Life mantra: ଜୀବନ-ମନ୍ତ୍ର: ରଥଯାତ୍ରା ଦର୍ଶନର ପୁଣ୍ୟଫଳ
"ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦର୍ଶନର ପୁଣ୍ୟଫଳ ସଂପର୍କରେ ଶାସ୍ତ୍ର-ଗ୍ରନ୍ଥମାନଙ୍କରେ ବିଶଦ ଭାବରେ ବର୍ଣ୍ଣିତ ହୋଇଛି। "ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟମ୍" ଅନୁସାରେ–ଏହି ଯାତ୍ରା ସମେତ ତାଙ୍କର ଅନ୍ୟ ସମସ୍ତ ଯାତ୍ରା ବା ପର୍ବଉତ୍ସବ ଆଦି କିପରି ଭାବରେ ସଂପନ୍ନ କରାଯିବ, ତାହା "ଶ୍ରୀପ୍ରତିମା" ବା ସ୍ବୟଂ ଶ୍ରୀଜଗନ୍ନାଥ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ। "ସ୍କନ୍ଦପୁରାଣ"ର ପଞ୍ଚତ୍ରିଂଶ ଅଧ୍ୟାୟ ଅନୁସାରେ, ଯେଉଁମାନେ ଏହି ଯାତ୍ରାକୁ ସଂପୂର୍ଣ୍ଣ ଭାବରେ ଉପାସନା କରନ୍ତି, ସେମାନେ ଏହି ମହାମହୋତ୍ସବର ପୁଣ୍ୟଫଳ ପ୍ରାପ୍ତ ହୁଅନ୍ତି।
ରଥାରୂଢ଼ ଜଗନ୍ନାଥ, ବଳରାମ (ବଳଭଦ୍ର) ଓ ସୁଭଦ୍ରାଙ୍କର ଗୁଣ୍ଡିଚାମଣ୍ଡପରୁ ଦକ୍ଷିଣାଭିମୁଖ ଆଗମନଯାତ୍ରାକୁ ଦର୍ଶନ କଲେ ମାନବଗଣ ମୁକ୍ତ ହୋଇଥାନ୍ତି।
ଫଳସ୍ବରୂପ, ଏହି ଦେବଗଣଙ୍କୁ ଯାତ୍ରା ସମୟରେ ଉତ୍ତରାଭିମୁଖରେ ଦର୍ଶନ କଲେ ଯେପରି ଫଳ ଲାଭ ହୁଏ, ଯେଉଁମାନେ ପୁନର୍ଯାତ୍ରା (ବାହୁଡ଼ାଯାତ୍ରା) କାଳରେ ଦେବତ୍ରୟଙ୍କର ରଥାରୋହଣ ତଥା ଦକ୍ଷିଣାମୁଖ ଆଗମନଯାତ୍ରାକୁ ଅବଲୋକନ କରନ୍ତି, ସେମାନେ ନିଶ୍ଚୟ ପୂର୍ବୋକ୍ତ ମହାଯୋଗଫଳ ପ୍ରାପ୍ତ ହୋଇଥାନ୍ତି।Advertisment Ratha yatra: ହେ ବ୍ରହ୍ମଣସ୍ପତି!
