ିଶାଘର ଅବନୀର ଝିଅ ମୁକ୍ତା ଆସି ନସରପସର ହେଉଥାଏ ଶାରଦା ସହ।

ମୁକ୍ତା ଛ"ବର୍ଷର ଘୁଙ୍ଗୀ ଝିଅଟେ।

କଥା କହିପାରେନି ସିନା କିନ୍ତୁ କଥା କଥାରେ ମଲ୍ଲୀଫୁଲିଆ ହସଟେ ହସି ଦେଉଥାଏ।

ଠାର ଠାରରେ ଅନେକ କଥା ବୁଝେଇ ଦେଇପାରେ ସେ ଶାରଦାକୁ।

ଶାରଦାର ନିଃସଙ୍ଗ ଜୀବନରେ ଏଇ ମୁକ୍ତା ହିଁ ତ ଟିକେ କୋଳାହଳ ବୁଣିପାରେ ଯାହା।

Advertisment ସମସ୍ତେ କୁହନ୍ତି, “ସ୍ତ୍ରୀ ଲୋକଟିଏ ସେତିକି ରାଢୁଣୀ ଆଉ ସେତିକି ପାପୀ ନ ହେଲେ କ"ଣ ମାଂସ ଦୋକାନରେ ଠିଆ ହୋଇ ମାଂସ କାଟିପାରିବ!

ଜିଅନ୍ତା ଛେଳି ବେକରେ କାତି ଚଳେଇ ପାରିବ!” କିନ୍ତୁ କେହି ବୁଝେନି ଯେ, ଏତିକି ନ କଲେ ତା" ସଂସାର ଚାଲିବ କେମିତି?

ଆହୁରି ପଢ଼ନ୍ତୁ- Rahul Gandhi: ଆର୍‌ଏସ୍‌ଏସ୍‌କୁ ପୁରୁଷ ପ୍ରାଧାନ୍ୟ ସଙ୍ଗଠନ କହି କଟାକ୍ଷ କଲେ ରାହୁଲ; ବିଜେପିର ପାଲଟା ଜବାବ ଆହୁରି ବି ଲୋକ କୁହନ୍ତି, “ସେତିକି ପାପୀ ଆଉ ସେତିକି ଦୋଚାରୁଣୀ ବୋଲି ସିନା ବାହାହେଲା ସ୍ୱାମୀକୁ ଛାଡ଼ି ଏ କଂସେଇଟା ସାଙ୍ଗରେ ପଳେଇ ଆସିଛି।” କିନ୍ତୁ କେହି ବୁଝେନି ଯେ ତା" ସ୍ୱାମୀକୁ ସେ ଛାଡ଼ି ଆସିଲା କାହିଁକି?

ତା" ସ୍ବାମୀ ସୁରଟରେ ଆଉ ଗୋଟେ ସ୍ତ୍ରୀ ଧରି ନସରପସର ହେଉଥିଲା।

ଘରକୁ ନ ଆସି ତା" ପିଛା ଯାବତୀୟ ଟଙ୍କା ଉଡ଼ାଉଥିଲା।

ଶାରଦାର ପୁଣି ମନଟିଏ ଥିଲା ନା ନାହିଁ?

ଏ ଭିତରେ ଶାରଦାର ମନ ଢଳି ଯାଇଥିଲା ବୁଦ୍ଧିଆ ଆଡ଼କୁ।

ବୁଦ୍ଧିଆ ଘୋଡ଼ାମଦୁଆ, ପୁଣି ହାସନ ମିଆଁ ଦୋକାନରେ ମାଂସ କାଟି ଟଙ୍କା ରୋଜଗାର କରେ।

କିନ୍ତୁ ପ୍ରେମ ତ ଏ ସବୁ ଦେଖେନି।

ଯେତେବେଳେ ଶାରଦାର ସ୍ୱାମୀର ଦେହ ଖରାପ ହୋଇଗଲା ଆଉ ତା" ପକେଟର ଗରମ ଭାଙ୍ଗିଗଲା, ସେ ଫେରି ଆସିଲା ପୁଣି ଶାରଦା ପାଖକୁ।

