ଜେଲରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ, କଲେ ସରପ୍ରାଇଜ ଭିଜିଟ୍
ନନ୍ଦିଘୋଷ ବ୍ୟୁରୋ : ଜେଲରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଯୋଶେଫ ବିଜୟ। ହେଲେ ପ୍ରକୃତରେ ସେ ଜେଲ ଯାଇନାହାନ୍ତି। ବରଂ ମୁଖ୍ୟମନ୍ତ୍ରୀ ଭାବେ ଅଚାନକ ଏକ ହାଇପ୍ରୋଫାଇଲ ସରପ୍ରାଇଜ ଭିଜିଟରେ ଜେଲ ପରିଦର୍ଶନ କରିଛନ୍ତି। ପୁଝାଲ କେନ୍ଦ୍ରୀୟ କାରାଗାରକୁ ଯାଇ ସେଠାରେ ଥିବା ବିଭିନ୍ନ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ବିଜୟ।
ଜେଲର ମେଡିକାଲ ବ୍ୟବସ୍ଥା, ବନ୍ଦୀଙ୍କ ପାଇଁ ମୌଳିକ ସୁବିଧା, ଖାଦ୍ୟର ଗୁଣବତ୍ତା ଏବଂ ଧନ୍ଦାମୂଳକ ଶିକ୍ଷା ଆଦି ସମ୍ପର୍କରେ ସେ ସମୀକ୍ଷା କରିଛନ୍ତି। ଏହା ସହ କିଛି ବନ୍ଦୀଙ୍କ ସହ ସିଧାସଳଖ ଆଲୋଚନା ମଧ୍ୟ କରିଥିଲେ। ପରିଦର୍ଶନ ସମୟରେ ବିଜୟ ଜେଲର କ୍ୱାରେଣ୍ଟାଇନ ସେଣ୍ଟର, ଭିଜିଟର୍ସ ହଲ୍, କ୍ଲାସରୁମ୍, ନିଶା ନିବାରଣ କେନ୍ଦ୍ର, ମହାତ୍ମା ଗାନ୍ଧୀ କମ୍ୟୁନିଟି କଲେଜ, ଲାଇବ୍ରେରୀ, ଆଡଭାନ୍ସଡ କମ୍ପ୍ୟୁଟର ସେଣ୍ଟର, ହାଇସିକ୍ୟୁରିଟି ବ୍ଲକ୍ ଏବଂ ମୃତ୍ୟୁଦଣ୍ଡ ସ୍ଥଳ ଆଦି ବୁଲି ଦେଖିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
