Lightning: ବଜ୍ରାଘାତରେ ଜଣେ ମୃତ ୪ ଗୁରୁତର

Aug 29, 2026 - 22:00
Lightning: ବଜ୍ରାଘାତରେ ଜଣେ ମୃତ ୪ ଗୁରୁତର

"ରାଇରଙ୍ଗପୁର/ବିଜାତଳା (ତୁଷାର କାନ୍ତ ମହାନ୍ତ): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ପୁଣି ଅଘଟଣ ଘଟିଛି।

ବିଲରୁ ଫେରୁଥିବା ବେଳେ ବଜ୍ରାଘାତରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି।

ଅନ୍ୟ ୪ ଜଣ ଚାଷୀ ଗୁରୁତର ଅଛନ୍ତି।Advertisment ସୂଚନା ଅନୁଯାୟୀ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବଣକାଟି ଗ୍ରାମର ୫ ଜଣ ମହିଳା ବଣମୁଣ୍ଡା ଗ୍ରାମରେ ଥିବା ବିଲକୁ କାମ କରିବାକୁ ଯାଇଥିଲେ।

କାମ ସାରି ଘରକୁ ଫେରୁଥିବା ସମୟରେ ହଠାତ୍ ବଜ୍ରପାତ ଘଟିବାରୁ ଗୁରୁବାରୀ ବେହେରା (୬୨)ଙ୍କ ମୃତ୍ୟୁ ଘଟିଥିବା ବେଳେ ଲଷ୍ମୀମଣୀ ସି, ପାନମଣି ମହାକୁଡ଼, ବୃନ୍ଦାବତୀ ବେହେରା ସାବିତ୍ରୀ ବେହେରା ପ୍ରମୁଖ ଗୁରୁତର ଆହତ ହୋଇଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

Lightning Strike ବଜ୍ରପାତରେ ମହିଳା କୃଷି ଶ୍ରମିକ ମୃତ, ଅନ୍ୟ ଜଣେ ଗୁରୁତର ତେବେ ଡାକ୍ତର ଗୁରୁବାରୀଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ଥିବା ସୂଚନା।

ଏନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୁଲିସ ହସ୍ପିଟାଲ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।

ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ତେବେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)