ଶାରଦା ବି କାହିଁକି ଆପଣେଇ ନେଇଥାନ୍ତା ପୁଣିଥରେ ଏଭଳିଆ ବେଇମାନ ସ୍ୱାର୍ଥପର ସ୍ୱାମୀକୁ।

ସେ ବୁଦ୍ଧିଆର ହାତ ଧରି ଚାଲି ଆସିଲା ତା" ଘରକୁ।

କିନ୍ତୁ କିଛି ମାସ ପରେ ବୁଦ୍ଧିଆ ଆଉ ଗଲାନି କାମକୁ।

ହରଦମ ମଦ ପିଇ ଘରେ ଶୋଇରହିଲା।

ବାଧ୍ୟ ହୋଇ ଘରୁ ଗୋଡ଼ କାଢ଼ିଲା ଶାରଦା।

ଗଲା ହାସନ ମିଆଁ ପାଖକୁ।

କହିଲା, “ବୁଦ୍ଧିଆ ଜାଗାରେ ମୁଁ କାମ କରିବି।” କାମ କଲା ମଧ୍ୟ।

ନ ହେଲେ ତା" ପେଟକୁ ଦାନା ଯୋଗାଡ଼ିଥାନ୍ତା ପୁଣି କିଏ?

ସ୍ୱାମୀ ଛାଡ଼ି ଚାଲିଆସିଛି ବୋଲି କହି ତାଚ୍ଛଲ୍ୟ କରୁଥିବା ଲୋକଗୁଡ଼ାକ ତାକୁ ଆଜିକାଲି ଛେଳି କାଟୁଛି କହି ଘୃଣା କରୁଥିଲେ।

ପାପିନୀ ବୋଲି କହୁଥିଲେ।

ଦୋକାନରୁ ଘରକୁ ଫେରିଲା ବେଳେ ତା" ଦେହରେ ଆଉ ଲୁଗାପଟାରେ ରକ୍ତର ଛିଟା ଦେଖି ନାକ ଟେକୁଥିଲେ।

ତାକୁ ପ୍ରକାଶ୍ୟରେ ଜ୍ଞାନ ବି ଦେଉଥିଲେ ଯେ “ଟିକେ ତ ଧର୍ମକୁ ଡର ଶାରଦା।

ଜୀବହତ୍ୟା ମହାପାପ ପରା।

ଏତେ ପାପ ଭଗବାନ ସହିବେନି।” କିନ୍ତୁ କାହାକୁ ବି ଖାତିର କରୁ ନ ଥିଲା ଶାରଦା।

ରାତି ପାହିଲେ ତା"ର ଚିକ୍‌ଚିକ୍ କରୁଥିବା ଧାରୁଆ କାତିଟାକୁ ହାତରେ ଧରି ସେ ବାହାରି ଯାଉଥିଲା ହାସନ ମିଆଁର ଦୋକାନକୁ ସେଇ ଚିରାଚରିତ ଢଙ୍ଗରେ।

ଆହୁରି ପଢ଼ନ୍ତୁ- Vijayadashami at Shrimandir ଶ୍ରୀମନ୍ଦିରରେ ଆୟୁଧ ପୂଜା ଓ ସୁନାବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି ସେଦିନ କାମରୁ ଫେରି ଘର ଦୁଆରମୁହଁରେ ଟିକେ ଥକା ହୋଇ ବସିପଡ଼ିଲା ସେ।

ଘର ଭିତରୁ କିଛି ଗଁ ଗଁ ଶବ୍ଦ ପଡ଼ିଲା ତା" କାନରେ।

ଆଶ୍ଚର୍ଯ୍ୟ ହେଲା ସେ।

ଧୀରେ କରି କବାଟ ମେଲାକରି ଘର ଭିତରକୁ ପଶି ଯାଉ ଯାଉ ଥମକି କି ଠିଆ ହୋଇଗଲା ଶାରଦା।

ଏ କ"ଣ ସତ୍ୟ!

ନା ସେ ସ୍ୱପ୍ନ ଦେଖୁଛି!