ଆସନ୍ତୁ, ରଥରେ ବିଜେ ହୁଅନ୍ତୁ "ସ୍କନ୍ଦପୁରାଣ"ର ସେହି ଅଧ୍ୟାୟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି–ଯେଉଁ ବ୍ୟକ୍ତି ପଦବ୍ରଜରେ ଗମନ କରି ଦକ୍ଷିଣାଭିମୁଖରେ ଯାତ୍ରା କରୁଥିବା ରଥାରୂଢ଼ ପ୍ରଭୁଙ୍କୁ ଦର୍ଶନ କରନ୍ତି, ତାଙ୍କର ଜନ୍ମ ସାର୍ଥକ ହୁଏ ଏବଂ ସେ ପ୍ରତି ପଦେକ୍ଷପରେ ଅଶ୍ବମେଧଯଜ୍ଞର ଫଳ ପ୍ରାପ୍ତ ହୋଇଥାନ୍ତି।
ସେଥିରେ ଏହା ମଧ୍ୟ ଉଲ୍ଲେଖ ଅଛି–ଯେଉଁମାନେ କାମକଳ୍ପତରୁ ସଦୃଶ ତଥା ଦର୍ଶନମାତ୍ରେ ମୁକ୍ତିଦାତା ଭଗବାନ ହୃଷୀକେଶ (ଶ୍ରୀଜଗନ୍ନାଥ), ହଳାୟୁଧ (ଶ୍ରୀବଳଭଦ୍ର) ଓ ଦେବୀ ସୁଭଦ୍ରାଙ୍କୁ ରଥାରୂଢ଼ ହୋଇ ଦକ୍ଷିଣାଭିମୁଖରେ (ବାହୁଡ଼ାଯାତ୍ରାରେ) ନୀଳାଚଳକୁ ଆଗମନ କରୁଥିବା ନିରୀକ୍ଷଣ କରନ୍ତି, ସେହି ମହାତ୍ମାମାନେ ଉତ୍ତରକାଳରେ ଶ୍ରୀହରିଙ୍କର ପ୍ରିୟସ୍ଥାନ ବୈକୁଣ୍ଠଧାମକୁ ଗମନ କରିଥାଆନ୍ତି।
ସେହି ସମୟରେ ଯେ ଶ୍ରଦ୍ଧାପୂର୍ବକ ସେମାନଙ୍କୁ ପ୍ରଣାମ ଓ ସ୍ତବ ସ୍ତୁତି କରନ୍ତି, ସେମାନଙ୍କୁ ଏହି ଦୁଃଖପୂର୍ଣ୍ଣ ସଂସାରକୁ ପୁନରାୟ ଆସିବାକୁ ହୁଏ ନାହିଁ।
ସେମାନେ ନିଃସନ୍ଦେହରେ ବ୍ରହ୍ମଲୋକରେ ଅବସ୍ଥାନ କରନ୍ତି।
Ratha yatra: ବର୍ଷା ହେଲା ବାଧକ: ଆଜି ନନ୍ଦିଘୋଷ, ତାଳଧ୍ବଜର ଦକ୍ଷିଣ ମୋଡ଼ "ସ୍କନ୍ଦପୁରାଣ" ପରି, "ନୀଳାଦ୍ରିମହୋଦୟଃ"ର ଷୋଡ଼ଶ ଅଧ୍ୟାୟରେ ମଧ୍ୟ ଉଲ୍ଲେଖ ଅଛି–ଶ୍ରୀଗୁଣ୍ଡିଚାଯାତ୍ରାରେ ଯାଇ ଶ୍ରୀଜଗନ୍ନାଥାଦିଦେବତା ମହାବେଦୀ (ଆଡ଼ପମଣ୍ଡପ)ରେ ଅବସ୍ଥାନ କରିବା ସମୟରେ ଯେଉଁମାନେ ସେମାନଙ୍କୁ ଭକ୍ତି, ଭାବ ଓ ଶୁଦ୍ଧମନରେ ଦର୍ଶନ କରନ୍ତି, ସେମାନେ ସହସ୍ର ବାଜପେୟ ଯଜ୍ଞର ଫଳ ଲାଭ କରନ୍ତି।
ଏପରିକି ""ଗୁଣ୍ଡିଚା ମନ୍ଦିରର ମହାବେଦୀରେ ମୁଁ ତିନି ଠାକୁରଙ୍କର ଦର୍ଶନ କରିବି।"" ଏତିକିମାତ୍ର ଯେ ମନରେ ଚିନ୍ତା କରେ, ସେ ମଧ୍ୟ ସହସ୍ର ଅଶ୍ବମେଧଯଜ୍ଞର ଫଳ ଲାଭ କରିଥାଏ।
ଏଣୁ ଯେଉଁ ଲୋକ ନିଜେ ମହାବେଦୀରେ ଶ୍ରୀଜଗନ୍ନାଥାଦି ଦେବତାଙ୍କୁ ଦର୍ଶନ କରେ, ତା"ର ଫଳ ଆଉ କ"ଣ ବା କହିବା!
ବାଲୁଙ୍କୀ ପାଠୀ ବିରଚିତ "ଯାତ୍ରାଭାଗବତମ୍"ର ପଞ୍ଚମ ଅଧ୍ୟାୟରେ ମଧ୍ୟ ଏ ସଂପର୍କରେ କୁହାଯାଇଛି–ରଥରେ ଶ୍ରୀଜଗନ୍ନାଥ ଗୁଣ୍ଡିଚା ଘରକୁ ଯିବା ସମୟରେ ଯେଉଁମାନେ ତାଙ୍କୁ ଦର୍ଶନ କରନ୍ତି, ସେମାନେ ନରଶ୍ରେଷ୍ଠ ଏବଂ ଏହି ତ୍ରିଭୁବନରେ ସେମାନେ ଧନ୍ୟ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।