Prevent pollution: ପ୍ରଦୂଷଣ ରୋକିବ ଡଷ୍ଟ କଲେକ୍ଟର: ପରୀକ୍ଷାମୂଳକ ଭାବେ ଲିଙ୍ଗରାଜ ଓ ପଟିଆ ଅଞ୍ଚଳରେ ଲାଗିଲା

Jun 27, 2026 - 08:59
Prevent pollution: ପ୍ରଦୂଷଣ ରୋକିବ ଡଷ୍ଟ କଲେକ୍ଟର: ପରୀକ୍ଷାମୂଳକ ଭାବେ ଲିଙ୍ଗରାଜ ଓ ପଟିଆ ଅଞ୍ଚଳରେ ଲାଗିଲା

"ଭୁବନେଶ୍ବର: ଭୁବନେଶ୍ବରର ପ୍ରଦୂଷଣ ବହୁମାତ୍ରାରେ ବଢ଼ିଚାଲିଛି।

ଚଳିତବର୍ଷ ବାୟୁରେ ପ୍ରଦୂଷଣମାତ୍ରା ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଲା।

ଏଥିପାଇଁ ଭୁବନେଶ୍ବର ମହାନଗର ନିଗମକୁ ବିଭିନ୍ନ ସ୍ଥାନରେ ପାଣି ସିଞ୍ଚନ କରିବାକୁ ପଡ଼ିଥିଲା।

ସେପଟେ କାଠ ଓ କୋଇଲା ଚୁଲିରେ ବି କଟକଣା ଲଗାଇ ଦିଆଯାଇଥିଲା।

ଏବେ ଏ କଟକଣା ଓ ପାଣି ସିଞ୍ଚନ ବ୍ୟବସ୍ଥା ନ ଥିଲେ ବି ବାୟୁ ପ୍ରଦୂଷଣ ରୋକିବାକୁ ଅଭିନବ ଉପାୟ ଅବଲମ୍ବନ କରିଛି ବିଏମ୍‌ସି।

ଏକ ଘରୋଇ ସଂସ୍ଥା ଜରିଆରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବୈଷୟିକ ଜ୍ଞାନସଂପନ୍ନ "ଡଷ୍ଟ କଲେକ୍ଟର" ଯନ୍ତ୍ରାଂଶ ଲଗାଇଛି।

ଏହି "ଡଷ୍ଟ କଲେକ୍ଟର" ପ୍ରତି ଘଣ୍ଟାରେ ୧ଲକ୍ଷ ଲିଟର ସ୍ବଚ୍ଛ ବାୟୁ ଛାଡ଼ିବ।

ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ପରୀକ୍ଷାମୂଳକ ଭାବେ ଅଧିକ ପ୍ରଦୂଷିତ ଅଞ୍ଚଳ ଭାବେ ଜଣାଶୁଣା ଲିଙ୍ଗରାଜ ଓ ପଟିଆ ଅଞ୍ଚଳରେ ଲଗାଯାଇଛି।

ଫଳପ୍ରସୂ ହେଲେ, ଭୁବନେଶ୍ବର ସାରା ଏହି "ଡଷ୍ଟ କଲେକ୍ଟର" ଲଗାଯିବ ବୋଲି କମିସନର ଚଞ୍ଚଳ ରାଣା କହିଛନ୍ତି।Advertisment Horoscope 2026 June 27: ଜାଣନ୍ତୁ ଆଜିର ରାଶିଫଳ...

ପରୀକ୍ଷାମୂଳକ ଭାବେ ଲିଙ୍ଗରାଜ ଓ ପଟିଆ ଅଞ୍ଚଳରେ ଲାଗିଲାମାଗଣାରେ ଲଗାଇଛି ଏଜେନ୍ସିସଫଳ ହେଲେ କିଣିବ ବିଏମ୍‌ସି ଲିଙ୍ଗରାଜ ଓ ପଟିଆ ଅଞ୍ଚଳରେ ମେଡିଆନ୍‌ରେ ଥିବା ବିଭିନ୍ନ ‌ଖୁଣ୍ଟିରେ ଏହି ଛୋଟିଆ "ଡଷ୍ଟ କଲେକ୍ଟର" ଯନ୍ତ୍ରାଂଶ ଲଗାଯାଇଛି।

ଯାହା ପ୍ରଦୂଷିତ ବାୟୁକୁ ପ୍ରଦୂଷଣମୁକ୍ତ କରି ଛାଡ଼ୁଛି।

ଚିମିନି ଭାଟିରେ ଯେଭଳି ପ୍ରଦୂଷିତ ଧୂଆଁକୁ ପ୍ରଦୂଷଣମୁକ୍ତ କରି ବାୟୁମଣ୍ଡଳକୁ ଛାଡ଼ିବାର ବ୍ୟବସ୍ଥା କରାଯାଇଛି, ସେଭଳି ବ୍ୟବସ୍ଥା ଏଥିରେ ରହିଛି।

ଏହା ପ୍ରଦୂଷିତ ବାୟୁକୁ ଗ୍ରହଣ କରି ପ୍ରଦୂଷଣମୁକ୍ତ କରି ଛାଡ଼ିବ।

ମେସିନ୍‌ ଡଷ୍ଟ ପାର୍ଟିକିଲ୍‌ ସବୁ ଲାଖି ରହିଯିବ।

କମିସନର ଶ୍ରୀ ରାଣା କହିଛନ୍ତି, ପ୍ରଥମ ଥର ପାଇଁ ପାଇଲଟ୍‌ ପ୍ରକଳ୍ପ ଭାବେ ଏଭଳି "ଡଷ୍ଟ କଲେକ୍ଟର" ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି।