ମୁଣ୍ଡଟା ବୁଲେଇ ଦେଉଥିଲା ତା"ର।

ମୁକ୍ତାକୁ ଗୋଟାପଣେ କାବୁ କରି ମାଡ଼ି ବସିଥିଲା ତା" ମଦୁଆ କଂସେଇ ସ୍ୱାମୀ ବୁଦ୍ଧିଆ।

ମୁକ୍ତାର ହଳଦିଆ ରଙ୍ଗର ଛିଟ ଫ୍ରକ୍ ଖଣ୍ଡିକ ନ ଥିଲା ତା" ଦେହରେ।

ପଡ଼ିଥିଲା ଯାଇ ଖଣ୍ଡେ ଦୂରରେ।

ଶାରଦାକୁ ଦେଖି ବଡ଼ ବିକଳ ଚାହାଣିରେ ଚାହିଁଲା ମୁକ୍ତା।

ଠିକ୍ ଯେମିତି ହାଣ ମୁହଁକୁ ଗଲାବେଳକୁ ଛେଳି ଚାହିଁଥାଏ ନିରୀହ ଆକୁଳ ଚାହାଣିରେ ତା" ମୁହଁକୁ।

ମୁଣ୍ଡକୁ ଗରମ ରକ୍ତ ଚଢ଼ିଗଲା ଶାରଦାର।

ରାଗରେ ବୁଦ୍ଧିଆର ବେକ ପାଖକୁ ଧରି ଘୋଷାଡ଼ି ଆଣିଲା ସେ, ଆଉ ଅଣ୍ଟାରେ ଖୋଷିଥିବା ତା"ର ସେଇ କାତିଟାକୁ ଧରି ଚଳେଇଦେଲା ବୁଦ୍ଧିଆର ବେକରେ।

ଛିଟିକି ପଡ଼ିଲା କିଛି ତାଜା ରକ୍ତ ସବୁ ଆଡ଼କୁ।

ଶାରଦା ଦେହରେ ଆଗରୁ ଲାଗିଥିବା ଛେଳିର ରକ୍ତ ଛିଟା ସହ ମିଶିଗଲା ପୁଣି ଆଉଗୋଟେ ପଶୁର ରକ୍ତଛିଟା।

ଭୟରେ କାକୁସ୍ଥ ହୋଇ ଆଖି ବୁଜିଦେଲା ମୁକ୍ତା।

ମୁକ୍ତା ଦେହରେ ତା" ଡ୍ରେସ ଖଣ୍ଡକ ଗଳେଇ ଦେଇ ଘରୁ ପଦାକୁ ଗୋଡ଼ କାଢ଼ିଲା ଶାରଦା।

ଗୋଟେ ହାତରେ ତା"ର ରକ୍ତ ଜୁଡୁବୁଡୁ କାତି, ଅନ୍ୟ ହାତରେ ମୁକ୍ତାର ହାତ ଆଉ ମୁହଁରେ ବିଜୟର ଦର୍ପ।

ମୁକ୍ତାକୁ ତା" ଘର ଆଗରେ ଛାଡ଼ିଦେଇ ଚାଲି ଯାଉଯାଉ ଦେଖିଦେଲା ଅବନୀ।

ଚମକି ପଡ଼ିଲା ସେ ଶାରଦା ହାତରେ ରକ୍ତଭିଜା କାତି ଦେଖି।

ପଚାରିଲା- ଏ କ"ଣ ଶାରଦା!

ଏ ଅବସ୍ଥାରେ କୁଆଡ଼େ ଯାଉଛୁ ତୁ?- ପୁଲିସ ଷ୍ଟେସନ...- ପୁଲିସ ଷ୍ଟେସନ!

କାହିଁକି?

କ"ଣ କରିଛୁ ତୁ?- ଜୀବନରେ ଅନେକ ପାପ କରିବା ପରେ ପ୍ରଥମ ଥର ପାଇଁ କିଛି ପୁଣ୍ୟ କରିଛି।

ମୋ: ୮୮୯୫୩୨୬୪୩୪ ଅଧିକ ପଢ଼ନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)