ଏହା ଏକ ନୂଆ ଟେକ୍ନୋଲୋଜି।

ବିଏମ୍‌ସିର ସଷ୍ଟେନେବିଲିଟି ସେଲ୍‌ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି।

ଗାଡ଼ିମୋଟର ଯାତାୟାତ କାରଣରୁ ବାୟୁମଣ୍ଡଳ ପ୍ରଦୂଷଣ ବଢ଼ୁଛି।

ଗାଡ଼ିମୋଟରର ଧୂଆଁ ସାଙ୍ଗକୁ ରାସ୍ତାଘାଟର ଧୂଳି ବାୟୁମଣ୍ଡଳରେ ମିଶି ପ୍ରଦୂଷଣ କରୁଛି।

ଏହାକୁ ରୋକିବାକୁ ଏକ ଏଜେନ୍ସି ଏଭଳି "ଡଷ୍ଟ କଲେକ୍ଟର" ଲଗାଇବାକୁ ପ୍ରସ୍ତାବ ଦେଇଥିଲେ।

ଯେଉଁ ସବୁ ଜାଗାରେ ଏନ୍‌ଭିରୋନ୍‌ମେଣ୍ଟ ମନିଟରିଂ ଷ୍ଟେସନ୍‌ ରହିଛି, ପାଇଲଟ୍‌ ‌ବେସିସ୍‌ରେ ସେହି ଅଞ୍ଚଳରେ ଏହି "ଡଷ୍ଟ କଲେକ୍ଟର" ପରୀକ୍ଷାମୂଳକ ଭାବେ ଲଗାଇବାକୁ କହିଥିଲୁ।

ସଂପୃକ୍ତ ଏଜେନ୍ସି ପ୍ରଥମ ପର୍ଯ୍ୟାୟରେ ସଂପୂର୍ଣ୍ଣ ମାଗଣାରେ ପ୍ରାୟ ୨୦ଟି "ଡଷ୍ଟ କଲେକ୍ଟର" ଲିଙ୍ଗରାଜ ଓ ପଟିଆ ଅଞ୍ଚଳରେ ଲଗାଇଛି।

ଲ୍ୟାବରେ ପରୀକ୍ଷା ପରେ ଏହି "ଡଷ୍ଟ କଲେକ୍ଟର" ଲଗାଯାଇଛି।

ଏହାର ରକ୍ଷଣାବେକ୍ଷଣ କରିବା ହେଉଛି ବଡ଼ ଆହ୍ବାନ।

Pollution control: ସାଇକେଲ୍‌ ଆରୋହୀଙ୍କ ପାଇଁ ପ୍ରଦୂ‌ଷଣ ବାଧକ ଏହି ଯନ୍ତ୍ରାଂଶ କିଣା ଖର୍ଚ୍ଚ ବି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ।

ସେ ଦୃଷ୍ଟିରୁ ଆମେ ପରୀକ୍ଷାମୂଳକ ଭାବେ କିଛି ସ୍ଥାନରେ ଲଗାଇବାକୁ କହିଥିଲୁ।

ଏହା ଲାଗିବା ଓ କାର୍ଯ୍ୟ କରିବା ପରେ କେତେଦୂର ଫଳପ୍ରଦ ହେଉଛି, ତାର ଟେକ୍ନିକାଲ୍‌ ଡାଟା ବି ଆଇଆଇଟି ଓ ଅନ୍ୟ ସଂସ୍ଥା ଜରିଆରେ ସମୀକ୍ଷା କରିବୁ।

ଯଦି ସନ୍ତୋଷଜନକ ଲାଗିଲା ଓ ବଜେଟ୍‌କୁ ସୁହାଉଥିବ, ବିଏମ୍‌ସି କିଛି ଅଞ୍ଚଳରେ ଏହା ଆମେ କ୍ରୟ କରି ଲଗାଇବୁ।

ବିଶେଷ କରି ଯେଉଁ ସ୍ଥାନରେ ପ୍ରଦୂଷଣମାତ୍ରା ଅଧିକ ରହିଛି, ସେହି ସ୍ଥାନରେ ହିଁ ଏହାକୁ ଲଗାଇବୁ।

ଏହି ଯନ୍ତ୍ରାଂଶରେ ଇଲେକ୍ଟ୍ରିକାଲ୍‌ ଚାର୍ଜିଂ ବ୍ୟବସ୍ଥା ରହିଛି।

ଏଣୁ ‌ଗୋଟିଏ ଅଞ୍ଚଳରେ ୫ରୁ ୬ଟି ଏଭଳି "ଡଷ୍ଟ କଲେକ୍ଟର" ଲଗାଇଲେ ହିଁ ଆମେ ପ୍ରଦୂଷଣ ରୋକିବାରେ ଫଳପ୍ରଦ ହେବୁ।

କିନ୍ତୁ ଆମେ ଏହି ଯନ୍ତ୍ରାଂଶ କେଦେଦୂର କାମ କରୁଛି, ଆଗ ଦେଖୁଛୁ।

ତଥାପି ବୃକ୍ଷରୋପଣ ହିଁ ପ୍ରଦୂଷଣ ରୋକିବାର ଶ୍ରେଷ୍ଠ ମାଧ୍ୟମ।

ଏଣୁ ବୃକ୍ଷରୋପଣକୁ ଆମେ ସର୍ବାଧିକ ଗୁରୁତ୍ବ ଦେଉଛୁ।

ଗତବର୍ଷ ୬୦ହଜାରରୁ ଅଧିକ ଗଛ ଲଗାଯାଇଥିଲା।

ଚଳିତବର୍ଷ ବି ୬୦ହଜାରରୁ ଅଧିକ ଗଛ ଲଗାଇବାକୁ ଯୋଜନା କରିଛୁ ବୋଲି ଶ୍ରୀ ରାଣା କହିଛନ୍ତି।"